News Room Odisha
BREAKING
Odia

ନିର୍ବାଚନୀ ରାଲି ବେଳେ ବେହୋସ ହେଲେ ନିତିନ ଗଡକରୀ

ମୁମ୍ବାଇ: ମହାରାଷ୍ଟ୍ରର ୟଭତମାଲରେ ବୁଧବାର ଏକ ନିର୍ବାଚନ ରାଲି ବେଳେ କେନ୍ଦ୍ର ମନ୍ତ୍ରୀ ନିତିନ ଗଡକରୀ ବେହୋସ ହୋଇଯାଇଛନ୍ତି। ସେ ଏନଡିଏର ଶିବସେନା ପ୍ରାର୍ଥୀ ରାଜଶ୍ରୀ ପାଟିଲଙ୍କ ସମର୍ଥନରେ ଏକ ନିର୍ବାଚନ ରାଲିକୁ ସମ୍ବୋଧନ କରିବାକୁ ଏଠାକୁ ଆସିଥିଲେ। ଗଡକରୀ କହୁଥିବା ବେଳେ ସେ ହଠାତ୍ ବେହୋସ୍ ହୋଇ ମଞ୍ଚରେ ପଡ଼ିଯାଇଥିଲେ। ମଞ୍ଚରେ ଉପସ୍ଥିତ ଲୋକମାନେ ତାଙ୍କୁ ସଙ୍ଗେ ସଙ୍ଗେ ଡାକ୍ତରଖାନାକୁ ନେଇଥିଲେ । ଏହି ଘଟଣାର କିଛି ସମୟ ପରେ ନିତିନ ଗଡକରୀ ସୋସିଆଲ ମିଡ଼ିଆରେ [...]

Admin•April 24, 2024
Share Article:

ମୁମ୍ବାଇ: ମହାରାଷ୍ଟ୍ରର ୟଭତମାଲରେ ବୁଧବାର ଏକ ନିର୍ବାଚନ ରାଲି ବେଳେ କେନ୍ଦ୍ର ମନ୍ତ୍ରୀ ନିତିନ ଗଡକରୀ ବେହୋସ ହୋଇଯାଇଛନ୍ତି। ସେ ଏନଡିଏର ଶିବସେନା ପ୍ରାର୍ଥୀ ରାଜଶ୍ରୀ ପାଟିଲଙ୍କ ସମର୍ଥନରେ ଏକ ନିର୍ବାଚନ ରାଲିକୁ ସମ୍ବୋଧନ କରିବାକୁ ଏଠାକୁ ଆସିଥିଲେ। ଗଡକରୀ କହୁଥିବା ବେଳେ ସେ ହଠାତ୍ ବେହୋସ୍ ହୋଇ ମଞ୍ଚରେ ପଡ଼ିଯାଇଥିଲେ। ମଞ୍ଚରେ ଉପସ୍ଥିତ ଲୋକମାନେ ତାଙ୍କୁ ସଙ୍ଗେ ସଙ୍ଗେ ଡାକ୍ତରଖାନାକୁ ନେଇଥିଲେ ।

ଏହି ଘଟଣାର କିଛି ସମୟ ପରେ ନିତିନ ଗଡକରୀ ସୋସିଆଲ ମିଡ଼ିଆରେ ଏକ ପୋଷ୍ଟରେ ନିଜ ସ୍ବାସ୍ଥ୍ୟାବସ୍ଥା ସମ୍ପର୍କରେ ସୂଚନା ଦେଇଛନ୍ତି। ସେ ଲେଖିଛନ୍ତି – ଗରମ ଯୋଗୁଁ ରାଲିରେ ଅସହଜ ଅନୁଭବ କରିଥିଲି। କିନ୍ତୁ ବର୍ତ୍ତମାନ ମୁଁ ସମ୍ପୂର୍ଣ୍ଣ ସୁସ୍ଥ ଅଛି। ପରବର୍ତ୍ତୀ ସଭାରେ ଯୋଗଦେବା ପାଇଁ ବରୂଡ ଯାଉଛି | ଆପଣଙ୍କ ସ୍ନେହ ଏବଂ ଶୁଭେଚ୍ଛା ପାଇଁ ଧନ୍ୟବାଦ ।”

୨୦୧୮ରେ ବି ମହାରାଷ୍ଟ୍ରର ଅହମ୍ମଦନଗରରେ ଏକ କାର୍ଯ୍ୟକ୍ରମରେ ଗଡକରୀ ମଞ୍ଚ ଉପରେ ବେହୋସ ହୋଇପଡ଼ିଥିଲେ।

#Odia#Odisha#News
Share Article:

Related Articles