News Room Odisha
BREAKING
Odia

ରାଜନୀତି ଛାଡ଼ିବେ ଗୌତମ ଗମ୍ଭୀର ! ବିଜେପି ଅଧ୍ୟକ୍ଷଙ୍କୁ କଲେ ଏହି ଅନୁରୋଧ

ନୂଆଦିଲ୍ଲୀ: ଲୋକସଭା ନିର୍ବାଚନ ପୂର୍ବରୁ ରାଜନୀତି ଛାଡ଼ିବାକୁ ନିଷ୍ପତ୍ତି ନେଇଛନ୍ତି ବିଜେପି ସାଂସଦ ଗୌତମ ଗମ୍ଭୀର । ସେ ଶନିବାର ‘ଏକ୍ସ’ରେ ଏହି ସୂଚନା ଦେଇଛନ୍ତି। ତାଙ୍କୁ ରାଜନୈତିକ ଦାୟିତ୍ବରୁ ମୁକ୍ତ କରିବାକୁ ବିଜେପି ଅଧ୍ୟକ୍ଷ ଜେପି ନଡ୍ଡାଙ୍କୁ ଅନୁରୋଧ କରିଛନ୍ତିି ଗମ୍ଭୀର । ସେ ଏହି ଟ୍ବିଟରେ ନଡ୍ଡାଙ୍କ ସହ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଏବଂ ଗୃହମନ୍ତ୍ରୀ ଅମିତ ଶାହଙ୍କୁ ଟ୍ୟାଗ୍ କରିଛନ୍ତିି । ରାଜନୀତିରୁ ଦୂରେଇ ରହିବା କାରଣ ମଧ୍ୟ କହିଛନ୍ତି ଗମ୍ଭୀର। ସେ [...]

Admin•March 2, 2024
Share Article:

ନୂଆଦିଲ୍ଲୀ: ଲୋକସଭା ନିର୍ବାଚନ ପୂର୍ବରୁ ରାଜନୀତି ଛାଡ଼ିବାକୁ ନିଷ୍ପତ୍ତି ନେଇଛନ୍ତି ବିଜେପି ସାଂସଦ ଗୌତମ ଗମ୍ଭୀର । ସେ ଶନିବାର ‘ଏକ୍ସ’ରେ ଏହି ସୂଚନା ଦେଇଛନ୍ତି। ତାଙ୍କୁ ରାଜନୈତିକ ଦାୟିତ୍ବରୁ ମୁକ୍ତ କରିବାକୁ ବିଜେପି ଅଧ୍ୟକ୍ଷ ଜେପି ନଡ୍ଡାଙ୍କୁ ଅନୁରୋଧ କରିଛନ୍ତିି ଗମ୍ଭୀର । ସେ ଏହି ଟ୍ବିଟରେ ନଡ୍ଡାଙ୍କ ସହ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଏବଂ ଗୃହମନ୍ତ୍ରୀ ଅମିତ ଶାହଙ୍କୁ ଟ୍ୟାଗ୍ କରିଛନ୍ତିି ।

ରାଜନୀତିରୁ ଦୂରେଇ ରହିବା କାରଣ ମଧ୍ୟ କହିଛନ୍ତି ଗମ୍ଭୀର। ସେ ଲେଖିଛନ୍ତି, ମୋତେ ରାଜନୈତିକ ଦାୟିତ୍ବରୁ ମୁକ୍ତ କରିବାକୁ ଦଳୀୟ ସଭାପତି ସମ୍ମାନନୀୟ ଜେପି ନଡ୍ଡାଜୀଙ୍କୁ ମୁଁ ଅନୁରୋଧ କରିଛି, ଯାହା ଦ୍ବାରା ମୁଁ ନିଜ କ୍ରିକେଟ୍ କମିଟମେଣ୍ଟସ୍ ଉପରେ ଧ୍ୟାନ ଦେଇପାରିବି । ତାଙ୍କୁ ଦେଶ ସେବା କରିବାକୁ ସୁଯୋଗ ଦେଇଥିବାରୁ ପ୍ରଧାନମନ୍ତ୍ରୀ ମୋଦୀ ଏବଂ ଅମିତ ଶାହାଙ୍କୁ କୃତଜ୍ଞତା ଜଣାଇଛନ୍ତି ଗମ୍ଭୀର।

ମାର୍ଚ୍ଚ ୩୦ରୁ ଆରମ୍ଭ ହେଉଥିବା ଆଇପିଏଲର ଆଗାମୀ ସଂସ୍କରଣରେ ଗମ୍ଭୀରଙ୍କୁ ତାଙ୍କ ପୁରୁଣା ଫ୍ରାଞ୍ଚାଇଜ୍ କୋଲକାତା ନାଇଟ୍ ରାଇଡର୍ସର ମେଣ୍ଟର ଭୂମିକାରେ ଦେଖିବାକୁ ମିଳିବ । ସେ ୨୦୧୧ରୁ ୨୦୧୭ ଯାଏଁ ଏହି ଦଳର କ୍ୟାପଟେନ୍ ଥିଲେ। ତାଙ୍କ ନେତୃତ୍ବରେ କେକେଆର୍ ୨୦୧୨ ଓ ୨୦୧୪ରେ ଟାଇଟଲ୍ ଜିତିଥିଲା । ଗମ୍ଭୀର ଗତ ଦୁଇ ସିଜନ୍ ଧରି ଲକ୍ଷ୍ନୌ ସୁପର ଜାଏଣ୍ଟସର ମେଣ୍ଟର ରହିଥିଲେ ।

ଗମ୍ଭୀର ୨୨ ମାର୍ଚ୍ଚ ୨୦୧୯ରେ ବିଜେପିରେ ଯୋଗ ଦେଇଥିଲେ। ଦୁଇ ମାସ ପରେ ୨୦୧୯ ଲୋକସଭା ନିର୍ବାଚନରେ ବିଜେପି ତାଙ୍କୁ ପୂର୍ବ ଦିଲ୍ଲୀ ଆସନରୁ ପ୍ରାର୍ଥୀ କରିଥିଲା। ଗମ୍ଭୀର ଏହି ଆସନରୁ ଆମ୍ ଆଦମୀ ପାର୍ଟି (ଏଏପି) ପ୍ରାର୍ଥୀ ଅତିଶୀଙ୍କୁ ୬ ଲକ୍ଷ ୯୫ ହଜାର ୧୦୯ ଭୋଟରେ ହରାଇ ସାଂସଦ ଭାବେ ନିର୍ବାଚିତ ହୋଇଥିଲେ ।

ଗୌତମ ଗମ୍ଭୀର ୨୦୦୩ ରୁ ୧୦୧୬ ପର୍ଯ୍ୟନ୍ତ ଆନ୍ତର୍ଜାତୀୟ କ୍ରିକେଟରେ ଭାରତର ପ୍ରତିନିଧିତ୍ବ କରିଥିଲେ। ସେ ୨୦୦୭ ଟି-୨୦ ବିଶ୍ୱକପ ଓ ୨୦୧୧ ଦିନିକିଆ ବିଶ୍ୱକପ ବିଜୟୀ ଭାରତୀୟ ଦଳର ସଦସ୍ୟ ଥିଲେ। ଗମ୍ଭୀରଙ୍କୁ ୨୦୦୮ରେ ଅର୍ଜୁନ ପୁରସ୍କାର ଓ ୨୦୧୯ରେ ପଦ୍ମଶ୍ରୀ ପୁରସ୍କାର ପ୍ରଦାନ କରାଯାଇଥିଲା।

#Odia#Odisha#News
Share Article:

Related Articles