News Room Odisha
BREAKING
Odisha

ଦେଶର ଦ୍ବିତୀୟ ସର୍ବୋତ୍କୃଷ୍ଣ ଥାନା ଗାଙ୍ଗପୁର: ପୁରସ୍କାର ଗ୍ରହଣ କଲେ ଆଇଆଇସି

ଭଞ୍ଜନଗର: ଅତ୍ୟାଧୁନିକ ପଦ୍ଧତିରେ ଅପରାଧ ଓ ଅପରାଧୀଙ୍କୁ ନିୟନ୍ତ୍ରଣ ସମେତ ୪୯ଟି ବିଷୟରେ ସାରା ଦେଶରେ ଥାନାମାନଙ୍କୁ ନେଇ ସର୍ଭେ କରିଥିଲା କେନ୍ଦ୍ର ଗୃହ ବିଭାଗ। ସେଥିରେ ଗଞ୍ଜାମ ଜିଲ୍ଲାର ଗାଙ୍ଗପୁର ଥାନା ଟପ୍ – ୨ ସ୍ଥାନ ପାଇଥିଲା। ଦେଶର ଦ୍ଵିତୀୟ ସର୍ବୋତ୍କୃଷ୍ଟ ଥାନା ଭାବେ କେନ୍ଦ୍ର ଗୃହ ମନ୍ତ୍ରୀ ଅମିତ ଶାହଙ୍କ ଠାରୁ ଆଜି ପୂର୍ବାହ୍ନରେ ଟ୍ରଫି ଓ ସାର୍ଟିଫିକେଟ୍ ଗ୍ରହଣ କରିଛନ୍ତି ଗାଙ୍ଗପୁର ଥାନା ଆଇଆଇସି ଧିରେଶ ଦାସ। ଲକ୍ଷ୍ନୌ ଠାରେ ଅନୁଷ୍ଠିତ [...]

Admin•November 19, 2021
Share Article:
ଦେଶର ଦ୍ବିତୀୟ ସର୍ବୋତ୍କୃଷ୍ଣ ଥାନା ଗାଙ୍ଗପୁର: ପୁରସ୍କାର ଗ୍ରହଣ କଲେ ଆଇଆଇସି

ଭଞ୍ଜନଗର: ଅତ୍ୟାଧୁନିକ ପଦ୍ଧତିରେ ଅପରାଧ ଓ ଅପରାଧୀଙ୍କୁ ନିୟନ୍ତ୍ରଣ ସମେତ ୪୯ଟି ବିଷୟରେ ସାରା ଦେଶରେ ଥାନାମାନଙ୍କୁ ନେଇ ସର୍ଭେ କରିଥିଲା କେନ୍ଦ୍ର ଗୃହ ବିଭାଗ। ସେଥିରେ ଗଞ୍ଜାମ ଜିଲ୍ଲାର ଗାଙ୍ଗପୁର ଥାନା ଟପ୍ – ୨ ସ୍ଥାନ ପାଇଥିଲା। ଦେଶର ଦ୍ଵିତୀୟ ସର୍ବୋତ୍କୃଷ୍ଟ ଥାନା ଭାବେ କେନ୍ଦ୍ର ଗୃହ ମନ୍ତ୍ରୀ ଅମିତ ଶାହଙ୍କ ଠାରୁ ଆଜି ପୂର୍ବାହ୍ନରେ ଟ୍ରଫି ଓ ସାର୍ଟିଫିକେଟ୍ ଗ୍ରହଣ କରିଛନ୍ତି ଗାଙ୍ଗପୁର ଥାନା ଆଇଆଇସି ଧିରେଶ ଦାସ। ଲକ୍ଷ୍ନୌ ଠାରେ ଅନୁଷ୍ଠିତ ସାରା ଦେଶର ପୋଲିସ ମହାନିର୍ଦ୍ଦେଶକଙ୍କ ସମ୍ମିଳନୀ ଅବସରରେ ଏହି ପୁରସ୍କାର ପ୍ରଦାନ କରାଯାଇଛି। ଓଡ଼ିଶା ପୋଲିସ ଡିଜି ଅଭୟ ମଧ୍ୟ ଏହି ଅବସରରେ ଉପସ୍ଥିତ ଥିଲେ।

ସାଧାରଣ ପୋଲିସ ସେବା ବ୍ୟତୀତ ଇ-ଗଭର୍ଣ୍ଣାନ୍ସ ଅନ୍ କ୍ରାଇମ୍ ଆଣ୍ଡ୍ କ୍ରିମିନାଲ ଟ୍ରାକିଂ ନେଟଓ୍ବର୍କ ସିଷ୍ଟମ୍ (ସିସିଟିଏନ୍ଏସ୍), ଜୁଆ ଧରପଗଡ, ଅସ୍ତ୍ରଶସ୍ତ୍ର ନିରୋଧ ଆଇନ, ଅବକାରୀ ଆଇନ, ଅପମୃତ୍ୟୁ ମାମଲାର ଫଇସଲା, ପାସପୋର୍ଟ ସମ୍ବନ୍ଧୀୟ ଆପତ୍ତିବିହୀନ ପ୍ରମାଣପତ୍ର ଶୀଘ୍ର ଓ ସଠିକ୍ ପ୍ରଦାନ, ଆର୍ମସ୍‌ ଆଣ୍ଡ୍ ସର୍ଭିସ୍ ଭେରିଫିକେସନ୍‌, ଏନ୍‌ଫୋର୍ସମେଣ୍ଟ, ସ୍ଵଚ୍ଛତା ଆଦି ୪୫ଟି ପ୍ରସଙ୍ଗରେ ଉପରୋକ୍ତ ସର୍ଭେ କରାଯାଇଥିଲା। ସେଥିରେ ଗଞ୍ଜାମ ଦେଶର ଦ୍ଵିତୀୟ ସର୍ବୋତ୍କୃଷ୍ଟ ଥାନା ଭାବେ ପୁରସ୍କୃତ ହୋଇଥିବା ସୂଚନା ଦେଇଛନ୍ତି ଗଞ୍ଜାମ ଏସ୍‌ପି ବ୍ରିଜେଶ ରାୟ। ଲୋକଙ୍କୁ ପୋଲିସ ସେବା ଯୋଗାଇବା ସହ ଏଭଳି ପ୍ରସଙ୍ଗରେ ଗାଙ୍ଗପୁର ଥାନା ଉନ୍ନତ ପ୍ରଦର୍ଶନ କରିଥିବା ସେ କହିଛନ୍ତି।

ମୁଖ୍ୟମନ୍ତ୍ରୀଙ୍କ ୫-ଟି ଭିଜନ୍‌ କାର୍ଯ୍ୟକାରିତା ସହ ଗାଙ୍ଗପୁର ଥାନାଧିକାରୀ ଥାନା ପରିସରକୁ ଜନଅନୁକୂଳ ଅଭ୍ୟର୍ଥନା କେନ୍ଦ୍ରରେ ପରିଣତ କରାଇ ପାରିଛନ୍ତି। ଥାନା କ୍ୟାମ୍ପସ୍‌ରେ ଛୁଆଙ୍କ ପାଇଁ ଏକ ଉନ୍ନତ ପାର୍କ ଖୋଲିବା, ଆରାମଦାୟକ ମହିଳା ଓ ଶିଶୁ ଡେସ୍କ, ବିଶୁଦ୍ଧ ପାନୀୟ ଜଳଯୋଗାଣ ବ୍ୟବସ୍ଥା, ଉତ୍ତମ ପରିମଳ ବ୍ୟବସ୍ଥା, ଥାନା ଇଲାକାର ବିଭିନ୍ନ ଗ୍ରାମର ସୁସଙ୍ଗଠିତ ଆମ ପୋଲିସ ସମିତି ପରିଚାଳନା, ସର୍ବୋପରି ଥାନା କର୍ମଚାରୀଙ୍କ ଜନସେବା ଆଭିମୁଖ୍ୟ ଏହି ସଫଳତା ପଛର କାରଣ ବୋଲି ଗଞ୍ଜାମ ଏସ୍‌ପି ଦର୍ଶାଇଛନ୍ତି।

#Odisha#Odia
Share Article:

Related Articles

Newsroom•Sep 22, 2026
Odisha Govt Transfers 4 IPS Officers