ଜନ୍ମଦିନରେ ଅନଲାଇନରେ ଅର୍ଡର ହୋଇଥିବା କେକ୍ ଖାଇ ୧୦ ବର୍ଷ ଝିଅର ମୃତ୍ୟୁ
ଚଣ୍ଡିଗଡ଼: ଅନଲାଇନରେ ଅର୍ଡର ହୋଇଥିବା ଜନ୍ମଦିନ କେକ୍ ଖାଇ ଜଣେ ୧୦ ବର୍ଷର ଝିଅର ମୃତ୍ୟୁ ହୋଇଥିବା ଅଭିଯୋଗ ହୋଇଛି। ଗତ ସପ୍ତାହରେ ପଞ୍ଜାବର ପଟିଆଲାରେ ଏହି ଅଭାବନୀୟ ଘଟଣା ଘଟିଛି। ଫୁଡ୍ ପଏଜନିଂ ଯୋଗୁଁ ଝିଅଟିର ମୃତ୍ୟୁ ହୋଇଥିବା ସନ୍ଦେହ କରାଯାଉଛି। କେକ୍ ଖାଇବା ପରେ ମୃତ ଝିଅର ସାନ ଭଉଣୀ ସହ ତାଙ୍କ ପରିବାରର ସମସ୍ତେ ଅସୁସ୍ଥ ହୋଇପଡ଼ିଥିଲେ। ମୃତ ଝିଅର ଜେଜେବାପା କହିଛନ୍ତି, ପଟିଆଲାର ଏକ ବେକେରୀରୁ କେକ୍ ଅନଲାଇନରେ ଅର୍ଡର କରାଯାଇଥିଲା। [...]
ଚଣ୍ଡିଗଡ଼: ଅନଲାଇନରେ ଅର୍ଡର ହୋଇଥିବା ଜନ୍ମଦିନ କେକ୍ ଖାଇ ଜଣେ ୧୦ ବର୍ଷର ଝିଅର ମୃତ୍ୟୁ ହୋଇଥିବା ଅଭିଯୋଗ ହୋଇଛି। ଗତ ସପ୍ତାହରେ ପଞ୍ଜାବର ପଟିଆଲାରେ ଏହି ଅଭାବନୀୟ ଘଟଣା ଘଟିଛି। ଫୁଡ୍ ପଏଜନିଂ ଯୋଗୁଁ ଝିଅଟିର ମୃତ୍ୟୁ ହୋଇଥିବା ସନ୍ଦେହ କରାଯାଉଛି। କେକ୍ ଖାଇବା ପରେ ମୃତ ଝିଅର ସାନ ଭଉଣୀ ସହ ତାଙ୍କ ପରିବାରର ସମସ୍ତେ ଅସୁସ୍ଥ ହୋଇପଡ଼ିଥିଲେ।
ମୃତ ଝିଅର ଜେଜେବାପା କହିଛନ୍ତି, ପଟିଆଲାର ଏକ ବେକେରୀରୁ କେକ୍ ଅନଲାଇନରେ ଅର୍ଡର କରାଯାଇଥିଲା। ପ୍ରାଣ ହରାଇଥିବା ତାଙ୍କ ନାତୁଣୀ ‘ମାନବୀ’ର ଜନ୍ମଦିନ ପାଳନ ପାଇଁ ଏହି କେକ୍ ଅନଲାଇନରେ ଅର୍ଡର କରାଯାଇଥିଲା। ମୃତ୍ୟୁର କିଛି ଘଣ୍ଟା ପୂର୍ବରୁ ସୋସିଆଲ ମିଡିଆରେ ବହୁଳ ଭାବେ ସେୟାର ହୋଇଥିବା ଏକ ଭିଡିଓରେ ମାନବୀ ଓ ତାଙ୍କ ପରିବାର କେକ୍ କାଟି ହସଖୁସିରେ ତାଙ୍କ ଜନ୍ମଦିନ ପାଳନ କରୁଥିବା ଦେଖିବାକୁ ମିଳିଥିଲା।
ମାର୍ଚ୍ଚ ୨୪ ତାରିଖ ସନ୍ଧ୍ୟା ପ୍ରାୟ ୭ଟା ସମୟରେ ମାନବୀ କେକ୍ କାଟିଥିଲେ। ତେବେ ସେହି ଦିନ ରାତି ପ୍ରାୟ ୧୦ଟା ବେଳକୁ ଘରର ସବୁ ଲୋକ ଅସୁସ୍ଥ ଅନୁଭବ କରିଥିଲେ। ମାନବୀ ଓ ତାଙ୍କ ଭଉଣୀଙ୍କ ବାନ୍ତି ହୋଇଥିଲା । ମାନବୀ ଅତ୍ୟଧିକ ଶୋଷ ହେଉଥିବା ଅଭିଯୋଗ କରି ପାଣି ମାଗିଥିଲେ। ଏହା ପରେ ସେ ଶୋଇବାକୁ ଯାଇଥିଲେ ।
ପରଦିନ ସକାଳେ ମାନବୀଙ୍କ ସ୍ବାସ୍ଥ୍ୟାବସ୍ଥା ଆହୁରି ବିଗିଡ଼ି ଯାଇଥିଲା । ତାଙ୍କୁ ହସ୍ପିଟାଲର ଭର୍ତ୍ତି କରାଯାଇଥିଲା । ଚିକିତ୍ସାଧୀନ ଅବସ୍ଥାରେ ମାନବୀଙ୍କ ମୃତ୍ୟୁ ହୋଇଥିଲା ବୋଲି ତାଙ୍କ ଜେଜେବାପା କହିଛନ୍ତି ।
ତାଙ୍କ ପରିବାର ଅଭିଯୋଗ କରିଛନ୍ତି ଯେ, ‘କେକ୍ କାହ୍ନା’ ନାମକ ବେକେରୀରୁ ଅର୍ଡର ହୋଇଥିବା ଚକୋଲେଟ୍ କେକରେ କିଛି ବିଷାକ୍ତ ପଦାର୍ଥ ମିଶିଥିଲା। ଏନେଇ ବେକେରୀ ମାଲିକଙ୍କ ବିରୋଧରେ ମାମଲା ରୁଜୁ ହୋଇଛି । କେକ୍ ର ନମୁନା ମଧ୍ୟ ପରୀକ୍ଷା ପାଇଁ ପଠାଯାଇଛି।
ଆଉ ତିନିଟି ଲୋକସଭା ଆସନରେ ପ୍ରାର୍ଥୀ ଘୋଷଣା କଲା ବିଜେପି
Next Articleନିର୍ବାଚନ ପ୍ରସ୍ତୁତି: ଓଡ଼ିଶା ପୋଲିସ -ଛତିଶଗଡ ପୋଲିସ ମଧ୍ୟରେ ସମନ୍ଵୟ ବୈଠକ
Related Articles
ପରିଚାଳନା କର୍ତ୍ତୃପକ୍ଷ ଓ ୟୁନିଅନ ମଧ୍ୟରେ ଆଲୋଚନା ବିଫଳ: ମୁଖ୍ୟ କାର୍ଯ୍ୟାଳୟ, ଆଞ୍ଚଳିକ କାର୍ଯ୍ୟାଳୟ ଓ ସମସ୍ତ ବ୍ଲକ ମୁଖ୍ୟାଳୟରେ ଘେରାଉ ଓ ବିକ୍ଷୋଭ
ବ୍ରହ୍ମପୁର: ଆସୋସିଏସନ୍ ଅଫ୍ ଓଡ଼ିଶା ଗ୍ରାମୀଣ ବ୍ୟାଙ୍କ ଅଫିସର୍ସ ଏବଂ ଓଡ଼ିଶା ଗ୍ରାମୀଣ ବ୍ୟାଙ୍କ ଏମ୍ପ୍ଲୟୀଜ୍ ଆସୋସିଏସନ୍ ର ମିଳିତ ଆନ୍ଦୋଳନ କାର୍ଯ୍ୟକ୍ରମ ଅନୁଯାୟୀ ଆଜି ସମଗ୍ର ଓଡ଼ିଶାରେ ବ୍ୟାଙ୍କର ମୁଖ୍ୟ କାର୍ଯ୍ୟାଳୟ, ସମସ୍ତ ଆଞ୍ଚଳିକ କାର୍ଯ୍ୟାଳୟ ଏବଂ ସମସ୍ତ ବ୍ଲକ ମୁଖ୍ୟାଳୟ ଶାଖା ସମ୍ମୁଖରେ ଅଧିକାରୀ ଓ କର୍ମଚାରୀମାନେ ଶାନ୍ତିପୂର୍ଣ୍ଣ ଘେରାଉ ଓ ବିକ୍ଷୋଭ ପ୍ରଦର୍ଶନ କରିଥିଲେ। ଗତ ୨୯ ଜୁଲାଇରେ ବ୍ୟାଙ୍କ ପରିଚାଳନା କର୍ତ୍ତୃପକ୍ଷ ଓ ପ୍ରତିନିଧି ୟୁନିଅନମାନଙ୍କ ମଧ୍ୟରେ ୨୦ ଦଫା ଦାବିପତ୍ର [...]
ଓଡ଼ିଶା ଗ୍ରାମୀଣ ବ୍ୟାଙ୍କ ପକ୍ଷରୁ ରକ୍ତଦାନ ଓ ସ୍ୱାସ୍ଥ୍ୟ ପରୀକ୍ଷା ଶିବିର ଅନୁଷ୍ଠିତ
ବ୍ରହ୍ମପୁର: ଓଡ଼ିଶା ଗ୍ରାମୀଣ ବ୍ୟାଙ୍କର ପ୍ରତିଷ୍ଠା ଦିବସ ଅବସରରେ ବ୍ରହ୍ମପୁର ଆଞ୍ଚଳିକ କାର୍ଯ୍ୟାଳୟ ପକ୍ଷରୁ ବ୍ରହ୍ମପୁର ମ୍ୟୁନିସିପାଲିଟି ଶାଖା ପରିସରରେ ଏକ ବିଶାଳ ରକ୍ତଦାନ ଏବଂ ସ୍ୱାସ୍ଥ୍ୟ ପରୀକ୍ଷା ଶିବିର ଅନୁଷ୍ଠିତ ହୋଇଯାଇଛି। ଏହି ଶିବିରରୁ ମୋଟ ୨୦ ୟୁନିଟ୍ ରକ୍ତ ସଂଗ୍ରହ କରାଯାଇଥିବା ବେଳେ ପ୍ରାୟ ୬୦ ଜଣ ବ୍ୟକ୍ତିଙ୍କର ସ୍ୱାସ୍ଥ୍ୟ ପରୀକ୍ଷା କରାଯାଇଛି। ଏହି କାର୍ଯ୍ୟକ୍ରମରେ ବ୍ରହ୍ମପୁର ଆଞ୍ଚଳିକ ପ୍ରବନ୍ଧକ ଚନ୍ଦନ କୁମାର ମହାନ୍ତି ମୁଖ୍ୟ ଅତିଥି ଭାବେ ଯୋଗଦେଇ ରକ୍ତଦାତାମାନଙ୍କୁ ଉତ୍ସାହିତ କରିବା [...]
ନ୍ୟାୟ ସଂହିତା ପ୍ରଦର୍ଶନୀରେ ଓଡ଼ିଶା ପୋଲିସର ଐତିହାସିକ କପୋତ ସେବା ପ୍ରଦର୍ଶିତ
ଭୁବନେଶ୍ୱର: ଭୁବନେଶ୍ୱରସ୍ଥିତ ୟୁନିଟ୍–୩, IDCO ପ୍ରଦର୍ଶନୀ ପଡିଆରେ ଆୟୋଜିତ ‘ନ୍ୟାୟ ସଂହିତା ପ୍ରଦର୍ଶନୀ’ରେ ଆଜି ବିଶ୍ୱର ଏକମାତ୍ର କାର୍ଯ୍ୟକ୍ଷମ ଓଡ଼ିଶା ପୋଲିସ କପୋତ ସେବାର ପ୍ରଦର୍ଶନ କରାଯାଇଛି। ଏହି ଅବସରରେ ଭୁବନେଶ୍ୱରରୁ କଟକ ଅଭିମୁଖେ ଦୁଇଟି ଦଳରେ ୧୮ଟି ବେଲଜିୟମ ହୋମର ପାରାଙ୍କୁ ପଠାଯାଇଛି। ଏହି ପାରାମାନେ ନିଜ ଗୋଡ଼ରେ ବନ୍ଧାଯାଇଥିବା ଛୋଟ କ୍ୟାପସୁଲ ମାଧ୍ୟମରେ ଗୁରୁତ୍ୱପୂର୍ଣ୍ଣ ବାର୍ତ୍ତା ନେଇ ଆକାଶ ମାର୍ଗରେ ଗତି କରି ପୁରାତନ ‘ପିଜନ ପୋଷ୍ଟ’ର ସ୍ମୃତି ଚାରଣ କରିଛନ୍ତି। ଏହି ବେଲଜିୟମ [...]
