News Room Odisha
BREAKING
Odia

ଅଶ୍ଳୀଳ ବିଷୟବସ୍ତୁ ପ୍ରସାରଣ ନେଇ ୧୮ ଓଟିଟି ପ୍ଲାଟଫର୍ମକୁ ବନ୍ଦ କଲେ ସରକାର

ନୂଆଦିଲ୍ଲୀ: ଅଶ୍ଳୀଳ ବିଷୟବସ୍ତୁ ପ୍ରସାରଣ ଅଭିଯୋଗରେ ୧୮ଟି ଓଟିଟି ପ୍ଲାଟଫର୍ମ ଏବଂ ସେମାନଙ୍କ ସହ ଜଡ଼ିତ ସୋସିଆଲ ମିଡିଆ ଆକାଉଣ୍ଟକୁ ସରକାର ଗୁରୁବାର ବ୍ଲକ୍ କରିଛନ୍ତିି । ସୂଚନା ଏବଂ ପ୍ରସାରଣ ମନ୍ତ୍ରଣାଳୟ ବିବୃତ୍ତି ଅନୁଯାୟୀ ଭାରତରେ ୧୮ଟି ଓଭର ଦି ଟପ୍ (ଓଟିଟି) ପ୍ଲାଟଫର୍ମ, ୧୯ଟି ୱେବସାଇଟ୍, ୧୦ଟି ଆପ୍ (ଗୁଗୁଲ୍ ପ୍ଲେ ଷ୍ଟୋରରେ ୭ଟି, ଆପଲ୍ ଆପ୍ ଷ୍ଟୋର୍‌ରେ ୩ଟି) ଏବଂ ୫୭ଟି ସୋସିଆଲ୍ ମିଡିଆ ଆକାଉଣ୍ଟକୁ ବ୍ଲକ୍ କରାଯାଇଛି। । କେନ୍ଦ୍ର ସୂଚନା [...]

Admin•March 14, 2024
Share Article:

ନୂଆଦିଲ୍ଲୀ: ଅଶ୍ଳୀଳ ବିଷୟବସ୍ତୁ ପ୍ରସାରଣ ଅଭିଯୋଗରେ ୧୮ଟି ଓଟିଟି ପ୍ଲାଟଫର୍ମ ଏବଂ ସେମାନଙ୍କ ସହ ଜଡ଼ିତ ସୋସିଆଲ ମିଡିଆ ଆକାଉଣ୍ଟକୁ ସରକାର ଗୁରୁବାର ବ୍ଲକ୍ କରିଛନ୍ତିି ।

ସୂଚନା ଏବଂ ପ୍ରସାରଣ ମନ୍ତ୍ରଣାଳୟ ବିବୃତ୍ତି ଅନୁଯାୟୀ ଭାରତରେ ୧୮ଟି ଓଭର ଦି ଟପ୍ (ଓଟିଟି) ପ୍ଲାଟଫର୍ମ, ୧୯ଟି ୱେବସାଇଟ୍, ୧୦ଟି ଆପ୍ (ଗୁଗୁଲ୍ ପ୍ଲେ ଷ୍ଟୋରରେ ୭ଟି, ଆପଲ୍ ଆପ୍ ଷ୍ଟୋର୍‌ରେ ୩ଟି) ଏବଂ ୫୭ଟି ସୋସିଆଲ୍ ମିଡିଆ ଆକାଉଣ୍ଟକୁ ବ୍ଲକ୍ କରାଯାଇଛି। ।

କେନ୍ଦ୍ର ସୂଚନା ଏବଂ ପ୍ରସାରଣ ମନ୍ତ୍ରୀ ଅନୁରାଗ ଠାକୁର ‘ଗଠନମୂଳକ ଅଭିବ୍ୟକ୍ତି’ ନାମରେ ଅଶ୍ଳୀଳ ତଥା ଅସଭ୍ୟ ବିଷୟବସ୍ତୁ ପ୍ରସାରଣ ନ କରିବା ପାଇଁ ଏହି ପ୍ଲାଟଫର୍ମଗୁଡିକର ଦାୟିତ୍ଵ ଉପରେ ଗୁରୁତ୍ୱାରୋପ କରିଛନ୍ତି।

ବିଭିନ୍ନ ସରକାରୀ ବିଭାଗ/ମନ୍ତ୍ରଣାଳୟ, ବିଶେଷଜ୍ଞ ଓ ମହିଳା ଏବଂ ଶିଶୁ ଅଧିକାର କର୍ମୀଙ୍କ ସହ ପରାମର୍ଶ ପରେ ଏହି ଓଟିଟି ପ୍ଲାଟଫର୍ମ ଗୁଡ଼ିକ ବିରୋଧରେ କାର୍ଯ୍ୟାନୁଷ୍ଠାନ ନେବାକୁ ନିଷ୍ପତ୍ତି ନେଇଥିଲେ ସରକାର। ସୂଚନା ପ୍ରଯୁକ୍ତିବିଦ୍ୟା ଅଧିନିୟମ, ୨୦୦୦ ଅଧୀନରେ ଏହି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଛି।

#Odia#Odisha#News
Share Article:

Related Articles