News Room Odisha
BREAKING
Odia

ଲୋକସଭା ନିର୍ବାଚନ ପୂର୍ବରୁ ଲାଗୁ ହେବ ସିଏଏ !

ନୂଆଦିଲ୍ଲୀ: ଲୋକସଭା ନିର୍ବାଚନ ପୂର୍ବରୁ ଦେଶରେ ନାଗରିକତା ସଂଶୋଧନ ଆଇନ (ସିଏଏ) ଲାଗୁ ହେବା ସମ୍ଭାବନା ରହିଛି। ଏଥିପାଇଁ କେନ୍ଦ୍ର ସରକାର ପ୍ରସ୍ତୁତି କରୁଥିବା ଜଣାପଡ଼ିଛି। ଜଣେ ବରିଷ୍ଠ ଅଧିକାରୀଙ୍କ କହିବା ଅନୁଯାୟୀ ଲୋକସଭା ନିର୍ବାଚନର ବହୁ ପୂର୍ବରୁ ‘ନାଗରିକତା ସଂଶୋଧନ ଆଇନ ୨୦୧୯’ ନିୟମ ସଂକ୍ରାନ୍ତ ବିଜ୍ଞପ୍ତି ପ୍ରକାଶ ପାଇବ । ଅଧିକାରୀ ଜଣକ କହିଛନ୍ତି, ଖୁବ୍ ଶୀଘ୍ର ସରକାର ସିଏଏ ନେଇ ବିଜ୍ଞପ୍ତି ଜାରି କରିବାକୁ ଯାଉଛନ୍ତି। ବିଜ୍ଞପ୍ତି ଜାରି ହେବା ପରେ ଆଇନ [...]

Admin•January 3, 2024
Share Article:

ନୂଆଦିଲ୍ଲୀ: ଲୋକସଭା ନିର୍ବାଚନ ପୂର୍ବରୁ ଦେଶରେ ନାଗରିକତା ସଂଶୋଧନ ଆଇନ (ସିଏଏ) ଲାଗୁ ହେବା ସମ୍ଭାବନା ରହିଛି। ଏଥିପାଇଁ କେନ୍ଦ୍ର ସରକାର ପ୍ରସ୍ତୁତି କରୁଥିବା ଜଣାପଡ଼ିଛି। ଜଣେ ବରିଷ୍ଠ ଅଧିକାରୀଙ୍କ କହିବା ଅନୁଯାୟୀ ଲୋକସଭା ନିର୍ବାଚନର ବହୁ ପୂର୍ବରୁ ‘ନାଗରିକତା ସଂଶୋଧନ ଆଇନ ୨୦୧୯’ ନିୟମ ସଂକ୍ରାନ୍ତ ବିଜ୍ଞପ୍ତି ପ୍ରକାଶ ପାଇବ ।

ଅଧିକାରୀ ଜଣକ କହିଛନ୍ତି, ଖୁବ୍ ଶୀଘ୍ର ସରକାର ସିଏଏ ନେଇ ବିଜ୍ଞପ୍ତି ଜାରି କରିବାକୁ ଯାଉଛନ୍ତି। ବିଜ୍ଞପ୍ତି ଜାରି ହେବା ପରେ ଆଇନ ଲାଗୁ ହୋଇପାରିବ। ଏହି ଆଇନ ଅନୁଯାୟୀ ଯୋଗ୍ୟ ଲୋକଙ୍କୁ ଭାରତୀୟ ନାଗରିକତା ପ୍ରଦାନ କରାଯିବ। ଏପ୍ରିଲ-ମେ ମାସରେ ଲୋକସଭା ନିର୍ବାଚନ ହେବା ସମ୍ଭାବନା ଅଛି । ହେଲେ ଏହା ପୂର୍ବରୁ ସିଏଏ ଲାଗୁ ହେବ ବୋଲି ସେ କହିଛନ୍ତି। ଚାରି ବର୍ଷରୁ ଅଧିକ ବିଳମ୍ବ ପରେ ସିଏଏ ଲାଗୁ ପାଇଁ ତତ୍ପରତା ପ୍ରକାଶ ପାଇଛି |

ଉଲ୍ଲେଖଯୋଗ୍ୟ ଏହି ଆଇନ ଅନୁଯାୟୀ, ୩୧ ଡିସେମ୍ବର ୨୦୧୪ ପର୍ଯ୍ୟନ୍ତ ବାଂଲାଦେଶ, ପାକିସ୍ତାନ ଏବଂ ଆଫଗାନିସ୍ତାନରୁ ଭାରତକୁ ଆସିଥିବା ଅଣମୁସଲମାନ (ହିନ୍ଦୁ, ଶିଖ, ଜୈନ, ବୌଦ୍ଧ, ପାରସୀ ଏବଂ ଖ୍ରୀଷ୍ଟିଆନ) ମାନଙ୍କୁ ଭାରତୀୟ ନାଗରିକତା ପ୍ରଦାନ କରିଯିବ। ଡିସେମ୍ବର ୨୦୧୯ରେ ସିଏଏ ସଂସଦରେ ପାରିତ ହୋଇଥିଲା। ଏହି ଆଇନକୁ ରାଷ୍ଟ୍ରପତି ଅନୁମୋଦନ କରିବା ପରେ ଦେଶର କେତେକ ସ୍ଥାନରେ ବ୍ୟାପକ ବିକ୍ଷୋଭ ପ୍ରଦର୍ଶନ କରାଯାଇଥିଲା।

ନିକଟରେ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ କହିଥିଲେ ଯେ ସିଏଏ ଲାଗୁ କରିବାରୁ କେହି ଅଟକାଇ ପାରିବେ ନାହିଁ। ଏହା ଦେଶର ନିୟମ। ଶାହ ମଧ୍ୟ ପଶ୍ଚିମବଙ୍ଗର ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କୁ ଏହି ପ୍ରସଙ୍ଗରେ ଲୋକଙ୍କୁ ବିଭ୍ରାନ୍ତ କରୁଥିବା ଅଭିଯୋଗ କରିଥିଲେ ।

#Odia#Odisha#News
Share Article:

Related Articles