ସନରାଇଜର୍ସ ହାଇଦ୍ରାବାଦକୁ ହରାଇଲା ଗୁଜରାଟ ଟାଇଟନ୍ସ
ଅହମ୍ମଦାବାଦ: ଅଭିଜ୍ଞ ଦ୍ରୁତ ବୋଲର ମୋହିତ ଶର୍ମାଙ୍କ ଚମତ୍କାର ପ୍ରଦର୍ଶନ ପରେ ଡେଭିଡ ମିଲରଙ୍କ ଆକ୍ରମଣାତ୍ମକ ୪୪ ରନର ଇନିଂସ ବଳରେ ଗୁଜରାଟ ଟାଇଟନ୍ସ ରବିବାର ଏଠାରେ ଆଇପିଏଲର ଏକ ମ୍ୟାଚରେ ସନରାଇଜର୍ସ ହାଇଦ୍ରାବାଦକୁ ୭ ୱିକେଟରେ ହରାଇଛି। ଡେଥ୍ ଓଭରରେ ମୋହିତ ଶର୍ମା ମାପଚୁପ ବୋଲିଂ କରିଥିବାବେଳେ ଆଫଗାନ ସ୍ପିନର ରସିଦ ଖାନ ଏବଂ ନୁର ଅହମ୍ମଦ ମଝି ଇନିଂସରେ ହାଇଦ୍ରାବାଦର ରନ୍ ଗତି ଉପରେ ଅଙ୍କୁଶ ଲଗାଇଥିଲେ । ଫଳରେ ଟସ୍ ଜିତି ପ୍ରଥମେ [...]
ଅହମ୍ମଦାବାଦ: ଅଭିଜ୍ଞ ଦ୍ରୁତ ବୋଲର ମୋହିତ ଶର୍ମାଙ୍କ ଚମତ୍କାର ପ୍ରଦର୍ଶନ ପରେ ଡେଭିଡ ମିଲରଙ୍କ ଆକ୍ରମଣାତ୍ମକ ୪୪ ରନର ଇନିଂସ ବଳରେ ଗୁଜରାଟ ଟାଇଟନ୍ସ ରବିବାର ଏଠାରେ ଆଇପିଏଲର ଏକ ମ୍ୟାଚରେ ସନରାଇଜର୍ସ ହାଇଦ୍ରାବାଦକୁ ୭ ୱିକେଟରେ ହରାଇଛି।
ଡେଥ୍ ଓଭରରେ ମୋହିତ ଶର୍ମା ମାପଚୁପ ବୋଲିଂ କରିଥିବାବେଳେ ଆଫଗାନ ସ୍ପିନର ରସିଦ ଖାନ ଏବଂ ନୁର ଅହମ୍ମଦ ମଝି ଇନିଂସରେ ହାଇଦ୍ରାବାଦର ରନ୍ ଗତି ଉପରେ ଅଙ୍କୁଶ ଲଗାଇଥିଲେ । ଫଳରେ ଟସ୍ ଜିତି ପ୍ରଥମେ ବ୍ୟାଟିଂ କରିଥିବା ସନରାଇଜର୍ସ ହାଇଦ୍ରାବାଦ ୮ ୱିକେଟ୍ ହରାଇ ୧୬୨ ରନରେ ସୀମିତ ରହିଥିଲା। ଜବାବରେ ଗୁଜରାଟ ୧୯.୧ ଓଭରରେ ୩ ୱିକେଟ୍ ବିନିମୟରେ ୧୬୮ ରନ୍ କରି ମ୍ୟାଚ୍ ଜିତିଥିଲା ।
ମାଂସପେଶୀ ଟାଣି ହୋଇଯିବା ସତ୍ତ୍ୱେ ମିଲର୍ ୨୭ ବଲର ଅପରାଜିତ ଇନିଂସରେ ୪ଟି ଚୌକା ଓ ଦୁଇଟି ଛକା ମାରିଥିଲେ | ସେ ବି.ସାଇ ସୁଦର୍ଶନ (୩୬ ବଲରେ ୪୫ ରନ୍)ଙ୍କ ସହିତ ତୃତୀୟ ୱିକେଟ୍ ପାଇଁ ୬୪ ରନର ଭାଗିଦାରୀ କରି ବିଜୟର ମୂଳଦୁଆ ପକାଇଲେ । ଏହା ପରେ ବିଜୟ ଶଙ୍କର(୧୧ ବଲରେ ୧୪*)ଙ୍କ ସହ ୧୮ଟି ବଲରେ ୩୦ ରନ୍ ଯୋଡ଼ି ଦଳକୁ ବିଜୟ ଲକ୍ଷ୍ୟରେ ପହଞ୍ଚାଇଥିଲେ । ଓପନର ରିଦ୍ଧିମାନ ସାହା (୧୩ ବଲରେ ୨୫ ରନ୍) ଏବଂ ଅଧିନାୟକ ଶୁଭମାନ ଗିଲ୍ (୨୮୦ ବଲରେ ୩୬ ରନ୍) ମଧ୍ୟ ବ୍ୟାଟ୍ ସହ ଉପଯୋଗୀ ଅବଦାନ ରଖିଥିଲେ।
ସନରାଇଜର୍ସ ପକ୍ଷରୁ ପ୍ୟାଟ୍ କମିନ୍ସ, ମୟଙ୍କ ମାର୍କଣ୍ଡେ ଏବଂ ଶାହାବାଜ ଅହମ୍ମଦ ଗୋଟିଏ ଲେଖାଏଁ ୱିକେଟ୍ ନେଇଥିଲେ।
ଗୁଜରାଟର ଏହା ତିନୋଟି ମ୍ୟାଚରୁ ଦ୍ବିତୀୟ ବିଜୟ ହୋଇଥିବା ବେଳେ ହାଇଦ୍ରାବାଦରେ ସମାନ ସଂଖ୍ୟକ ମ୍ୟାଚରେ ଦ୍ବିତୀୟ ପରାଜୟ ।
ଏହା ପୂର୍ବରୁ ଗତ ମ୍ୟାଚ୍ରେ ୨୭୭ ରନର ରେକର୍ଡ ସ୍କୋର କରିଥିବା ସନରାଇଜର୍ସ ଟସ୍ ଜିତି ବ୍ୟାଟିଂ କରିଥିବା ବେଳେ ପାୱାରପ୍ଲେରେ ଗୋଟିଏ ୱିକେଟ୍ ହରାଇ ୫୬ ରନ୍ କରିଥିଲା । ଏହା ପରେ ଆଫଗାନିସ୍ତାନର ସ୍ପିନରମାନେ ମଝି ଓଭରରେ ସନରାଇଜର୍ସ ବ୍ୟାଟରଙ୍କୁ ଖୋଲାଖୋଲି ସଟ୍ ଖେଳିବାକୁ ଦେଇନଥିଲେ। ଦଳର କୌଣସି ବ୍ୟାଟ୍ସମ୍ୟାନ୍ ୩୦ ରନ୍ ଟପିନଥିଲେ । ଗୁଜରାଟ ଟାଇଟନ୍ସ ପକ୍ଷରୁ ମୋହିତ ଶର୍ମା ସର୍ବାଧିକ ୩ଟି ୱିକେଟ୍ ନେଇଥିଲେ।
ରାମଲୀଳା ମଇଦାନରେ ଇଣ୍ଡିଆ ମେଣ୍ଟର ‘ଗଣତନ୍ତ୍ର ବଞ୍ଚାଅ’ ମହାରାଲି, କେଜ୍ରିୱାଲ ଓ ହେମନ୍ତ ସୋରେନଙ୍କୁ ତୁରନ୍ତ ମୁକ୍ତ କରିବାକୁ ଦାବି
Next ArticleHDFC Bank Expands Its Operations in Odisha; Launches 29 New Branches in Last 3 Days
Related Articles
ପରିଚାଳନା କର୍ତ୍ତୃପକ୍ଷ ଓ ୟୁନିଅନ ମଧ୍ୟରେ ଆଲୋଚନା ବିଫଳ: ମୁଖ୍ୟ କାର୍ଯ୍ୟାଳୟ, ଆଞ୍ଚଳିକ କାର୍ଯ୍ୟାଳୟ ଓ ସମସ୍ତ ବ୍ଲକ ମୁଖ୍ୟାଳୟରେ ଘେରାଉ ଓ ବିକ୍ଷୋଭ
ବ୍ରହ୍ମପୁର: ଆସୋସିଏସନ୍ ଅଫ୍ ଓଡ଼ିଶା ଗ୍ରାମୀଣ ବ୍ୟାଙ୍କ ଅଫିସର୍ସ ଏବଂ ଓଡ଼ିଶା ଗ୍ରାମୀଣ ବ୍ୟାଙ୍କ ଏମ୍ପ୍ଲୟୀଜ୍ ଆସୋସିଏସନ୍ ର ମିଳିତ ଆନ୍ଦୋଳନ କାର୍ଯ୍ୟକ୍ରମ ଅନୁଯାୟୀ ଆଜି ସମଗ୍ର ଓଡ଼ିଶାରେ ବ୍ୟାଙ୍କର ମୁଖ୍ୟ କାର୍ଯ୍ୟାଳୟ, ସମସ୍ତ ଆଞ୍ଚଳିକ କାର୍ଯ୍ୟାଳୟ ଏବଂ ସମସ୍ତ ବ୍ଲକ ମୁଖ୍ୟାଳୟ ଶାଖା ସମ୍ମୁଖରେ ଅଧିକାରୀ ଓ କର୍ମଚାରୀମାନେ ଶାନ୍ତିପୂର୍ଣ୍ଣ ଘେରାଉ ଓ ବିକ୍ଷୋଭ ପ୍ରଦର୍ଶନ କରିଥିଲେ। ଗତ ୨୯ ଜୁଲାଇରେ ବ୍ୟାଙ୍କ ପରିଚାଳନା କର୍ତ୍ତୃପକ୍ଷ ଓ ପ୍ରତିନିଧି ୟୁନିଅନମାନଙ୍କ ମଧ୍ୟରେ ୨୦ ଦଫା ଦାବିପତ୍ର [...]
ଓଡ଼ିଶା ଗ୍ରାମୀଣ ବ୍ୟାଙ୍କ ପକ୍ଷରୁ ରକ୍ତଦାନ ଓ ସ୍ୱାସ୍ଥ୍ୟ ପରୀକ୍ଷା ଶିବିର ଅନୁଷ୍ଠିତ
ବ୍ରହ୍ମପୁର: ଓଡ଼ିଶା ଗ୍ରାମୀଣ ବ୍ୟାଙ୍କର ପ୍ରତିଷ୍ଠା ଦିବସ ଅବସରରେ ବ୍ରହ୍ମପୁର ଆଞ୍ଚଳିକ କାର୍ଯ୍ୟାଳୟ ପକ୍ଷରୁ ବ୍ରହ୍ମପୁର ମ୍ୟୁନିସିପାଲିଟି ଶାଖା ପରିସରରେ ଏକ ବିଶାଳ ରକ୍ତଦାନ ଏବଂ ସ୍ୱାସ୍ଥ୍ୟ ପରୀକ୍ଷା ଶିବିର ଅନୁଷ୍ଠିତ ହୋଇଯାଇଛି। ଏହି ଶିବିରରୁ ମୋଟ ୨୦ ୟୁନିଟ୍ ରକ୍ତ ସଂଗ୍ରହ କରାଯାଇଥିବା ବେଳେ ପ୍ରାୟ ୬୦ ଜଣ ବ୍ୟକ୍ତିଙ୍କର ସ୍ୱାସ୍ଥ୍ୟ ପରୀକ୍ଷା କରାଯାଇଛି। ଏହି କାର୍ଯ୍ୟକ୍ରମରେ ବ୍ରହ୍ମପୁର ଆଞ୍ଚଳିକ ପ୍ରବନ୍ଧକ ଚନ୍ଦନ କୁମାର ମହାନ୍ତି ମୁଖ୍ୟ ଅତିଥି ଭାବେ ଯୋଗଦେଇ ରକ୍ତଦାତାମାନଙ୍କୁ ଉତ୍ସାହିତ କରିବା [...]
ନ୍ୟାୟ ସଂହିତା ପ୍ରଦର୍ଶନୀରେ ଓଡ଼ିଶା ପୋଲିସର ଐତିହାସିକ କପୋତ ସେବା ପ୍ରଦର୍ଶିତ
ଭୁବନେଶ୍ୱର: ଭୁବନେଶ୍ୱରସ୍ଥିତ ୟୁନିଟ୍–୩, IDCO ପ୍ରଦର୍ଶନୀ ପଡିଆରେ ଆୟୋଜିତ ‘ନ୍ୟାୟ ସଂହିତା ପ୍ରଦର୍ଶନୀ’ରେ ଆଜି ବିଶ୍ୱର ଏକମାତ୍ର କାର୍ଯ୍ୟକ୍ଷମ ଓଡ଼ିଶା ପୋଲିସ କପୋତ ସେବାର ପ୍ରଦର୍ଶନ କରାଯାଇଛି। ଏହି ଅବସରରେ ଭୁବନେଶ୍ୱରରୁ କଟକ ଅଭିମୁଖେ ଦୁଇଟି ଦଳରେ ୧୮ଟି ବେଲଜିୟମ ହୋମର ପାରାଙ୍କୁ ପଠାଯାଇଛି। ଏହି ପାରାମାନେ ନିଜ ଗୋଡ଼ରେ ବନ୍ଧାଯାଇଥିବା ଛୋଟ କ୍ୟାପସୁଲ ମାଧ୍ୟମରେ ଗୁରୁତ୍ୱପୂର୍ଣ୍ଣ ବାର୍ତ୍ତା ନେଇ ଆକାଶ ମାର୍ଗରେ ଗତି କରି ପୁରାତନ ‘ପିଜନ ପୋଷ୍ଟ’ର ସ୍ମୃତି ଚାରଣ କରିଛନ୍ତି। ଏହି ବେଲଜିୟମ [...]
