News Room Odisha
BREAKING
Odia

ଗୁଲଜାର ଓ ସଂସ୍କୃତ ପଣ୍ଡିତ ରାମଭଦ୍ରାଚାର୍ଯ୍ୟ ପାଇବେ ଜ୍ଞାନପୀଠ ପୁରସ୍କାର

ନୂଆଦିଲ୍ଲୀ: ଖ୍ୟାତନାମା ଗୀତିକାର ତଥା ଉର୍ଦ୍ଦୁ କବି ଗୁଲଜାର ଏବଂ ସଂସ୍କୃତ ପଣ୍ଡିତ ଜଗଦଗୁରୁ ରାମଭଦ୍ରାଚାର୍ଯ୍ୟଙ୍କୁ ୫୮ତମ ଜ୍ଞାନପୀଠ ପୁରସ୍କାର ପାଇଁ ମନୋନୀତ କରାଯାଇଛି। ଜ୍ଞାନପୀଠ ଚୟନ କମିଟି ଶନିବାର ଏନେଇ ଘୋଷଣା କରିଛି। ଗୁଲଜାର ହିନ୍ଦୀ ସିନେମାରେ ନିଜ କାର୍ଯ୍ୟ ପାଇଁ ଜଣାଶୁଣା । ଏହାଛଡ଼ା ସେ ଜଣେ ପ୍ରଥିତଯଶା ଉର୍ଦ୍ଦୁ କବି । ଉର୍ଦ୍ଦୁ ସାହିତ୍ୟ ପ୍ରତି ଅବଦାନ ପାଇଁ ଗୁଲଜାରଙ୍କୁ ୨୦୦୨ରେ କେନ୍ଦ୍ର ସାହିତ୍ୟ ଏକାଡେମୀ ପୁରସ୍କାର ମିଳିଥିଲା । ୨୦୧୩ରେ ତାଙ୍କୁ [...]

Admin•February 17, 2024
Share Article:

ନୂଆଦିଲ୍ଲୀ: ଖ୍ୟାତନାମା ଗୀତିକାର ତଥା ଉର୍ଦ୍ଦୁ କବି ଗୁଲଜାର ଏବଂ ସଂସ୍କୃତ ପଣ୍ଡିତ ଜଗଦଗୁରୁ ରାମଭଦ୍ରାଚାର୍ଯ୍ୟଙ୍କୁ ୫୮ତମ ଜ୍ଞାନପୀଠ ପୁରସ୍କାର ପାଇଁ ମନୋନୀତ କରାଯାଇଛି। ଜ୍ଞାନପୀଠ ଚୟନ କମିଟି ଶନିବାର ଏନେଇ ଘୋଷଣା କରିଛି।

ଗୁଲଜାର ହିନ୍ଦୀ ସିନେମାରେ ନିଜ କାର୍ଯ୍ୟ ପାଇଁ ଜଣାଶୁଣା । ଏହାଛଡ଼ା ସେ ଜଣେ ପ୍ରଥିତଯଶା ଉର୍ଦ୍ଦୁ କବି । ଉର୍ଦ୍ଦୁ ସାହିତ୍ୟ ପ୍ରତି ଅବଦାନ ପାଇଁ ଗୁଲଜାରଙ୍କୁ ୨୦୦୨ରେ କେନ୍ଦ୍ର ସାହିତ୍ୟ ଏକାଡେମୀ ପୁରସ୍କାର ମିଳିଥିଲା । ୨୦୧୩ରେ ତାଙ୍କୁ ଦେଶର ସର୍ବୋଚ୍ଚ ଫିଲ୍ମ ପୁରସ୍କାର ଦାଦାସାହେବ ଫାଲକେ ପୁରସ୍କାର ପ୍ରଦାନ କରାଯାଇଥିଲା । ଗୁଲଜାର ୨୦୦୪ରେ ପଦ୍ମ ଭୂଷଣ ସମ୍ମାନ ପାଇଥିଲେ। ସେ ପାଞ୍ଚ ଥର ଜାତୀୟ ଚଳଚ୍ଚିତ୍ର ପୁରସ୍କାର ମଧ୍ୟ ପାଇଛନ୍ତି।

ଚିତ୍ରକୁଟ ତୁଳସୀ ପୀଠର ପ୍ରତିଷ୍ଠାତା ତଥା ମୁଖ୍ୟ ରାମଭଦ୍ରାଚାର୍ଯ୍ୟ ଜଣେ ପ୍ରସିଦ୍ଧ ହିନ୍ଦୁ ଆଧ୍ୟାତ୍ମିକ ଗୁରୁ, ଶିକ୍ଷକ ଓ ୧୦୦ରୁ ଅଧିକ ପୁସ୍ତକର ଲେଖକ।

ଜ୍ଞାନପୀଠ ଚୟନ କମିଟି ଏକ ବିବୃତ୍ତିରେ କହିଛି, ଦୁଇ ଭାଷାର ବିଶିଷ୍ଟ ଲେଖକ – ସଂସ୍କୃତ ସାହିତ୍ୟିକ ଜଗଦଗୁରୁ ରାମଭଦ୍ରାଚାର୍ଯ୍ୟ ଓ ପ୍ରସିଦ୍ଧ ଉର୍ଦ୍ଦୁ ସାହିତ୍ୟିକ ଗୁଲଜାରଙ୍କୁ ଏହି ପୁରସ୍କାର (୨୦୨୩ ପାଇଁ) ପ୍ରଦାନ କରିବାକୁ ନିଷ୍ପତ୍ତି ନିଆଯାଇଛି। ୨୦୨୨ ବର୍ଷ ପାଇଁ ଏହି ସମ୍ମାନଜନକ ପୁରସ୍କାର ଗୋଆନ୍ ଲେଖକ ଦାମୋଦର ମାଭଜୋଙ୍କୁ ପ୍ରଦାନ କରାଯାଇଥିଲା |

#Odia#Odisha#News
Share Article:

Related Articles