News Room Odisha
BREAKING
Odia

ଇସ୍ତଫା ପ୍ରତ୍ୟାହାର କଲେ ମନ୍ତ୍ରୀ ବିକ୍ରମାଦିତ୍ୟ ସିଂହ, କହିଲେ ହିମାଚଳ ସରକାରଙ୍କ ପ୍ରତି ନାହିଁ କୌଣସି ବିପଦ

ଶିମଲା: ହିମାଚଳ ପ୍ରଦେଶ ରାଜ୍ୟସଭା ନିର୍ବାଚନରେ କଂଗ୍ରେସ ବିଧାୟକଙ୍କ ବିଦ୍ରୋହ ପରେ ସଙ୍କଟରେ ପଡ଼ିଥିବା ସୁଖୁ ସରକାରଙ୍କୁ ଆଶ୍ବସ୍ତି ମିଳିଛି । ମନ୍ତ୍ରୀ ବିକ୍ରମାଦିତ୍ୟ ସିଂହ ତାଙ୍କ ଇସ୍ତଫା ପ୍ରତ୍ୟାହାର କରି ନେଇଛନ୍ତି। ଦଳର ହିମାଚଳ ପ୍ରଭାରୀ ରାଜୀବ ଶୁକ୍ଲା ଏହି ସୂଚନା ଦେଇଛନ୍ତି । ବିକ୍ରମାଦିତ୍ୟ ସିଂ ତାଙ୍କ ଇସ୍ତଫା ଫେରାଇ ନେବା ପରେ କହିଛନ୍ତି ଯେ କୌଣସି ବ୍ୟକ୍ତି ଅପେକ୍ଷା ସଂଗଠନ ବଡ଼। ସରକାରଙ୍କ ଉପରେ କୌଣସି ସଙ୍କଟ ନାହିଁ। ବିକ୍ରମାଦିତ୍ୟ ସିଂହ ବୁଧବାର [...]

Admin•February 28, 2024
Share Article:

ଶିମଲା: ହିମାଚଳ ପ୍ରଦେଶ ରାଜ୍ୟସଭା ନିର୍ବାଚନରେ କଂଗ୍ରେସ ବିଧାୟକଙ୍କ ବିଦ୍ରୋହ ପରେ ସଙ୍କଟରେ ପଡ଼ିଥିବା ସୁଖୁ ସରକାରଙ୍କୁ ଆଶ୍ବସ୍ତି ମିଳିଛି । ମନ୍ତ୍ରୀ ବିକ୍ରମାଦିତ୍ୟ ସିଂହ ତାଙ୍କ ଇସ୍ତଫା ପ୍ରତ୍ୟାହାର କରି ନେଇଛନ୍ତି। ଦଳର ହିମାଚଳ ପ୍ରଭାରୀ ରାଜୀବ ଶୁକ୍ଲା ଏହି ସୂଚନା ଦେଇଛନ୍ତି । ବିକ୍ରମାଦିତ୍ୟ ସିଂ ତାଙ୍କ ଇସ୍ତଫା ଫେରାଇ ନେବା ପରେ କହିଛନ୍ତି ଯେ କୌଣସି ବ୍ୟକ୍ତି ଅପେକ୍ଷା ସଂଗଠନ ବଡ଼। ସରକାରଙ୍କ ଉପରେ କୌଣସି ସଙ୍କଟ ନାହିଁ।

ବିକ୍ରମାଦିତ୍ୟ ସିଂହ ବୁଧବାର ସକାଳେ ମନ୍ତ୍ରୀ ପଦରୁ ଇସ୍ତଫା ଦେଇଥିଲେ । ବିକ୍ରମାଦିତ୍ୟ ତାଙ୍କ ଗୋଷ୍ଠୀର ବିଧାୟକଙ୍କୁ ଅଣଦେଖା କରାଯାଇଛି ବୋଲି ଅଭିଯୋଗ କରିଥିଲେ। ସେ ଏକ ସାମ୍ବାଦିକ ସମ୍ମିଳନୀରେ ଇସ୍ତଫା ଘୋଷଣା କରି କହିଥିଲେ ରାଜ୍ୟ କଂଗ୍ରେସ ତାଙ୍କ ବାପା ତଥା ପୂର୍ବତନ ମୁଖ୍ୟମନ୍ତ୍ରୀ ବୀରଭଦ୍ର ସିଂହଙ୍କ ନାଁରେ ନିର୍ବାଚନ ଲଢ଼ିଥିଲା ଓ କ୍ଷମତାକୁ ଫେରିଥିଲା । କିନ୍ତୁ ପରିତାପର ବିଷୟ ଯେ ଯେଉଁ ବ୍ୟକ୍ତିଙ୍କ ନାଁରେ ନିର୍ବାଚନ ଲଢ଼ା ଯାଇଥିଲା ତାଙ୍କର ପ୍ରତିମୂର୍ତ୍ତି ସ୍ଥାପନ କରିବା ପାଇଁ ସିମଲାର ମଲ୍ ରୋଡରେ ଦୁଇ ଗଜ ଜାଗା ଦିଆଯାଇନଥିଲା। ଏହା ବେଶ୍ ଦୁର୍ଭାଗ୍ୟଜନକ ।

ବିକ୍ରମାଦିତ୍ୟ ସିଂହ ହେଉଛନ୍ତି ପୂର୍ବତନ ମୁଖ୍ୟମନ୍ତ୍ରୀ ସ୍ବର୍ଗତ ବୀରଭଦ୍ର ସିଂହଙ୍କ ପୁଅ । ତାଙ୍କ ମାଆ ପ୍ରତିଭା ସିଂହ ମଧ୍ୟ ରାଜ୍ୟ କଂଗ୍ରେସର ମୁଖ୍ୟ ଅଛନ୍ତି। ବିକ୍ରମାଦିତ୍ୟ ସିମଲା ଗ୍ରାମୀଣ ବିଧାନସଭା ନିର୍ବାଚନମଣ୍ଡଳୀରୁ ଦ୍ୱିତୀୟ ଥର ବିଧାୟକ ହୋଇଛନ୍ତି। ୨୦୧୩ରେ ରାଜନୀତିରେ ପ୍ରବେଶ କରିଥିବା ବିକ୍ରମାଦିତ୍ୟ ୨୦୧୩ ରୁ ୨୦୧୭ ମଧ୍ୟରେ ହିମାଚଳ ଯୁବ କଂଗ୍ରେସର ସଭାପତି ଥିଲେ। ବର୍ତ୍ତମାନ ସେ ରାଜ୍ୟ ସରକାରଙ୍କ ଲୋକସମ୍ପର୍କ ମନ୍ତ୍ରୀ ଅଛନ୍ତି।

ଉଲ୍ଲେଖଯୋଗ୍ୟ, ହିମାଚଳର ଏକମାତ୍ର ରାଜ୍ୟସଭା ଆସନରେ ମଙ୍ଗଳବାର ଅନୁଷ୍ଠିତ ନିର୍ବାଚନରେ କଂଗ୍ରେସ ବହୁମତ ସତ୍ତ୍ବେ ହାରିଯାଇଥିଲା । କଂଗ୍ରେସର ୬ ଜଣ ବିଧାୟକଙ୍କ ବିଜେପି ପ୍ରାର୍ଥୀଙ୍କ ସପକ୍ଷରେ କ୍ରସ୍ ଭୋଟିଂ କରିଥିଲେ। ଏହାପରେ ସୁଖୁ ସରକାର ପ୍ରତି ବିପଦ ସୃଷ୍ଟି ହୋଇଥିଲା । ରାଜ୍ୟସଭା ଆସନ ହାତେଇବା ପରେ ବିଜେପି ମଧ୍ୟ ସୁଖୁ ସରକାର ବହୁମତ ସାବ୍ୟସ୍ତ କରନ୍ତୁ ବୋଲି ଦାବି କରିଥିଲା । ହାତରୁ କ୍ଷମତା ଖସିବା ଆଶଙ୍କା କରି କଂଗ୍ରେସ ହାଇକମାଣ୍ଡ ଅସନ୍ତୁଷ୍ଟ ବିଧାୟକଙ୍କୁ ମନାଇବା ପାଇଁ ହରିୟାଣାର ପୂର୍ବତନ ମୁଖ୍ୟମନ୍ତ୍ରୀ ହୁଡା ଏବଂ କର୍ଣ୍ଣାଟକର ଉପମୁଖ୍ୟମନ୍ତ୍ରୀ ଶିବକୁମାରଙ୍କୁ ବୁଧବାର ସକାଳେ ହିମାଚଳକୁ ପଠାଇଥିଲା ।

#Odia#Odisha#News
Share Article:

Related Articles