News Room Odisha
BREAKING
Odia

ଜ୍ଞାନବାପି ମସଜିଦ ବେସମେଣ୍ଟରେ ଜାରି ରହିବ ପୂଜାର୍ଚ୍ଚନା, ମୁସଲିମ ପକ୍ଷର ଆବେଦନ ଖାରଜ କଲେ ହାଇକୋର୍ଟ

ବାରାଣସୀ: ଜ୍ଞାନବାପି ମସଜିଦ ପରିସରରେ ଥିବା ବେସମେଣ୍ଟ ତଥା ବ୍ଯାସ ତହଖାନାରେ ହିନ୍ଦୁମାନଙ୍କ ପୂଜାର୍ଚ୍ଚନା ଉପରେ ରୋକ୍ ନେଇ ମୁସଲିମ ପକ୍ଷର ଆବେଦନକୁ ଆହ୍ଲାବାଦ ହାଇକୋର୍ଟ ଖାରଜ କରି ଦେଇଛନ୍ତି। ବ୍ୟାସ ତହଖାନାରେ ପୂଜା ଜାରି ରହିବ। ଜଷ୍ଟିସ ରୋହିତ ରଂଜନ ଅଗ୍ରୱାଲଙ୍କ ଜଣିକିଆ ବେଞ୍ଚ ଏହି ରାୟ ଦେଇଛନ୍ତି। ଏହି ମାମଲାରେ ମୁସଲିମ ପକ୍ଷ ଦଳ ବାରାଣସୀ ଜିଲ୍ଲା କୋର୍ଟର ଆଦେଶକୁ ହାଇକୋର୍ଟରେ ଚ୍ୟାଲେଞ୍ଜ କରିଥିଲେ। ଜାନୁୟାରୀ ୩୧ରେ ବାରାଣସୀ ଜିଲ୍ଲା କୋର୍ଟ ଜ୍ଞାନବାପି ବେସମେଣ୍ଟରେ [...]

Admin•February 26, 2024
Share Article:

ବାରାଣସୀ: ଜ୍ଞାନବାପି ମସଜିଦ ପରିସରରେ ଥିବା ବେସମେଣ୍ଟ ତଥା ବ୍ଯାସ ତହଖାନାରେ ହିନ୍ଦୁମାନଙ୍କ ପୂଜାର୍ଚ୍ଚନା ଉପରେ ରୋକ୍ ନେଇ ମୁସଲିମ ପକ୍ଷର ଆବେଦନକୁ ଆହ୍ଲାବାଦ ହାଇକୋର୍ଟ ଖାରଜ କରି ଦେଇଛନ୍ତି। ବ୍ୟାସ ତହଖାନାରେ ପୂଜା ଜାରି ରହିବ। ଜଷ୍ଟିସ ରୋହିତ ରଂଜନ ଅଗ୍ରୱାଲଙ୍କ ଜଣିକିଆ ବେଞ୍ଚ ଏହି ରାୟ ଦେଇଛନ୍ତି। ଏହି ମାମଲାରେ ମୁସଲିମ ପକ୍ଷ ଦଳ ବାରାଣସୀ ଜିଲ୍ଲା କୋର୍ଟର ଆଦେଶକୁ ହାଇକୋର୍ଟରେ ଚ୍ୟାଲେଞ୍ଜ କରିଥିଲେ।

ଜାନୁୟାରୀ ୩୧ରେ ବାରାଣସୀ ଜିଲ୍ଲା କୋର୍ଟ ଜ୍ଞାନବାପି ବେସମେଣ୍ଟରେ ପୂଜା କରିବାକୁ ହିନ୍ଦୁ ଦଳକୁ ଅନୁମତି ଦେଇଥିଲେ । ବାରାଣସୀ କୋର୍ଟଙ୍କ ରାୟକୁ ଅଞ୍ଜୁମାନ ଇନ୍ତେଜାମିଆ ମସଜିଦ କମିଟି ପକ୍ଷରୁ ଆହ୍ଲାବାଦ ହାଇକୋର୍ଟରେ ଚ୍ୟାଲେଞ୍ଜ କରାଯାଇଥିଲା ।

#Odia#Odisha#News
Share Article:

Related Articles