News Room Odisha
BREAKING
Odia

ଯାହାକୁ କହୁଥିଲେ କରୋନା ପାଇଁ ସଞ୍ଜିବନୀ, ସେହି ଔଷଧ ନେଇଥିଲା ୧୭,୦୦୦ ଲୋକଙ୍କ ଜୀବନ

ନୂଆଦିଲ୍ଲୀ: ୨୦୨୦ରେ ଯେତେବେଳେ କରୋନା ପ୍ରକୋପ ଶୀର୍ଷରେ ଥିଲା, ବିଶ୍ଵର ଅନେକ ଦେଶରେ ହାଇଡ୍ରୋକ୍ସିକ୍ଲୋରୋକୁଇନ୍ (ଏଚସିକ୍ୟୁ) ବଟିକାର ଚାହିଦା ବଢ଼ି ଯାଇଥିଲା । ଏହା ଏକ ମ୍ୟାଲେରିଆ ଔଷଧ, କିନ୍ତୁ କରୋନା କାଳରେ ଏହାକୁ ପ୍ରତିଷେଧକ ଭାବେ କିଛି ଦେଶରେ ବହୁଳ ଭାବେ ବ୍ୟବହାର କରାଯାଇଥିଲା | ସେହି ସମୟରେ ଆମେରିକାର ତତ୍କାଳୀନ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ନିଜ ଦେଶର ନାଗରିକମାନଙ୍କୁ ହାଇଡ୍ରୋକ୍ସିକ୍ଲୋରୋକୁଇନ୍ ବ୍ୟବହାର କରିବାକୁ ପରାମର୍ଶ ଦେଇଥିଲେ। କିନ୍ତୁ ଏହି ଔଷଧ ସମ୍ପର୍କରେ ଏବେ ଏକ [...]

Admin•January 7, 2024
Share Article:

ନୂଆଦିଲ୍ଲୀ: ୨୦୨୦ରେ ଯେତେବେଳେ କରୋନା ପ୍ରକୋପ ଶୀର୍ଷରେ ଥିଲା, ବିଶ୍ଵର ଅନେକ ଦେଶରେ ହାଇଡ୍ରୋକ୍ସିକ୍ଲୋରୋକୁଇନ୍ (ଏଚସିକ୍ୟୁ) ବଟିକାର ଚାହିଦା ବଢ଼ି ଯାଇଥିଲା । ଏହା ଏକ ମ୍ୟାଲେରିଆ ଔଷଧ, କିନ୍ତୁ କରୋନା କାଳରେ ଏହାକୁ ପ୍ରତିଷେଧକ ଭାବେ କିଛି ଦେଶରେ ବହୁଳ ଭାବେ ବ୍ୟବହାର କରାଯାଇଥିଲା | ସେହି ସମୟରେ ଆମେରିକାର ତତ୍କାଳୀନ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ନିଜ ଦେଶର ନାଗରିକମାନଙ୍କୁ ହାଇଡ୍ରୋକ୍ସିକ୍ଲୋରୋକୁଇନ୍ ବ୍ୟବହାର କରିବାକୁ ପରାମର୍ଶ ଦେଇଥିଲେ। କିନ୍ତୁ ଏହି ଔଷଧ ସମ୍ପର୍କରେ ଏବେ ଏକ ଚକିତ କଲା ଭଳି ଖୁଲାସା ହୋଇଛି।

ଫ୍ରାନ୍ସର କିଛି ଗବେଷକଙ୍କ ଏକ ଅଧ୍ୟୟନରୁ ଜଣାପଡ଼ିଛି ଯେ ଏଚସିକ୍ୟୁ ଖାଇବା ଯୋଗୁଁ ୬ଟି ଦେଶରେ ପ୍ରାୟ ୧୭,୦୦୦ ଲୋକଙ୍କ ମୃତ୍ୟୁ ହୋଇଥିଲା । ଏହି କାରଣରୁ ଆମେରିକାରେ ସର୍ବାଧିକ ୧୨,୭୩୯ ଲୋକଙ୍କ ମୃତ୍ୟୁ ହୋଇଥିବାବେଳେ ସ୍ପେନରେ ୧୮୯୫, ଇଟାଲୀରେ ୧୮୨୨, ବେଲଜିୟମରେ ୨୪୦, ଫ୍ରାନ୍ସରେ ୧୯୯ ଓ ତୁର୍କୀରେ ୯୫ ଜଣଙ୍କର ମୃତ୍ୟୁ ଘଟିଥିଲା ।

ଏହି ପରିସଂଖ୍ୟାନ କେବଳ ମାର୍ଚ୍ଚ ୨୦୨୦ ରୁ ଜୁଲାଇ ୨୦୨୦ ପର୍ଯ୍ୟନ୍ତ କରାଯାଇଥିବା ଅଧ୍ୟୟନ ଉପରେ ପର୍ଯ୍ୟବସିତ ଏବଂ ଏଥିରେ କେବଳ ୬ଟି ଦେଶ ଅନ୍ତର୍ଭୁକ୍ତ। ତେଣୁ ଏଚସିକ୍ୟୁ ସେବନ ଜନିତ ମୃତ୍ୟୁ ସଂଖ୍ୟା ଆହୁରି ଅଧିକ ହୋଇପାରେ ବୋଲି ଗବେଷକମାନେ କହିଛନ୍ତି ।

ଏଚସିକ୍ୟୁ ଖାଇବା ଯୋଗୁଁ ଯେଉଁ ୧୭,୦୦୦ ଲୋକଙ୍କ ମୃତ୍ୟୁ ସମ୍ପର୍କରେ ଖୁଲାସା ହୋଇଛି ସେମାନଙ୍କ ହୃଦ୍ ଗତି ମନ୍ଥର ହେବା ସହ ମାଂସପେଶୀ ଜନିତ ଦୁର୍ବଳତା ଭଳି ଲକ୍ଷଣ ଦେଖାଦେଇଥିଲା | ଏହି ଗବେଷଣା ଆମେରିକା, ତୁର୍କୀ, ବେଲଜିୟମ, ଫ୍ରାନ୍ସ, ସ୍ପେନ୍ ଏବଂ ଇଟାଲୀରେ କରାଯାଇଥିଲା |

#Odia#Odisha#News
Share Article:

Related Articles