News Room Odisha
BREAKING
Odia

ଭାରତ-ଦକ୍ଷିଣ ଆଫ୍ରିକା ଟେଷ୍ଟ ପାଞ୍ଚ ସେସନରେ ଶେଷ ହେବା ପରେ ନ୍ୟୁଲାଣ୍ଡସ୍ ପିଚକୁ ‘ଅସନ୍ତୋଷ ଜନକ’ କହିଲା ଆଇସିସି

ଦୁବାଇ: ମାତ୍ର ପାଞ୍ଚ ସେସନ୍ ମଧ୍ୟରେ ଶେଷ ହୋଇଥିବା ଭାରତ-ଦକ୍ଷିଣ ଆଫ୍ରିକା ଦ୍ୱିତୀୟ ଟେଷ୍ଟର ଭେନ୍ୟୁ ନ୍ୟୁଲ୍ୟାଣ୍ଡସ୍ ପିଚକୁ ଆଇସିସି ଅସନ୍ତୋଷ ଜନକ ବୋଲି କହିଛି । ଏହା ଟେଷ୍ଟ କ୍ରିକେଟ୍ ଇତିହାସରେ ସବୁଠାରୁ ଛୋଟ ମ୍ୟାଚ୍ ଥିଲା । ଏହି ଟେଷ୍ଟରେ ଭାରତ ଦେଢ଼ ଦିନରେ ଘରୋଇ ଦଳକୁ ୭ ୱିକେଟରେ ହରାଇଥିଲା । ଏଥି ସହ ଭାରତ ଦୁଇ ମ୍ୟାଚ୍ ବିଶିଷ୍ଟ ସିରିଜ୍ ୧-୧ ଡ୍ର କରିଥିଲା | ଆଇସିସିର ପିଚ୍ ଏବଂ ଆଉଟଫିଲ୍ଡ [...]

Admin•January 9, 2024
Share Article:

ଦୁବାଇ: ମାତ୍ର ପାଞ୍ଚ ସେସନ୍ ମଧ୍ୟରେ ଶେଷ ହୋଇଥିବା ଭାରତ-ଦକ୍ଷିଣ ଆଫ୍ରିକା ଦ୍ୱିତୀୟ ଟେଷ୍ଟର ଭେନ୍ୟୁ ନ୍ୟୁଲ୍ୟାଣ୍ଡସ୍ ପିଚକୁ ଆଇସିସି ଅସନ୍ତୋଷ ଜନକ ବୋଲି କହିଛି ।

ଏହା ଟେଷ୍ଟ କ୍ରିକେଟ୍ ଇତିହାସରେ ସବୁଠାରୁ ଛୋଟ ମ୍ୟାଚ୍ ଥିଲା । ଏହି ଟେଷ୍ଟରେ ଭାରତ ଦେଢ଼ ଦିନରେ ଘରୋଇ ଦଳକୁ ୭ ୱିକେଟରେ ହରାଇଥିଲା । ଏଥି ସହ ଭାରତ ଦୁଇ ମ୍ୟାଚ୍ ବିଶିଷ୍ଟ ସିରିଜ୍ ୧-୧ ଡ୍ର କରିଥିଲା |

ଆଇସିସିର ପିଚ୍ ଏବଂ ଆଉଟଫିଲ୍ଡ ମନିଟରିଂ ପ୍ରକ୍ରିୟାରେ ଏହି ନିଷ୍ପତ୍ତି ନିଆଯାଇଛି। ଏହି ମ୍ୟାଚରେ କେବଳ ୬୪୨ ବଲ ବୋଲିଂ ହୋଇଥିଲା।

ଆଇସିସି ନିକଟରେ ଦାଖଲ ରିପୋର୍ଟରେ ମ୍ୟାଚ୍ ରେଫରି କ୍ରିସ୍ ବ୍ରଡ କହିଛନ୍ତି, “ନ୍ୟୁଲ୍ୟାଣ୍ଡସ୍ ପିଚ୍ ବେଶ୍ କଠିଣ ଥିଲା। ବଲ୍ ଦ୍ରୁତ ଗତିରେ ବାଉନ୍ସ ହେଉଥିଲା ଏବଂ ସଟ୍ ଖେଳିବା କଷ୍ଟକର ଥିଲା | ବଲ୍‌ ବହୁଥର ଅନେକ ବ୍ୟାଟ୍ସମ୍ୟାନଙ୍କ ଗ୍ଲୋବ୍ସରେ ବାଜିଥିଲା । ଏପରିକି ଅସମାନ ବାଉନ୍ସ ଯୋଗୁଁ ବହୁତ ୱିକେଟର ପତନ ଘଟିଥିଲା |

ଏଥିପାଇଁ ନ୍ୟୁଲ୍ୟାଣ୍ଡସ୍ ପିଚକୁ ଗୋଟିଏ ଡିମେରିଟ୍ ପଏଣ୍ଟ ଦିଆଯାଇଛି | ଯେଉଁ ପିଚ୍ ଏବଂ ଆଉଟଫିଲ୍ଡକୁ ମ୍ୟାଚ୍ ରେଫରି ‘ଅସନ୍ତୋଷଜନକ’ ମାନ୍ୟତା ଦିଅନ୍ତି, ସେହି ଭେନ୍ୟୁ ରେକର୍ଡରେ ଏକ ଡିମେରିଟ୍ ପଏଣ୍ଟ ଯୋଡି ଦିଆଯାଏ। ଏହି ଡିମେରିଟ୍ ପଏଣ୍ଟ ଆଗାମୀ ୫ ବର୍ଷ ପର୍ଯ୍ୟନ୍ତ ବଳବତ୍ତର ରହିବ ।

ଯଦି ନ୍ୟୁଲ୍ୟାଣ୍ଡସ୍ ପିଚର ୬ଟି ଡିମେରିଟ୍ ପଏଣ୍ଟ ପାଏ, ତେବେ ଆସନ୍ତା ୧୨ ମାସ ପାଇଁ ଏଠାରେ କୌଣସି ଆନ୍ତର୍ଜାତୀୟ ମ୍ୟାଚ୍ ଖେଳାଯିବ ନାହିଁ | ଯଦି ଡିମେରିଟ୍ ପଏଣ୍ଟ ୧୨ ହୁଏ, ତେବେ ଏହି ଭେନ୍ୟୁ ୨୪ ମାସ ପାଇଁ ନିଲମ୍ବନ ହେବ ।

କ୍ରିକେଟ୍ ଦକ୍ଷିଣ ଆଫ୍ରିକା ନ୍ୟୁଲ୍ୟାଣ୍ଡସ୍ ପିଚ୍ ନେଇ ଆଇସିସି ରେଟିଂ ବିରୋଧରେ ୧୪ ଦିନ ମଧ୍ୟରେ ଆବେଦନ କରିପାରିବ।

ଦ୍ବିତୀୟ ଟେଷ୍ଟ ପରେ ଭାରତୀୟ ଦଳର ଅଧିନାୟକ ରୋହିତ ଶର୍ମା ନ୍ୟୁଲ୍ୟାଣ୍ଡସ୍ ପିଚକୁ ସମାଲୋଚନା କରିଥିଲେ। ସେ କହିଥିଲେ, ଯଦି ଭାରତୀୟ ପିଚ୍ ସମ୍ପର୍କରେ ସମସ୍ତେ ମୁହଁ ବନ୍ଦ ରଖିବେ, ତେବେ ଏଭଳି (ନ୍ୟୁଲ୍ୟାଣ୍ଡସ୍) ପିଚରେ ଖେଳିବାକୁ ମୋର କୌଣସି ଆପତ୍ତି ନାହିଁ। ଦକ୍ଷିଣ ଆଫ୍ରିକାର କୋଚ୍ ମଧ୍ୟ ନ୍ୟୁଲ୍ୟାଣ୍ଡସ୍ ପିଚକୁ ସମାଲୋଚନା କରିଥିଲେ ।

#Odia#Odisha#News
Share Article:

Related Articles