News Room Odisha
BREAKING
Odia

ଆଇଆଇଟି ବିଏଚୟୁ ଗଣବଳାତ୍କାର ମାମଲା: ଗିରଫ ତିନି ଅଭିଯୁକ୍ତ ବିଜେପି ଆଇଟି ସେଲର ସଦସ୍ୟ, ଭାଇରାଲ୍ ହେଉଛି ଫଟୋ

ନୂଆଦିଲ୍ଲୀ: ଉତ୍ତର ପ୍ରଦେଶର ବାରାଣାସୀ ସହରରେ ଥିବା ଆଇଆଇଟି-ବିଏଚୟୁ କ୍ୟାମ୍ପସରେ ଜଣେ ଛାତ୍ରୀଙ୍କୁ ଗଣବଳାତ୍କାର ଘଟଣାର ପ୍ରାୟ ଦୁଇ ମାସ ପରେ ପୋଲିସ ତିନି ଜଣଙ୍କୁ ଗିରଫ କରିଛି। ତେବେ ଅଭିଯୁକ୍ତଙ୍କ ଏବେ ବିଜେପି ଲିଙ୍କ୍ ସାମ୍ନାକୁ ଆସିଛି । ଏହାକୁ ଅସ୍ତ୍ର କରି ବିଜେପି ଉପରେ ଆକ୍ରମଣ ଜୋରଦାର କରିଛନ୍ତିି ବିରୋଧୀ । ପୋଲିସ ସୂଚନା ମୁତାବକ ଗିରଫ ଅଭିଯୁକ୍ତମାନେ ହେଲେ କୁନାଲ ପାଣ୍ଡେ, ଆନନ୍ଦ ଚୌହାନ ଏବଂ ସକ୍ଷମ ପଟେଲ । ଏମାନେ ସବୁ [...]

Admin•January 1, 2024
Share Article:

ନୂଆଦିଲ୍ଲୀ: ଉତ୍ତର ପ୍ରଦେଶର ବାରାଣାସୀ ସହରରେ ଥିବା ଆଇଆଇଟି-ବିଏଚୟୁ କ୍ୟାମ୍ପସରେ ଜଣେ ଛାତ୍ରୀଙ୍କୁ ଗଣବଳାତ୍କାର ଘଟଣାର ପ୍ରାୟ ଦୁଇ ମାସ ପରେ ପୋଲିସ ତିନି ଜଣଙ୍କୁ ଗିରଫ କରିଛି। ତେବେ ଅଭିଯୁକ୍ତଙ୍କ ଏବେ ବିଜେପି ଲିଙ୍କ୍ ସାମ୍ନାକୁ ଆସିଛି । ଏହାକୁ ଅସ୍ତ୍ର କରି ବିଜେପି ଉପରେ ଆକ୍ରମଣ ଜୋରଦାର କରିଛନ୍ତିି ବିରୋଧୀ ।

ପୋଲିସ ସୂଚନା ମୁତାବକ ଗିରଫ ଅଭିଯୁକ୍ତମାନେ ହେଲେ କୁନାଲ ପାଣ୍ଡେ, ଆନନ୍ଦ ଚୌହାନ ଏବଂ ସକ୍ଷମ ପଟେଲ । ଏମାନେ ସବୁ ବାରାଣସୀ ବାସିନ୍ଦା । ସମସ୍ତଙ୍କ ବୟସ ପ୍ରାୟ ୨୦-୨୩ ବର୍ଷ | ଏହି ତିନି ଅଭିଯୁକ୍ତ ବିଜେପି ଆଇଟି ସେଲ୍ ସଦସ୍ୟ ବୋଲି ଜଣାପଡ଼ିଛି । ସେମାନେ ନିକଟରେ ମଧ୍ୟପ୍ରଦେଶ ନିର୍ବାଚନରେ ବିଜେପି ନେତାଙ୍କ ସହ ପ୍ରଚାର ମଧ୍ୟ କରିଥିଲେ । ଅଭିଯୁକ୍ତଙ୍କୁ ଗିରଫ ପରେ ପ୍ରଧାନମନ୍ତ୍ରୀ ମୋଦୀ ଓ ବିଜେପିର ଅନେକ ନେତାଙ୍କ ସହିତ ସେମାନଙ୍କ ଫଟୋ ସୋସିଆଲ ମିଡ଼ିଆରେ ଭାଇରାଲ୍ ହେଉଛି ।

ନଭେମ୍ବର ୧ ବିଳମ୍ବିତ ରାତିରେ ଆଇଆଇଟି-ବିଏଚୟୁ କ୍ୟାମ୍ପସ ଭିତରେ ଏହି ଘଟଣା ଘଟିଥିଲା । ଜଣେ ଦ୍ବିତୀୟ ବର୍ଷ ଆଇଆଇଟି ଛାତ୍ରୀଙ୍କୁ ବାଇକରେ ଆସିଥିବା ତିନି ଜଣ ଅଜଣା ଯୁବକ ଜବରଦସ୍ତ ଚୁମ୍ବନ ଦେଇଥିଲେ । ସେମାନେ ଛାତ୍ରୀଙ୍କୁ ବନ୍ଧୁକ ମୁନରେ ପୋଷାକ କାଢ଼ିବାକୁ ବାଧ୍ୟ କରିଥିଲେ। ଏହାପରେ ସେମାନେ ତାଙ୍କ ପ୍ରାଇଭେଟ୍ ପାର୍ଟ ଛୁଇଁଥିଲେ ଓ ଏହାର ଭିଡିଓ କରିଥିଲେ |

ଏହି ଘଟଣା ପରେ ଆଇଆଇଟି-ବିଏଚୟୁର ଶତାଧିକ ଛାତ୍ରଛାତ୍ରୀ କ୍ୟାମ୍ପସରେ ଉନ୍ନତ ସୁରକ୍ଷା ଦାବି କରି ଅନୁଷ୍ଠାନ ନିର୍ଦ୍ଦେଶକଙ୍କ କାର୍ଯ୍ୟାଳୟ ଆଗରେ ମାସାଧିକ କାଳ ବିକ୍ଷୋଭ ପ୍ରଦର୍ଶନ କରିଥିଲେ।

ତିନିଜଣ ଅଭିଯୁକ୍ତ ବିଜେପି କର୍ମୀ ବୋଲି ଜଣାପଡ଼ିବା ପରେ କଂଗ୍ରେସ ଏବଂ ସମାଜବାଦୀ ପାର୍ଟି ଯୋଗୀ ଆଦିତ୍ୟନାଥଙ୍କ ନେତୃତ୍ବାଧୀନ ବିଜେପି ସରକାର ଉପରେ ତୀବ୍ର ଆକ୍ରମଣ କରିଛନ୍ତି। ଉଭୟ ଦଳ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଓ ବିଜେପିର ବରିଷ୍ଠ ନେତାଙ୍କ ସହ ଅଭିଯୁକ୍ତଙ୍କ ଫଟୋ ମଧ୍ୟ ସେୟାର କରିଛନ୍ତି।

କଂଗ୍ରେସ ସୋସିଆଲ ସାଇଟ୍ ‘ଏକ୍ସ’ରେ ଲେଖିଛି, ‘ଦୁଇ ମାସ ପୂର୍ବେ ବିଏଚୟୁ କ୍ୟାମ୍ପସରେ ଜଣେ ଛାତ୍ରୀଙ୍କୁ ବଳାତ୍କାର କରାଯାଇଥିଲା। ଏହି ମାମଲାକୁ ପ୍ରଥମେ ଚପାଇ ଦେବାକୁ ଉଦ୍ୟମ ହୋଇଥିଲା । ହେଲେ ଦୋଷୀଙ୍କୁ ଧରିବାକୁ ଚାପ ବଢ଼ିବା ପରେ ୟୁପି ପୋଲିସ ମାମଲା ରୁଜୁ କରିଥିଲା | ଏବେ ୬୦ ଦିନ ପରେ ଏହି ଘଟଣାରେ ସମ୍ପୃକ୍ତ ୩ ଅଭିଯୁକ୍ତଙ୍କୁ ଗିରଫ କରାଯାଇଛି । ଏମାନେ ସବୁ ବିଜେପିର ପଦାଧିକାରୀ ।

କଂଗ୍ରେସ ଆହୁରି କହିଛି, “ଗିରଫ ବିଳମ୍ବ ହୁଏତ ନିମ୍ନଲିଖିତ କାରଣରୁ ହୋଇଥାଇପାରେ – ଏହି ସମସ୍ତ ଅଭିଯୁକ୍ତ ବିଜେପି ନେତାଙ୍କ ଅତି ନିକଟତର | ବିଜେପିରେ ସେମାନଙ୍କ ଏତେ ଦବଦବା ରହିଛି ଯେ ସେମାନେ ସିଧାସଳଖ ପ୍ରଧାନମନ୍ତ୍ରୀ ମୋଦୀଙ୍କୁ ଭେଟି ପାରୁଛନ୍ତି। ସେମାନେ ବିଜେପି ଆଇଟି ସେଲରେ ଉଚ୍ଚ ପଦରେ ଅଛନ୍ତି। – ଏହା ହେଉଛି ବିଜେପିର ଆଚାର, ଚରିତ୍ର ଓ ଚେହେରା।”

ମଧ୍ୟପ୍ରଦେଶ କଂଗ୍ରେସ ଏକ ଟୁଇଟ୍‌ରେ କହିଛି, ଆଇଆଇଟି-ବିଏଚୟୁ କ୍ୟାମ୍ପସରେ ଜଣେ ଛାତ୍ରଙ୍କୁ ଗଣଦୁଷ୍କର୍ମ ଘଟଣାର ଅଭିଯୁକ୍ତମାନେ ହେଉଛନ୍ତି ବିଜେପି କର୍ମୀ।

ଦଳ ରାଜ୍ୟ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥଙ୍କୁ ମଧ୍ୟ କିଛି ପ୍ରଶ୍ନ ପଚାରିଛି। ଟ୍ୱିଟ୍‌ରେ କୁହାଯାଇଛି, ‘ଯୋଗୀ ଆଦିତ୍ୟନାଥ, ଅପରାଧୀଙ୍କୁ ଏନକାଉଣ୍ଟର କାହିଁକି ହେଲା ନାହିଁ? ୬୦ ଦିନ ଧରି କାହିଁକି ବୁଲଡୋଜର ଚାଲିଲା ନାହିଁ? ପୋଲିସ କାହିଁକି ଏହି ମାମଲାକୁ ଚପାଇ ଦେଲା? ବିଜେପିର ଗୁଣ୍ଡାମାନେ କାହିଁକି ଖୋଲା ବୁଲୁଛନ୍ତି?”

ଦଳ ଆହୁରି ବ୍ୟଙ୍ଗାତ୍ମକ ଭାବେ କହିଛି, ପ୍ରତ୍ୟେକ ଅପରାଧୀଙ୍କ ଉପରେ ବିଜେପିର ହାତ ଅଛି, ଏହା ହେଉଛି ବିଜେପିର ବିକାଶ।

ଏହି ଘଟଣାରେ ସମାଜବାଦୀ ପାର୍ଟି ମୁଖ୍ୟ ଅଖିଳେଶ ଯାଦବ ମଧ୍ୟ ବିଜେପିକୁ ଟାର୍ଗେଟ କରିଛନ୍ତି । ସେ ଟ୍ୱିଟରରେ ଲେଖିଛନ୍ତି, ‘ଏହା ହେଉଛି ବିଜେପି କର୍ମୀଙ୍କ ନୂଆ ଫସଲ, ଯେଉଁମାନେ ବରିଷ୍ଠ ବିଜେପି ନେତାଙ୍କ ପୃଷ୍ଠପୋଷକତାରେ ଖୋଲାଖୋଲି ଭାବେ ବୁଲୁଛନ୍ତି, ଯାହାଙ୍କ ତଥାକଥିତ ‘ଶୂନ୍ୟ ସହନଶୀଳ ସରକାର’ରେ ଲୋକ ଦେଖାଣିଆ ତଦନ୍ତ ଚାଲୁଥିଲା। କିନ୍ତୁ ବଳିଷ୍ଠ ପ୍ରମାଣର ଚାପ ଏବଂ ଜନସାଧାରଣଙ୍କ ମଧ୍ୟରେ କ୍ରୋଧ ବଢ଼ିବାରୁ ଶେଷରେ ବିଜେପି ସରକାର ଏହି ବଳାତ୍କାରକାରୀ ମାନଙ୍କୁ ଗିରଫ କରିବାକୁ ବାଧ୍ୟ ହୋଇଛି । ଏମାନେ ହେଉଛନ୍ତି ସେହି ବିଜେପି ଲୋକ ଯେଉଁମାନେ ବିଏଚୟୁ ଛାତ୍ରୀଙ୍କ ସହ ଅଶ୍ଳୀଳତାର ସମସ୍ତ ସୀମା ଅତିକ୍ରମ କରିଥିଲେ ।

ସେ ଆହୁରି ମଧ୍ୟ କହିଛନ୍ତି, ‘ଦେଶର ପ୍ରତ୍ୟେକ ମହିଳା ଦେଖୁଛନ୍ତି ବିଜେପି କିପରି ମହିଳାଙ୍କ ସମ୍ମାନ ସହ ଖେଳୁଛି ଏବଂ ଅତ୍ୟାଚାର, ନିର୍ଯ୍ୟାତନା ଏବଂ ବଳାତ୍କାର ଅଭିଯୁକ୍ତ ମାନଙ୍କୁ ସୁରକ୍ଷା ଦେଉଛି। ଆଗାମୀ ନିର୍ବାଚନରେ ମହିଳାମାନେ ବିଜେପିକୁ ଗୋଟିଏ ବି ଭୋଟ୍ ଦେବେ ନାହିଁ। ମହିଳାମାନେ ବିଜେପିର ପରାଜୟର କାରଣ ହେବ।

ଅଖିଳେଶ କହିଛନ୍ତି, ‘ବିଜେପିର ସତ୍ୟତା ଆଜି ଜନସାଧାରଣଙ୍କ ସାମ୍ନାରେ। ଆଗାମୀ ନିର୍ବାଚନରେ ବିଜେପିକୁ ହରାଇ ଜନସାଧାରଣ ସେମାନଙ୍କ ରାୟ ଦେବେ ଏବଂ ମହିଳାମାନଙ୍କୁ ନ୍ୟାୟ ପ୍ରଦାନ କରିବେ।

#Odia#Odisha#News
Share Article:

Related Articles