News Room Odisha
BREAKING
Odia

ଦେଶର ସମସ୍ତ ୧୯୯ଟି ଜିଲ୍ଲା କୃଷି ପାଣିପାଗ ବିଭାଗ ବନ୍ଦ କରିବ ଆଇଏମଡି, ଚାଷୀକୂଳ ପ୍ରଭାବିତ ହେବା ଆଶଙ୍କା

ନୂଆଦିଲ୍ଲୀ: ଭାରତୀୟ ପାଣିପାଗ ବିଭାଗ (ଆଇଏମଡି) ଦେଶର ସମସ୍ତ ୧୯୯ଟି ଜିଲ୍ଲା କୃଷି ପାଣିପାଗ ବିଭାଗକୁ ବନ୍ଦ କରିବାକୁ ନିଷ୍ପତ୍ତି ନେଇଛି । ଏହା ବ୍ଲକ୍ ସ୍ତରରେ ଲକ୍ଷାଧିକ ଚାଷୀଙ୍କୁ ପାଣିପାଗ ସମ୍ବନ୍ଧୀୟ ସୂଚନା ପ୍ରଦାନ କରିଥାଏ । ଏହାଛଡ଼ା ଜିଲ୍ଲା କୃଷି ପାଣିପାଗ ବିଭାଗ ଚାଷୀ ମାନଙ୍କୁ ଫସଲ କ୍ଷତି ହ୍ରାସ କରିବା ସହ ଆୟ ବୃଦ୍ଧି କରିବାରେ ସହାୟକ ହେଉଥିଲା | ତେବେ ଏହି ସେବା ବନ୍ଦ ହେବା ଦ୍ବାରା ଚାଷୀକୂଳ ପ୍ରଭାବିତ ହେବା [...]

Admin•February 1, 2024
Share Article:

ନୂଆଦିଲ୍ଲୀ: ଭାରତୀୟ ପାଣିପାଗ ବିଭାଗ (ଆଇଏମଡି) ଦେଶର ସମସ୍ତ ୧୯୯ଟି ଜିଲ୍ଲା କୃଷି ପାଣିପାଗ ବିଭାଗକୁ ବନ୍ଦ କରିବାକୁ ନିଷ୍ପତ୍ତି ନେଇଛି । ଏହା ବ୍ଲକ୍ ସ୍ତରରେ ଲକ୍ଷାଧିକ ଚାଷୀଙ୍କୁ ପାଣିପାଗ ସମ୍ବନ୍ଧୀୟ ସୂଚନା ପ୍ରଦାନ କରିଥାଏ । ଏହାଛଡ଼ା ଜିଲ୍ଲା କୃଷି ପାଣିପାଗ ବିଭାଗ ଚାଷୀ ମାନଙ୍କୁ ଫସଲ କ୍ଷତି ହ୍ରାସ କରିବା ସହ ଆୟ ବୃଦ୍ଧି କରିବାରେ ସହାୟକ ହେଉଥିଲା | ତେବେ ଏହି ସେବା ବନ୍ଦ ହେବା ଦ୍ବାରା ଚାଷୀକୂଳ ପ୍ରଭାବିତ ହେବା ଆଶଙ୍କା ପ୍ରକାଶ ପାଇଛି।

ଜିଲ୍ଲା କୃଷି ପାଣିପାଗ ବିଭାଗ (ଡିଏଏମୟୁ) ସେବା ଏହି ଆର୍ଥିକ ବର୍ଷ (୨୦୨୩-୨୦୨୪) ଠାରୁ ଆଉ ଜାରି ରହିବ ନାହିଁ ବୋଲି ଜାନୁୟାରୀ ୧୭ରେ ଆଇଏମଡି ଏକ ନିର୍ଦ୍ଦେଶରେ କହିଛି । ତେଣୁ କାର୍ଯ୍ୟକ୍ଷମ ଥିବା ସମସ୍ତ ୧୯୯ ଡିଏଏମୟୁ ବନ୍ଦ କରିବାକୁ ଆବଶ୍ୟକ ପଦକ୍ଷେପ ନେବାକୁ ଏହି ନିର୍ଦ୍ଦେଶ ରେ କୁହାଯାଇଛି।

ଗତ ବର୍ଷ ଫେବୃଆରୀରେ ଅନୁଷ୍ଠିତ ବ୍ୟୟ ଅର୍ଥ କମିଟି (ଅର୍ଥ ମନ୍ତ୍ରଣାଳୟ)ର ବୈଠକରେ ନୀତି ଆୟୋଗର ଜଣେ ବରିଷ୍ଠ ପରାମର୍ଶଦାତା “ସମସ୍ତ ଡିଏଏମୟୁକୁ କର୍ମଚାରୀ ଯୋଗାଇବାର ଆବଶ୍ୟକତା” ପୁନଃ ସମୀକ୍ଷା କରିବାକୁ ପରାମର୍ଶ ଦେଇଥିଲେ।

ଜିଲ୍ଲା କୃଷି ପାଣିପାଗ ଶାଖା ଗୁଡିକରେ କାର୍ଯ୍ୟ କରୁଥିବା କର୍ମଚାରୀଙ୍କ ଅନୁଯାୟୀ, ଏହି ନିଷ୍ପତ୍ତି ୩୨ଟି ରାଜ୍ୟ ଓ କେନ୍ଦ୍ର ଶାସିତ ଅଞ୍ଚଳର ୧୯୯ଟି ଜିଲ୍ଲାର ହଜାର ହଜାର ଚାଷୀଙ୍କୁ ପ୍ରଭାବିତ କରିବ।

କୃଷି ମନ୍ତ୍ରଣାଳୟର ବୈଜ୍ଞାନିକମାନେ ମଧ୍ୟ ଚାଷୀ ସମାଜକୁ ଡିଏଏମୟୁ ର ଅବଦାନ ସ୍ବୀକାର କରିଛନ୍ତି। ସେମାନେ କହିଛନ୍ତି ଡିଏଏମୟୁ ସେବା ବନ୍ଦ କରିବା ପ୍ରଭାବ ଭବିଷ୍ୟତରେ ଜଣା ପଡ଼ିବ ।

#Odia#Odisha#News
Share Article:

Related Articles