ପାକିସ୍ତାନ ସାଧାରଣ ନିର୍ବାଚନର ଚୂଡ଼ାନ୍ତ ଫଳାଫଳ ଘୋଷଣା, ଇମ୍ରାନ ଖାନଙ୍କ ଦଳ ସମର୍ଥିତ ସ୍ବାଧୀନ ପ୍ରାର୍ଥୀମାନଙ୍କ ଦବଦବା
ଇସ୍ଲାମାବାଦ: ପାକିସ୍ତାନର ନିର୍ବାଚନ କମିଶନ ରବିବାର ସାଧାରଣ ନିର୍ବାଚନର ଚୂଡ଼ାନ୍ତ ଫଳାଫଳ ଘୋଷଣା କରିଛି। ଜେଲରେ ଥିବା ପୂର୍ବତନ ପ୍ରଧାନମନ୍ତ୍ରୀ ଇମ୍ରାନ ଖାନଙ୍କ ଦଳ ସମର୍ଥିତ ସ୍ବାଧୀନ ପ୍ରାର୍ଥୀମାନେ ସର୍ବାଧିକ ୧୦୧ଟି ଆସନରେ ବିଜୟୀ ହୋଇଛନ୍ତି । ଅନ୍ୟପକ୍ଷରେ ତିନିଥରର ପୂର୍ବତନ ପ୍ରଧାନମନ୍ତ୍ରୀ ନୱାଜ ସରିଫଙ୍କ ପାକିସ୍ତାନ ମୁସଲିମ ଲିଗ-ନୱାଜ (ପିଏମଏଲ-ଏନ) ୭୫ଟି ସିଟ୍ ଜିତି ସଂସଦରେ ସର୍ବ ବୃହତ୍ ଦଳ ଭାବେ ଉଭା ହୋଇଛି। ବିଲାୱାଲ ଜର୍ଦ୍ଦାରୀ ଭୁଟ୍ଟୋଙ୍କ ପାକିସ୍ତାନ ପିପୁଲ୍ସ ପାର୍ଟି ୫୪ଟି ଆସନ [...]
ଇସ୍ଲାମାବାଦ: ପାକିସ୍ତାନର ନିର୍ବାଚନ କମିଶନ ରବିବାର ସାଧାରଣ ନିର୍ବାଚନର ଚୂଡ଼ାନ୍ତ ଫଳାଫଳ ଘୋଷଣା କରିଛି। ଜେଲରେ ଥିବା ପୂର୍ବତନ ପ୍ରଧାନମନ୍ତ୍ରୀ ଇମ୍ରାନ ଖାନଙ୍କ ଦଳ ସମର୍ଥିତ ସ୍ବାଧୀନ ପ୍ରାର୍ଥୀମାନେ ସର୍ବାଧିକ ୧୦୧ଟି ଆସନରେ ବିଜୟୀ ହୋଇଛନ୍ତି ।
ଅନ୍ୟପକ୍ଷରେ ତିନିଥରର ପୂର୍ବତନ ପ୍ରଧାନମନ୍ତ୍ରୀ ନୱାଜ ସରିଫଙ୍କ ପାକିସ୍ତାନ ମୁସଲିମ ଲିଗ-ନୱାଜ (ପିଏମଏଲ-ଏନ) ୭୫ଟି ସିଟ୍ ଜିତି ସଂସଦରେ ସର୍ବ ବୃହତ୍ ଦଳ ଭାବେ ଉଭା ହୋଇଛି।
ବିଲାୱାଲ ଜର୍ଦ୍ଦାରୀ ଭୁଟ୍ଟୋଙ୍କ ପାକିସ୍ତାନ ପିପୁଲ୍ସ ପାର୍ଟି ୫୪ଟି ଆସନ ପାଇଥିବାବେଳେ ବିଭାଜନ ସମୟରେ ଭାରତରୁ ଆସିଥିବା ଉର୍ଦ୍ଦୁ ଭାଷୀ ଦଳ ମୁତାହିଦା କ୍ବାମି ମୁଭମେଣ୍ଟ ପାକିସ୍ତାନ (ଏମକ୍ୟୁଏମ୍-ପି) ୧୭ଟି ସିଟ୍ ଜିତିଛି। ଅନ୍ୟ ଛୋଟ ଦଳଗୁଡିକ ଅବଶିଷ୍ଟ ୧୨ ଟି ଆସନ ଜିତିଛନ୍ତି |
ନିର୍ବାଚନ ହୋଇଥିବା ମୋଟ ୨୬୫ ଆସନ ମଧ୍ୟରୁ ପାକିସ୍ତାନର ନିର୍ବାଚନ କମିଶନ (ଇସିପି) ୨୬୪ଟି ଆସନର ଫଳାଫଳ ଘୋଷଣା କରିଛି। ଗୁରୁବାର ହୋଇଥିବା ନିର୍ବାଚନର ଫଳାଫଳ ଘୋଷଣା କରିବାରେ ଅସ୍ୱାଭାବିକ ବିଳମ୍ବ ଯୋଗୁଁ ବିଭିନ୍ନ ଦଳ ରାସ୍ତାକୁ ଓହ୍ଲାଇଥିଲେ ।
ଜାଲିଆତି ଅଭିଯୋଗ ଯୋଗୁଁ ପଞ୍ଜାବ ପ୍ରଦେଶର ଖୁଶାବର ଏନ୍ଏ-୮୮ ଆସନର ଫଳାଫଳକୁ ସ୍ଥଗିତ ରଖିଛନ୍ତି ନିର୍ବାଚନ କମିଶନ । ଅଭିଯୋଗର ଶୁଣାଣି ପରେ ଏହି ଆସନର ଫଳାଫଳ ଘୋଷଣା କରାଯିବ। ଜଣେ ପ୍ରାର୍ଥୀଙ୍କ ମୃତ୍ୟୁ ପରେ ଆଉ ଗୋଟିଏ ଆସନରେ ବି ନିର୍ବାଚନ ସ୍ଥଗିତ ରଖାଯାଇଥିଲା।
ସ୍ବାଧୀନ ପ୍ରାର୍ଥୀମାନେ ପାକିସ୍ତାନର ନ୍ୟାସନାଲ ଆସେମ୍ଲିରେ ୧୦୧ଟି ଆସନ ପାଇଛନ୍ତି। ଏଥିମଧ୍ୟରୁ ଅଧିକାଂଶ ପ୍ରାର୍ଥୀଙ୍କୁ ଇମ୍ରାନ ଖାନଙ୍କ ଦଳ ପାକିସ୍ତାନ ତେହେରିକ-ଏ-ଇନସାଫ (ପିଟିଆଇ)ର ସମର୍ଥନ ରହିଥିଲା। ସରକାର ଗଠନ ପାଇଁ ଗୋଟିଏ ଦଳକୁ ୧୩୩ଟି ଆସନ ଆବଶ୍ୟକ।
କେନ୍ଦୁପତ୍ର ତୋଳାଳିଙ୍କ ବୋନସ ବୃଦ୍ଧି କଲେ ରାଜ୍ୟ ସରକାର
Next ArticleSix die in two separate road mishaps in Odisha
Related Articles
ପରିଚାଳନା କର୍ତ୍ତୃପକ୍ଷ ଓ ୟୁନିଅନ ମଧ୍ୟରେ ଆଲୋଚନା ବିଫଳ: ମୁଖ୍ୟ କାର୍ଯ୍ୟାଳୟ, ଆଞ୍ଚଳିକ କାର୍ଯ୍ୟାଳୟ ଓ ସମସ୍ତ ବ୍ଲକ ମୁଖ୍ୟାଳୟରେ ଘେରାଉ ଓ ବିକ୍ଷୋଭ
ବ୍ରହ୍ମପୁର: ଆସୋସିଏସନ୍ ଅଫ୍ ଓଡ଼ିଶା ଗ୍ରାମୀଣ ବ୍ୟାଙ୍କ ଅଫିସର୍ସ ଏବଂ ଓଡ଼ିଶା ଗ୍ରାମୀଣ ବ୍ୟାଙ୍କ ଏମ୍ପ୍ଲୟୀଜ୍ ଆସୋସିଏସନ୍ ର ମିଳିତ ଆନ୍ଦୋଳନ କାର୍ଯ୍ୟକ୍ରମ ଅନୁଯାୟୀ ଆଜି ସମଗ୍ର ଓଡ଼ିଶାରେ ବ୍ୟାଙ୍କର ମୁଖ୍ୟ କାର୍ଯ୍ୟାଳୟ, ସମସ୍ତ ଆଞ୍ଚଳିକ କାର୍ଯ୍ୟାଳୟ ଏବଂ ସମସ୍ତ ବ୍ଲକ ମୁଖ୍ୟାଳୟ ଶାଖା ସମ୍ମୁଖରେ ଅଧିକାରୀ ଓ କର୍ମଚାରୀମାନେ ଶାନ୍ତିପୂର୍ଣ୍ଣ ଘେରାଉ ଓ ବିକ୍ଷୋଭ ପ୍ରଦର୍ଶନ କରିଥିଲେ। ଗତ ୨୯ ଜୁଲାଇରେ ବ୍ୟାଙ୍କ ପରିଚାଳନା କର୍ତ୍ତୃପକ୍ଷ ଓ ପ୍ରତିନିଧି ୟୁନିଅନମାନଙ୍କ ମଧ୍ୟରେ ୨୦ ଦଫା ଦାବିପତ୍ର [...]
ଓଡ଼ିଶା ଗ୍ରାମୀଣ ବ୍ୟାଙ୍କ ପକ୍ଷରୁ ରକ୍ତଦାନ ଓ ସ୍ୱାସ୍ଥ୍ୟ ପରୀକ୍ଷା ଶିବିର ଅନୁଷ୍ଠିତ
ବ୍ରହ୍ମପୁର: ଓଡ଼ିଶା ଗ୍ରାମୀଣ ବ୍ୟାଙ୍କର ପ୍ରତିଷ୍ଠା ଦିବସ ଅବସରରେ ବ୍ରହ୍ମପୁର ଆଞ୍ଚଳିକ କାର୍ଯ୍ୟାଳୟ ପକ୍ଷରୁ ବ୍ରହ୍ମପୁର ମ୍ୟୁନିସିପାଲିଟି ଶାଖା ପରିସରରେ ଏକ ବିଶାଳ ରକ୍ତଦାନ ଏବଂ ସ୍ୱାସ୍ଥ୍ୟ ପରୀକ୍ଷା ଶିବିର ଅନୁଷ୍ଠିତ ହୋଇଯାଇଛି। ଏହି ଶିବିରରୁ ମୋଟ ୨୦ ୟୁନିଟ୍ ରକ୍ତ ସଂଗ୍ରହ କରାଯାଇଥିବା ବେଳେ ପ୍ରାୟ ୬୦ ଜଣ ବ୍ୟକ୍ତିଙ୍କର ସ୍ୱାସ୍ଥ୍ୟ ପରୀକ୍ଷା କରାଯାଇଛି। ଏହି କାର୍ଯ୍ୟକ୍ରମରେ ବ୍ରହ୍ମପୁର ଆଞ୍ଚଳିକ ପ୍ରବନ୍ଧକ ଚନ୍ଦନ କୁମାର ମହାନ୍ତି ମୁଖ୍ୟ ଅତିଥି ଭାବେ ଯୋଗଦେଇ ରକ୍ତଦାତାମାନଙ୍କୁ ଉତ୍ସାହିତ କରିବା [...]
ନ୍ୟାୟ ସଂହିତା ପ୍ରଦର୍ଶନୀରେ ଓଡ଼ିଶା ପୋଲିସର ଐତିହାସିକ କପୋତ ସେବା ପ୍ରଦର୍ଶିତ
ଭୁବନେଶ୍ୱର: ଭୁବନେଶ୍ୱରସ୍ଥିତ ୟୁନିଟ୍–୩, IDCO ପ୍ରଦର୍ଶନୀ ପଡିଆରେ ଆୟୋଜିତ ‘ନ୍ୟାୟ ସଂହିତା ପ୍ରଦର୍ଶନୀ’ରେ ଆଜି ବିଶ୍ୱର ଏକମାତ୍ର କାର୍ଯ୍ୟକ୍ଷମ ଓଡ଼ିଶା ପୋଲିସ କପୋତ ସେବାର ପ୍ରଦର୍ଶନ କରାଯାଇଛି। ଏହି ଅବସରରେ ଭୁବନେଶ୍ୱରରୁ କଟକ ଅଭିମୁଖେ ଦୁଇଟି ଦଳରେ ୧୮ଟି ବେଲଜିୟମ ହୋମର ପାରାଙ୍କୁ ପଠାଯାଇଛି। ଏହି ପାରାମାନେ ନିଜ ଗୋଡ଼ରେ ବନ୍ଧାଯାଇଥିବା ଛୋଟ କ୍ୟାପସୁଲ ମାଧ୍ୟମରେ ଗୁରୁତ୍ୱପୂର୍ଣ୍ଣ ବାର୍ତ୍ତା ନେଇ ଆକାଶ ମାର୍ଗରେ ଗତି କରି ପୁରାତନ ‘ପିଜନ ପୋଷ୍ଟ’ର ସ୍ମୃତି ଚାରଣ କରିଛନ୍ତି। ଏହି ବେଲଜିୟମ [...]
