ପାକିସ୍ତାନ ନିର୍ବାଚନ: ବହୁମତ ହାସଲ କରିଥିବା ଦାବି କଲା ଇମ୍ରାନ ଖାନଙ୍କ ଦଳ
ଇସଲାମାବାଦ: ପାକିସ୍ତାନର ସାଧାରଣ ନିର୍ବାଚନରେ କେଉଁ ଦଳ ସରକାର ଗଢ଼ିବ ତାହା ଏଯାବତ୍ ସ୍ପଷ୍ଟ ହୋଇନାହିଁ। ତେବେ ଜେଲରେ ଥିବା ପୂର୍ବତନ ପ୍ରଧାନମନ୍ତ୍ରୀ ଇମ୍ରାନ ଖାନଙ୍କ ଦଳ ପାକିସ୍ତାନ ତେହେରିକ-ଏ-ଇନସାଫ୍ (ପିଟିଆଇ) ସବୁ ପୂର୍ବାନୁମାନକୁ ଭୁଲ୍ ସାବ୍ୟସ୍ତ କରି ଏକକ ସଂଖ୍ୟା ଗରିଷ୍ଠ ଦଳ ଭାବେ ଉଭା ହୋଇଛି । ଏପରିକି ଦଳ ବହୁମତ ହାସଲ କରିଥିବା ଦାବି କରିଛି। ଦଳର ବରିଷ୍ଠ ନେତା ବାରିଷ୍ଟର ଗୌହର ଅଲି ଖାନ୍ ଦାବି କରିଛନ୍ତି ଯେ ସରକାର ଗଠନ [...]
ଇସଲାମାବାଦ: ପାକିସ୍ତାନର ସାଧାରଣ ନିର୍ବାଚନରେ କେଉଁ ଦଳ ସରକାର ଗଢ଼ିବ ତାହା ଏଯାବତ୍ ସ୍ପଷ୍ଟ ହୋଇନାହିଁ। ତେବେ ଜେଲରେ ଥିବା ପୂର୍ବତନ ପ୍ରଧାନମନ୍ତ୍ରୀ ଇମ୍ରାନ ଖାନଙ୍କ ଦଳ ପାକିସ୍ତାନ ତେହେରିକ-ଏ-ଇନସାଫ୍ (ପିଟିଆଇ) ସବୁ ପୂର୍ବାନୁମାନକୁ ଭୁଲ୍ ସାବ୍ୟସ୍ତ କରି ଏକକ ସଂଖ୍ୟା ଗରିଷ୍ଠ ଦଳ ଭାବେ ଉଭା ହୋଇଛି । ଏପରିକି ଦଳ ବହୁମତ ହାସଲ କରିଥିବା ଦାବି କରିଛି। ଦଳର ବରିଷ୍ଠ ନେତା ବାରିଷ୍ଟର ଗୌହର ଅଲି ଖାନ୍ ଦାବି କରିଛନ୍ତି ଯେ ସରକାର ଗଠନ ପାଇଁ ତାଙ୍କ ଦଳ ପାଖରେ ମ୍ୟାଜିକ୍ ନମ୍ବର ଅଛି।
ସେ ଇସଲାମାବାଦରେ ସାମ୍ବାଦିକମାନଙ୍କୁ କହିଛନ୍ତି, ତାଙ୍କ ଦଳ ସମର୍ଥିତ ପ୍ରାର୍ଥୀମାନେ ୧୭୦ଟି ଆସନ ଜିତିଛନ୍ତି। ସୂଚନାଯୋଗ୍ୟ, ମୋଟ ୨୬୫ ଆସନ ମଧ୍ୟରୁ ପାକିସ୍ତାନର ନିର୍ବାଚନ କମିଶନ ଏପର୍ଯ୍ୟନ୍ତ ୨୫୫ଟି ଆସନର ଫଳାଫଳ ଘୋଷଣା କରିଛନ୍ତି। ସରକାର ଗଢ଼ିବାକୁ ହେଲେ ଗୋଟିଏ ଦଳକୁ ୧୩୩ ଆସନ ଜିତିବାକୁ ପଡ଼ିବ ।
ପାକିସ୍ତାନ ନିର୍ବାଚନ କମିଶନ ଏଯାବତ୍ ଘୋଷଣା କରିଥିବା ୨୫୫ ଆସନର ଫଳାଫଳ ଅନୁଯାୟୀ ଅନୁଯାୟୀ, ପାକିସ୍ତାନ ତେହେରିକ-ଇ-ଇନସାଫ ଦ୍ୱାରା ସମର୍ଥିତ ସ୍ୱାଧୀନ ପ୍ରାର୍ଥୀମାନେ ୧୦୧ଟି ଆସନ ପାଇଛନ୍ତି। ପୂର୍ବତନ ପ୍ରଧାନମନ୍ତ୍ରୀ ନଓ୍ବାଜ ସରିଫଙ୍କ ଦଳ ପିଏମ୍ଏଲ୍-ଏନ୍ ୭୩ଟି ଆସନ ଜିତିଥିବା ବେଳେ ପାକିସ୍ତାନ ପିପୁଲ୍ସ ପାର୍ଟି (ପିପିପି) ୫୪, ମୁତାହିଦା କ୍ବମି ମୁଭମେଣ୍ଟ (ଏମକ୍ୟୁଏମ୍) ୧୭ ଏବଂ ଅବଶିଷ୍ଟ ଆସନ ଛୋଟ ଦଳଙ୍କ ଖାତାକୁ ଯାଇଛି ।
ତାଙ୍କ ଦଳ କେନ୍ଦ୍ରରେ ସରକାର ଗଢ଼ିବ । ଏହାଛଡ଼ା, ଖାଇବର ପଖତୁନଖ୍ବା ଏବଂ ପଞ୍ଜାବରେ ମଧ୍ୟ ସରକାର ଗଠନ କରିବ ବୋଲି ପିଟିଆଇ ନେତା ଗୌହର ଅଲି ଖାନ୍ ଖାନ ଦୃଢୋକ୍ତି ପ୍ରକାଶ କରିଛନ୍ତି।
ରିଗିଂ ଅଭିଯୋଗ ମଧ୍ୟରେ ନିର୍ବାଚନର ପୂର୍ଣ୍ଣ ଫଳାଫଳ ଘୋଷଣା ହୋଇନଥିବା ବେଳେ ଆଜି ରାତି ସୁଦ୍ଧା ଅବଶିଷ୍ଟ ଆସନଗୁଡିକର ଫଳାଫଳ ଯଥାଶୀଘ୍ର ଘୋଷଣା କରିବାକୁ ଇମ୍ରାନ ଖାନଙ୍କ ଦଳ ଦାବି କରିଛନ୍ତି। ନହେଲେ ଆନ୍ଦୋଳନକୁ ଓହ୍ଲାଇବାକୁ ନିର୍ବାଚନ କମିଶନକୁ ଚେତାବନୀ ଦେଇଛି ପିଟିଆଇ ।
ପିଟିଆଇ ନେତା ଗୌହର ଅଲି ଖାନ କହିଛନ୍ତି, ଯେଉଁ ଆସନରେ ଫଳାଫଳ ଘୋଷଣା କରାଯାଇ ନାହିଁ, ଦଳର କର୍ମୀ ଏବଂ ସମର୍ଥକମାନେ ରବିବାର ଦିନ ରିଟର୍ଣ୍ଣିଂ ଅଫିସଙ୍କ କାର୍ଯ୍ୟାଳୟ ବାହାରେ ବିକ୍ଷୋଭ ପ୍ରଦର୍ଶନ କରିବେ।
ଏହା ପୂର୍ବରୁ ଇମ୍ରାନ ଖାନଙ୍କ ଏକ ‘ଏଆଇ ବାର୍ତ୍ତା’ରେ ଦଳ ଦୁଇ ତୃତୀୟାଂଶ ସଂଖ୍ୟାଗରିଷ୍ଠତା ହାସଲ କରିଥିବା ଦାବି କରାଯାଇଥିଲା । ଏହାଛଡ଼ା ୨୦୨୪ ସାଧାରଣ ନିର୍ବାଚନରେ ଦଳର ବୃହତ ବିଜୟ ପାଇଁ ଲୋକଙ୍କୁ ଅଭିନନ୍ଦନ ଜଣାଯାଇଥିଲା।
Odisha Govt’s Mo School Abhiyan and High School Transformation Programme Honored with Skoch Gold Awards
Next ArticleCM Naveen Inaugurates Mega Conclave of Special Development Council
Related Articles
ପରିଚାଳନା କର୍ତ୍ତୃପକ୍ଷ ଓ ୟୁନିଅନ ମଧ୍ୟରେ ଆଲୋଚନା ବିଫଳ: ମୁଖ୍ୟ କାର୍ଯ୍ୟାଳୟ, ଆଞ୍ଚଳିକ କାର୍ଯ୍ୟାଳୟ ଓ ସମସ୍ତ ବ୍ଲକ ମୁଖ୍ୟାଳୟରେ ଘେରାଉ ଓ ବିକ୍ଷୋଭ
ବ୍ରହ୍ମପୁର: ଆସୋସିଏସନ୍ ଅଫ୍ ଓଡ଼ିଶା ଗ୍ରାମୀଣ ବ୍ୟାଙ୍କ ଅଫିସର୍ସ ଏବଂ ଓଡ଼ିଶା ଗ୍ରାମୀଣ ବ୍ୟାଙ୍କ ଏମ୍ପ୍ଲୟୀଜ୍ ଆସୋସିଏସନ୍ ର ମିଳିତ ଆନ୍ଦୋଳନ କାର୍ଯ୍ୟକ୍ରମ ଅନୁଯାୟୀ ଆଜି ସମଗ୍ର ଓଡ଼ିଶାରେ ବ୍ୟାଙ୍କର ମୁଖ୍ୟ କାର୍ଯ୍ୟାଳୟ, ସମସ୍ତ ଆଞ୍ଚଳିକ କାର୍ଯ୍ୟାଳୟ ଏବଂ ସମସ୍ତ ବ୍ଲକ ମୁଖ୍ୟାଳୟ ଶାଖା ସମ୍ମୁଖରେ ଅଧିକାରୀ ଓ କର୍ମଚାରୀମାନେ ଶାନ୍ତିପୂର୍ଣ୍ଣ ଘେରାଉ ଓ ବିକ୍ଷୋଭ ପ୍ରଦର୍ଶନ କରିଥିଲେ। ଗତ ୨୯ ଜୁଲାଇରେ ବ୍ୟାଙ୍କ ପରିଚାଳନା କର୍ତ୍ତୃପକ୍ଷ ଓ ପ୍ରତିନିଧି ୟୁନିଅନମାନଙ୍କ ମଧ୍ୟରେ ୨୦ ଦଫା ଦାବିପତ୍ର [...]
ଓଡ଼ିଶା ଗ୍ରାମୀଣ ବ୍ୟାଙ୍କ ପକ୍ଷରୁ ରକ୍ତଦାନ ଓ ସ୍ୱାସ୍ଥ୍ୟ ପରୀକ୍ଷା ଶିବିର ଅନୁଷ୍ଠିତ
ବ୍ରହ୍ମପୁର: ଓଡ଼ିଶା ଗ୍ରାମୀଣ ବ୍ୟାଙ୍କର ପ୍ରତିଷ୍ଠା ଦିବସ ଅବସରରେ ବ୍ରହ୍ମପୁର ଆଞ୍ଚଳିକ କାର୍ଯ୍ୟାଳୟ ପକ୍ଷରୁ ବ୍ରହ୍ମପୁର ମ୍ୟୁନିସିପାଲିଟି ଶାଖା ପରିସରରେ ଏକ ବିଶାଳ ରକ୍ତଦାନ ଏବଂ ସ୍ୱାସ୍ଥ୍ୟ ପରୀକ୍ଷା ଶିବିର ଅନୁଷ୍ଠିତ ହୋଇଯାଇଛି। ଏହି ଶିବିରରୁ ମୋଟ ୨୦ ୟୁନିଟ୍ ରକ୍ତ ସଂଗ୍ରହ କରାଯାଇଥିବା ବେଳେ ପ୍ରାୟ ୬୦ ଜଣ ବ୍ୟକ୍ତିଙ୍କର ସ୍ୱାସ୍ଥ୍ୟ ପରୀକ୍ଷା କରାଯାଇଛି। ଏହି କାର୍ଯ୍ୟକ୍ରମରେ ବ୍ରହ୍ମପୁର ଆଞ୍ଚଳିକ ପ୍ରବନ୍ଧକ ଚନ୍ଦନ କୁମାର ମହାନ୍ତି ମୁଖ୍ୟ ଅତିଥି ଭାବେ ଯୋଗଦେଇ ରକ୍ତଦାତାମାନଙ୍କୁ ଉତ୍ସାହିତ କରିବା [...]
ନ୍ୟାୟ ସଂହିତା ପ୍ରଦର୍ଶନୀରେ ଓଡ଼ିଶା ପୋଲିସର ଐତିହାସିକ କପୋତ ସେବା ପ୍ରଦର୍ଶିତ
ଭୁବନେଶ୍ୱର: ଭୁବନେଶ୍ୱରସ୍ଥିତ ୟୁନିଟ୍–୩, IDCO ପ୍ରଦର୍ଶନୀ ପଡିଆରେ ଆୟୋଜିତ ‘ନ୍ୟାୟ ସଂହିତା ପ୍ରଦର୍ଶନୀ’ରେ ଆଜି ବିଶ୍ୱର ଏକମାତ୍ର କାର୍ଯ୍ୟକ୍ଷମ ଓଡ଼ିଶା ପୋଲିସ କପୋତ ସେବାର ପ୍ରଦର୍ଶନ କରାଯାଇଛି। ଏହି ଅବସରରେ ଭୁବନେଶ୍ୱରରୁ କଟକ ଅଭିମୁଖେ ଦୁଇଟି ଦଳରେ ୧୮ଟି ବେଲଜିୟମ ହୋମର ପାରାଙ୍କୁ ପଠାଯାଇଛି। ଏହି ପାରାମାନେ ନିଜ ଗୋଡ଼ରେ ବନ୍ଧାଯାଇଥିବା ଛୋଟ କ୍ୟାପସୁଲ ମାଧ୍ୟମରେ ଗୁରୁତ୍ୱପୂର୍ଣ୍ଣ ବାର୍ତ୍ତା ନେଇ ଆକାଶ ମାର୍ଗରେ ଗତି କରି ପୁରାତନ ‘ପିଜନ ପୋଷ୍ଟ’ର ସ୍ମୃତି ଚାରଣ କରିଛନ୍ତି। ଏହି ବେଲଜିୟମ [...]
