ଭାଇଜାଗ ଟେଷ୍ଟରେ ଭାରତର ଜବରଦସ୍ତ ବିଜୟ, ଇଂଲଣ୍ଡକୁ ୧୦୬ ରନରେ ହରାଇ ସିରିଜକୁ ଫେରିଲା
ବିଶାଖାପଟନମ୍: ହାଇଦ୍ରାବାଦରେ ପରାଜୟ ପରେ ଭାରତ ବିଶାଖାପଟନମ୍ ଟେଷ୍ଟରେ ଜବରଦସ୍ତ ପ୍ରତ୍ୟାବର୍ତ୍ତନ କରିଛି । ରବିଚନ୍ଦ୍ରନ ଅଶ୍ବିନ ଓ ଜସପ୍ରୀତ ବୁମରାଙ୍କ ଘାତକ ବୋଲିଂ ସହାୟତାରେ ଭାରତ ଇଂଲଣ୍ଡକୁ ୧୦୬ ରନରେ ହରାଇ ଦେଇଛି । ୩୯୯ ବିଜୟ ଲକ୍ଷ୍ୟ ଜବାବରେ ଇଂଲଣ୍ଡ ସୋମବାର ଚତୁର୍ଥ ଦିବସର ଦ୍ବିତୀୟ ସେସନରେ ୨୯୨ ରନ୍ କରି ଅଲ୍ଆଉଟ୍ ହୋଇଯାଇଥିଲା । ଭାରତ ପକ୍ଷରୁ ଅଶ୍ୱିନ୍ ଓ ବୁମରା ପ୍ରତ୍ୟେକ ୩ଟି ଲେଖାଏଁ ୱିକେଟ୍ ନେଇଥିଲେ। ମ୍ୟାଚରେ ମୋଟ ୯ [...]
ବିଶାଖାପଟନମ୍: ହାଇଦ୍ରାବାଦରେ ପରାଜୟ ପରେ ଭାରତ ବିଶାଖାପଟନମ୍ ଟେଷ୍ଟରେ ଜବରଦସ୍ତ ପ୍ରତ୍ୟାବର୍ତ୍ତନ କରିଛି । ରବିଚନ୍ଦ୍ରନ ଅଶ୍ବିନ ଓ ଜସପ୍ରୀତ ବୁମରାଙ୍କ ଘାତକ ବୋଲିଂ ସହାୟତାରେ ଭାରତ ଇଂଲଣ୍ଡକୁ ୧୦୬ ରନରେ ହରାଇ ଦେଇଛି । ୩୯୯ ବିଜୟ ଲକ୍ଷ୍ୟ ଜବାବରେ ଇଂଲଣ୍ଡ ସୋମବାର ଚତୁର୍ଥ ଦିବସର ଦ୍ବିତୀୟ ସେସନରେ ୨୯୨ ରନ୍ କରି ଅଲ୍ଆଉଟ୍ ହୋଇଯାଇଥିଲା । ଭାରତ ପକ୍ଷରୁ ଅଶ୍ୱିନ୍ ଓ ବୁମରା ପ୍ରତ୍ୟେକ ୩ଟି ଲେଖାଏଁ ୱିକେଟ୍ ନେଇଥିଲେ। ମ୍ୟାଚରେ ମୋଟ ୯ ଓ୍ବିକେଟ୍ ନେଇଥିବା ବୁମରା ମ୍ୟାନ୍ ଅଫ୍ ଦି ମ୍ୟାଚ୍ ବିବେଚିତ ହୋଇଛନ୍ତି। ଏହି ଚମତ୍କାର ବିଜୟ ସହ ଭାରତ ପାଞ୍ଚ ମ୍ୟାଚ୍ ବିଶିଷ୍ଟ ଟେଷ୍ଟ ସିରିଜକୁ ୧-୧ରେ ବରାବର ସ୍ଥିତିକୁ ଆଣିଛି। ଇଂଲଣ୍ଡ ପ୍ରଥମ ଟେଷ୍ଟକୁ ୨୮ ରନରେ ଜିତିଥିଲା। ସିରିଜର ତୃତୀୟ ଟେଷ୍ଟ ଫେବୃୟାରୀ ୧୫ରୁ ରାଜକୋଟରେ ଖେଳାଯିବ ।
ଚତୁର୍ଥ ଦିନର ଖେଳ ଆରମ୍ଭ ବେଳକୁ ଭାରତକୁ ବିଜୟ ପାଇଁ ୯ ଓ୍ବିକେଟ୍ ଓ ଇଂଲଣ୍ଡକୁ ୩୩୨ ରନ୍ ଆବଶ୍ୟକ ହେଉଥିଲା। ଇଂଲଣ୍ଡ ଅସମାପ୍ତ ଦ୍ୱିତୀୟ ଇନିଂସ୍ ସ୍କୋର୍ ୬୭/୧ରୁ ଖେଳ ଆରମ୍ଭ କରିଥିଲା । ନିଜ ‘ବାଜବଲ୍’ ରଣନୀତି ଅନୁସାରେ ଦ୍ରୁତ ଗତିରେ ରନ୍ ସଂଗ୍ରହ କରିଥିଲା ଇଂଲଣ୍ଡ। ହେଲେ ଏପରି କରିବାକୁ ଯାଇ ଭ୍ରମଣକାରୀ ଦଳ ପ୍ରଥମ ସେସନରେ ହିଁ ୫ ଓ୍ବିକେଟ୍ ହରାଇଥିଲା । ଦଳ ଲଞ୍ଚ ବିରତି ସୁଦ୍ଧା ୧୯୪ ରନରେ ୬ ଓ୍ବିକେଟ୍ ହରାଇ ପରାଜୟ ଦ୍ଵାରରେ ପହଞ୍ଚି ଯାଇଥିଲା । ଦ୍ବିତୀୟ ସେସନରେ ଅଧିନାୟକ ବେନ୍ ଷ୍ଟୋକ୍ସ ରନ୍ ଆଉଟ୍ ହୋଇଯିବା ପରେ ଇଂଲଣ୍ଡର ଶେଷ ଆଶା ମଉଳି ଯାଇଥିଲା ।
ଦ୍ବିତୀୟ ଇନିଂସରେ ଇଂଲଣ୍ଡ ତରଫରୁ ଜ୍ୟାକ୍ କ୍ରଲି ସର୍ବାଧିକ ୭୩ ରନ୍ କରିଥିବା ବେଳେ ବେନ୍ ଫୋକ୍ସ ଓ ଟମ୍ ହାର୍ଟଲି ୩୬-୩୬ ରନ୍ କରିଥିଲେ ।
ଭାରତର ଏହି ବିଜୟରେ ବୁମରାଙ୍କ ସହ ଦୁଇ ଯୁବ ବ୍ୟାଟ୍ସମ୍ୟାନ୍ ଯଶସ୍ବୀ ଜୈସୱାଲ ଓ ଶୁଭମାନ ଗିଲଙ୍କ ମଧ୍ୟ ପ୍ରମୁଖ ଅବଦାନ ରହିଥିଲା । ଜୈସୱାଲ ପ୍ରଥମ ଇନିଂସରେ ଚମତ୍କାର ୨୦୯ ରନ୍ କରିଥିଲେ । ଗିଲ୍ ଫର୍ମକୁ ଫେରି ଦ୍ବିତୀୟ ଇନିଂସରେ ୧୦୪ ରନର ପାଳି ଖେଳିଥିଲେ ।
ଚମ୍ପାଇ ସୋରେନ୍ ସରକାର ଆସ୍ଥା ଭୋଟରେ ବିଜୟୀ
Next ArticleIndian High Commission, Kuala Lumpur Congratulates Datuk Ramli Ibrahim on Being Awarded by Odisha Govt at 1st World Odia Language Conference
Related Articles
ପରିଚାଳନା କର୍ତ୍ତୃପକ୍ଷ ଓ ୟୁନିଅନ ମଧ୍ୟରେ ଆଲୋଚନା ବିଫଳ: ମୁଖ୍ୟ କାର୍ଯ୍ୟାଳୟ, ଆଞ୍ଚଳିକ କାର୍ଯ୍ୟାଳୟ ଓ ସମସ୍ତ ବ୍ଲକ ମୁଖ୍ୟାଳୟରେ ଘେରାଉ ଓ ବିକ୍ଷୋଭ
ବ୍ରହ୍ମପୁର: ଆସୋସିଏସନ୍ ଅଫ୍ ଓଡ଼ିଶା ଗ୍ରାମୀଣ ବ୍ୟାଙ୍କ ଅଫିସର୍ସ ଏବଂ ଓଡ଼ିଶା ଗ୍ରାମୀଣ ବ୍ୟାଙ୍କ ଏମ୍ପ୍ଲୟୀଜ୍ ଆସୋସିଏସନ୍ ର ମିଳିତ ଆନ୍ଦୋଳନ କାର୍ଯ୍ୟକ୍ରମ ଅନୁଯାୟୀ ଆଜି ସମଗ୍ର ଓଡ଼ିଶାରେ ବ୍ୟାଙ୍କର ମୁଖ୍ୟ କାର୍ଯ୍ୟାଳୟ, ସମସ୍ତ ଆଞ୍ଚଳିକ କାର୍ଯ୍ୟାଳୟ ଏବଂ ସମସ୍ତ ବ୍ଲକ ମୁଖ୍ୟାଳୟ ଶାଖା ସମ୍ମୁଖରେ ଅଧିକାରୀ ଓ କର୍ମଚାରୀମାନେ ଶାନ୍ତିପୂର୍ଣ୍ଣ ଘେରାଉ ଓ ବିକ୍ଷୋଭ ପ୍ରଦର୍ଶନ କରିଥିଲେ। ଗତ ୨୯ ଜୁଲାଇରେ ବ୍ୟାଙ୍କ ପରିଚାଳନା କର୍ତ୍ତୃପକ୍ଷ ଓ ପ୍ରତିନିଧି ୟୁନିଅନମାନଙ୍କ ମଧ୍ୟରେ ୨୦ ଦଫା ଦାବିପତ୍ର [...]
ଓଡ଼ିଶା ଗ୍ରାମୀଣ ବ୍ୟାଙ୍କ ପକ୍ଷରୁ ରକ୍ତଦାନ ଓ ସ୍ୱାସ୍ଥ୍ୟ ପରୀକ୍ଷା ଶିବିର ଅନୁଷ୍ଠିତ
ବ୍ରହ୍ମପୁର: ଓଡ଼ିଶା ଗ୍ରାମୀଣ ବ୍ୟାଙ୍କର ପ୍ରତିଷ୍ଠା ଦିବସ ଅବସରରେ ବ୍ରହ୍ମପୁର ଆଞ୍ଚଳିକ କାର୍ଯ୍ୟାଳୟ ପକ୍ଷରୁ ବ୍ରହ୍ମପୁର ମ୍ୟୁନିସିପାଲିଟି ଶାଖା ପରିସରରେ ଏକ ବିଶାଳ ରକ୍ତଦାନ ଏବଂ ସ୍ୱାସ୍ଥ୍ୟ ପରୀକ୍ଷା ଶିବିର ଅନୁଷ୍ଠିତ ହୋଇଯାଇଛି। ଏହି ଶିବିରରୁ ମୋଟ ୨୦ ୟୁନିଟ୍ ରକ୍ତ ସଂଗ୍ରହ କରାଯାଇଥିବା ବେଳେ ପ୍ରାୟ ୬୦ ଜଣ ବ୍ୟକ୍ତିଙ୍କର ସ୍ୱାସ୍ଥ୍ୟ ପରୀକ୍ଷା କରାଯାଇଛି। ଏହି କାର୍ଯ୍ୟକ୍ରମରେ ବ୍ରହ୍ମପୁର ଆଞ୍ଚଳିକ ପ୍ରବନ୍ଧକ ଚନ୍ଦନ କୁମାର ମହାନ୍ତି ମୁଖ୍ୟ ଅତିଥି ଭାବେ ଯୋଗଦେଇ ରକ୍ତଦାତାମାନଙ୍କୁ ଉତ୍ସାହିତ କରିବା [...]
ନ୍ୟାୟ ସଂହିତା ପ୍ରଦର୍ଶନୀରେ ଓଡ଼ିଶା ପୋଲିସର ଐତିହାସିକ କପୋତ ସେବା ପ୍ରଦର୍ଶିତ
ଭୁବନେଶ୍ୱର: ଭୁବନେଶ୍ୱରସ୍ଥିତ ୟୁନିଟ୍–୩, IDCO ପ୍ରଦର୍ଶନୀ ପଡିଆରେ ଆୟୋଜିତ ‘ନ୍ୟାୟ ସଂହିତା ପ୍ରଦର୍ଶନୀ’ରେ ଆଜି ବିଶ୍ୱର ଏକମାତ୍ର କାର୍ଯ୍ୟକ୍ଷମ ଓଡ଼ିଶା ପୋଲିସ କପୋତ ସେବାର ପ୍ରଦର୍ଶନ କରାଯାଇଛି। ଏହି ଅବସରରେ ଭୁବନେଶ୍ୱରରୁ କଟକ ଅଭିମୁଖେ ଦୁଇଟି ଦଳରେ ୧୮ଟି ବେଲଜିୟମ ହୋମର ପାରାଙ୍କୁ ପଠାଯାଇଛି। ଏହି ପାରାମାନେ ନିଜ ଗୋଡ଼ରେ ବନ୍ଧାଯାଇଥିବା ଛୋଟ କ୍ୟାପସୁଲ ମାଧ୍ୟମରେ ଗୁରୁତ୍ୱପୂର୍ଣ୍ଣ ବାର୍ତ୍ତା ନେଇ ଆକାଶ ମାର୍ଗରେ ଗତି କରି ପୁରାତନ ‘ପିଜନ ପୋଷ୍ଟ’ର ସ୍ମୃତି ଚାରଣ କରିଛନ୍ତି। ଏହି ବେଲଜିୟମ [...]
