News Room Odisha
BREAKING
Odia

ଟି-୨୦ ବିଶ୍ୱକପ: ସହଜ ବିଜୟରୁ ଭାରତର ଅଭିଯାନ, ପ୍ରଥମ ମ୍ୟାଚରେ ଆୟର୍ଲାଣ୍ଡକୁ ୮ ଓ୍ବିକେଟରେ ହରାଇଲା

ନ୍ୟୁୟର୍କ: ସହଜ ବିଜୟ ସହ ଟିମ୍ ଇଣ୍ଡିଆ ଟି-୨୦ ବିଶ୍ୱକପରେ ଅଭିଯାନ ଆରମ୍ଭ କରିଛି। ବୁଧବାର ପ୍ରଥମ ମ୍ୟାଚରେ ଭାରତ ଏକତରଫା ଭାବେ ଆୟର୍ଲାଣ୍ଡକୁ ୮ ଓ୍ବିକେଟରେ ହରାଇଛି । ନ୍ୟୁୟର୍କର ନାସାଉ କାଉଣ୍ଟି ଇଣ୍ଟରନ୍ୟାସନାଲ କ୍ରିକେଟ୍ ଷ୍ଟାଡିୟମରେ ଖେଳାଯାଇଥିବା ଏହି ମ୍ୟାଚରେ ଭାରତ ଟସ୍ ଜିତି ଆୟର୍ଲାଣ୍ଡକୁ ବ୍ୟାଟିଂ ଆମନ୍ତ୍ରଣ କରିଥିଲା। ଆୟର୍ଲାଣ୍ଡ ୧୬ ଓଭରରେ ମାତ୍ର ୯୬ ରନ୍ କରି ଅଲ୍ଆଉଟ୍ ହୋଇଯାଇଥିଲା। ଭାରତ ପକ୍ଷରୁ ଦ୍ରୁତ ବୋଲରମାନେ ୮ଟି ୱିକେଟ୍ ନେଇଥିଲେ। ହାର୍ଦ୍ଦିକ [...]

Admin•June 6, 2024
Share Article:

ନ୍ୟୁୟର୍କ: ସହଜ ବିଜୟ ସହ ଟିମ୍ ଇଣ୍ଡିଆ ଟି-୨୦ ବିଶ୍ୱକପରେ ଅଭିଯାନ ଆରମ୍ଭ କରିଛି। ବୁଧବାର ପ୍ରଥମ ମ୍ୟାଚରେ ଭାରତ ଏକତରଫା ଭାବେ ଆୟର୍ଲାଣ୍ଡକୁ ୮ ଓ୍ବିକେଟରେ ହରାଇଛି ।

ନ୍ୟୁୟର୍କର ନାସାଉ କାଉଣ୍ଟି ଇଣ୍ଟରନ୍ୟାସନାଲ କ୍ରିକେଟ୍ ଷ୍ଟାଡିୟମରେ ଖେଳାଯାଇଥିବା ଏହି ମ୍ୟାଚରେ ଭାରତ ଟସ୍ ଜିତି ଆୟର୍ଲାଣ୍ଡକୁ ବ୍ୟାଟିଂ ଆମନ୍ତ୍ରଣ କରିଥିଲା। ଆୟର୍ଲାଣ୍ଡ ୧୬ ଓଭରରେ ମାତ୍ର ୯୬ ରନ୍ କରି ଅଲ୍ଆଉଟ୍ ହୋଇଯାଇଥିଲା। ଭାରତ ପକ୍ଷରୁ ଦ୍ରୁତ ବୋଲରମାନେ ୮ଟି ୱିକେଟ୍ ନେଇଥିଲେ। ହାର୍ଦ୍ଦିକ ପାଣ୍ଡ୍ୟା ସର୍ବାଧିକ ୩ଟି ୱିକେଟ୍ ନେଇଥିବା ବେଳେ ଅର୍ଶଦୀପ ସିଂ ଓ ଯସପ୍ରୀତ ବୁମରା ୨ଟି ଲେଖାଏଁ ୱିକେଟ୍ ହାସଲ କରିଥିଲେ । ସିରାଜ ଗୋଟିଏ ୱିକେଟ୍ ପାଇଥିଲେ।

ଆୟର୍ଲାଣ୍ଡ ପ୍ରଦତ୍ତ ୯୭ ରନ୍‌ର ଲକ୍ଷ୍ୟକୁ ଭାରତ ୧୨.୨ ଓଭରରେ ଦୁଇଟି ୱିକେଟ୍ ହରାଇ ସହଜରେ ହାସଲ କରିଥିଲା। ରୋହିତ ଶର୍ମାଙ୍କ ସହ ଓପନିଂ କରିବାକୁ ଆସିଥିବା ବିରାଟ କୋହଲି ମାତ୍ର ୧ ରନ୍ କରି ଆଉଟ୍ ହୋଇଥିଲେ । ତେବେ ରୋହିତ ଅର୍ଦ୍ଧଶତକୀୟ ପାଳି ଖେଳିଥିଲେ। ସେ ୪ଟି ଚୌକା ଓ ୩ଟି ଛକା ସହାୟତାରେ ୩୭ ବଲରେ ୫୨ ରନ କରିଥିଲେ। ଏହାପରେ ସେ ରିଟାୟର ହର୍ଟ ହୋଇଥିଲେ । ସୂର୍ଯ୍ୟକୁମାର ଯାଦବ ୨ ରନ୍ କରି ପ୍ୟାଭିଲିୟନ ଫେରିଯାଇଥିବା ବେଳେ ରିଷଭ ପନ୍ତ ୨୬ ବିଲରେ ୩ ଚୌକା ଓ ୨ ଚକା ସହ ଅପରାଜିତ ୩୬ ରନ୍ କରିଥିଲେ। ଭାରତ ରବିବାର ପରବର୍ତ୍ତୀ ମ୍ୟାଚରେ ପାକିସ୍ତାନକୁ ଭେଟିବ ।

#Odia#Odisha#News
Share Article:

Related Articles