News Room Odisha
BREAKING
Odia

ଏଫ୍ଆଇଏଚ୍ ପ୍ରୋ ଲିଗ୍: ଗୁରଜନ୍ତଙ୍କ ଶେଷ ମୁହୂର୍ତ୍ତ ଗୋଲ୍ ବଳରେ ଆୟର୍ଲାଣ୍ଡକୁ ହରାଇଲା ଭାରତ

ଭୁବନେଶ୍ୱର: ଏଠାରେ ଚାଲିଥିବା ଏଫ୍ଆଇଏଚ୍ ପ୍ରୋ ଲିଗରେ ଶୁକ୍ରବାର ଅନୁଷ୍ଠିତ ମ୍ୟାଚରେ ଗୁରୁଜନ୍ତ ସିଂଙ୍କ ଶେଷ ମୁହୂର୍ତ୍ତ ଗୋଲ୍ ସହାୟତାରେ ଭାରତ ୧-୦ରେ ନିମ୍ନ ମାନ୍ୟତାପ୍ରାପ୍ତ ଆୟର୍ଲାଣ୍ଡକୁ ହରାଇଛି। ନିଜର ଦୃଢ଼ ରକ୍ଷଣ ଦ୍ବାରା ମ୍ୟାଚରେ ଅଧିକାଂଶ ସମୟ ଆୟର୍ଲାଣ୍ଡ ଭାରତକୁ ନିରାଶ କରିଥିଲା । କିନ୍ତୁ ଗୁରଜନ୍ତ ଘରୋଇ ଦଳକୁ ଲଜ୍ଜାରୁ ରକ୍ଷା କରିଥିଲେ। ଆୟର୍ଲାଣ୍ଡ ଗୋଲକିପରଙ୍କୁ ଚକମା ଦେଇ ଷ୍ଟ୍ରାଇକ୍ ସର୍କଲ ଉପରୁ ଏକ ଶକ୍ତିଶାଳୀ ସଟ୍ ସହ ଗୁରଜନ୍ତ ୬୦ ମିନିଟରେ ଗୋଲ୍ [...]

Admin•February 16, 2024
Share Article:

ଭୁବନେଶ୍ୱର: ଏଠାରେ ଚାଲିଥିବା ଏଫ୍ଆଇଏଚ୍ ପ୍ରୋ ଲିଗରେ ଶୁକ୍ରବାର ଅନୁଷ୍ଠିତ ମ୍ୟାଚରେ ଗୁରୁଜନ୍ତ ସିଂଙ୍କ ଶେଷ ମୁହୂର୍ତ୍ତ ଗୋଲ୍ ସହାୟତାରେ ଭାରତ ୧-୦ରେ ନିମ୍ନ ମାନ୍ୟତାପ୍ରାପ୍ତ ଆୟର୍ଲାଣ୍ଡକୁ ହରାଇଛି। ନିଜର ଦୃଢ଼ ରକ୍ଷଣ ଦ୍ବାରା ମ୍ୟାଚରେ ଅଧିକାଂଶ ସମୟ ଆୟର୍ଲାଣ୍ଡ ଭାରତକୁ ନିରାଶ କରିଥିଲା । କିନ୍ତୁ ଗୁରଜନ୍ତ ଘରୋଇ ଦଳକୁ ଲଜ୍ଜାରୁ ରକ୍ଷା କରିଥିଲେ। ଆୟର୍ଲାଣ୍ଡ ଗୋଲକିପରଙ୍କୁ ଚକମା ଦେଇ ଷ୍ଟ୍ରାଇକ୍ ସର୍କଲ ଉପରୁ ଏକ ଶକ୍ତିଶାଳୀ ସଟ୍ ସହ ଗୁରଜନ୍ତ ୬୦ ମିନିଟରେ ଗୋଲ୍ ସ୍କୋର କରିଥିଲେ। ଚତୁର୍ଥ ସ୍ଥାନରେ ଥିବା ଭାରତ ଏହି ମ୍ୟାଚରେ ୬ଟି ପେନାଲ୍ଟି କର୍ଣ୍ଣର ପାଇଥିଲା । ହେଲେ ସେଥିମଧ୍ୟରୁ ଗୋଟିଏ ବି ଗୋଲରେ ରୂପାନ୍ତର କରିପାରିନଥିଲା । ର଼୍ୟାଙ୍କିଙ୍ଗରେ ଏକାଦଶ ସ୍ଥାନରେ ଥିବା ଆୟର୍ଲାଣ୍ଡ ତିନୋଟି ପେନାଲ୍ଟି କର୍ଣ୍ଣର ପାଇଥିଲା ।

#Odia#Odisha#News
Share Article:

Related Articles