News Room Odisha
BREAKING
Odia

ଯଶସ୍ବୀଙ୍କ ଦ୍ୱିଶତକ ସତ୍ତ୍ୱେ ୪୦୦ ଟପି ପାରିଲାନି ଭାରତ

ବିଶାଖାପାଟନମ୍: ଯଶସ୍ବୀ ଜୈସୱାଲଙ୍କ ଚମତ୍କାର ଦ୍ୱିଶତକ ସତ୍ତ୍ୱେ ଦ୍ବିତୀୟ ଟେଷ୍ଟରେ ଭାରତର ପ୍ରଥମ ଇନିଂସ ମାତ୍ର ୩୯୬ ରନରେ ଶେଷ ହୋଇଛି । ଦଳ ତରଫରୁ ଯଶସ୍ୱୀ ଏକା ଲଢ଼ିଥିଲେ । ଭାରତ ଅସମାପ୍ତ ପ୍ରଥମ ଇନିଂସ୍ ସ୍କୋର୍ ୩୩୬/୬ରୁ ଖେଳ ଆରମ୍ଭ କରିଥିବା ବେଳେ ଆଉ ମାତ୍ର ୬୦ ରନ୍ ଯୋଡ଼ି ଅଲ୍ଆଉଟ୍ ହୋଇଯାଇଥିଲା ।‌ ପ୍ରଥମ ଦିନରେ ୧୭୯ ରନ୍ କରି ଅପରାଜିତ ରହିଥିବା ଯଶସ୍ବୀ ଆଜି ଖୁବ୍ ଶୀଘ୍ର ତାଙ୍କ କ୍ୟାରିୟରର ପ୍ରଥମ [...]

Admin•February 3, 2024
Share Article:

ବିଶାଖାପାଟନମ୍: ଯଶସ୍ବୀ ଜୈସୱାଲଙ୍କ ଚମତ୍କାର ଦ୍ୱିଶତକ ସତ୍ତ୍ୱେ ଦ୍ବିତୀୟ ଟେଷ୍ଟରେ ଭାରତର ପ୍ରଥମ ଇନିଂସ ମାତ୍ର ୩୯୬ ରନରେ ଶେଷ ହୋଇଛି । ଦଳ ତରଫରୁ ଯଶସ୍ୱୀ ଏକା ଲଢ଼ିଥିଲେ । ଭାରତ ଅସମାପ୍ତ ପ୍ରଥମ ଇନିଂସ୍ ସ୍କୋର୍ ୩୩୬/୬ରୁ ଖେଳ ଆରମ୍ଭ କରିଥିବା ବେଳେ ଆଉ ମାତ୍ର ୬୦ ରନ୍ ଯୋଡ଼ି ଅଲ୍ଆଉଟ୍ ହୋଇଯାଇଥିଲା ।‌ ପ୍ରଥମ ଦିନରେ ୧୭୯ ରନ୍ କରି ଅପରାଜିତ ରହିଥିବା ଯଶସ୍ବୀ ଆଜି ଖୁବ୍ ଶୀଘ୍ର ତାଙ୍କ କ୍ୟାରିୟରର ପ୍ରଥମ ଦ୍ୱିଶତକ ପୂରଣ କରିଥିଲେ। ଯଶସ୍ବୀ ୨୦୯ ରନ୍ କରି ଆଉଟ୍ ହୋଇଥିଲେ । ତାଙ୍କର ଏହି ଇନିଂସରେ ୧୯ଟି ଚୌକା ଓ ୭ଟି ଛକା ସାମିଲ ଥିଲା । ଯଶସ୍ବୀଙ୍କୁ ଅନ୍ୟ କୌଣସି ବ୍ୟାଟ୍ସମ୍ୟାନ ଉପଯୁକ୍ତ ସମର୍ଥନ କରିନଥିଲେ । ଏପରିକି ଭାରତର ଆଉ କୌଣସି ବ୍ୟାଟ୍ସମ୍ୟାନ ୪୦ ରନ୍ ଟପିନଥିଲେ ।

ଇଂଲଣ୍ଡ ପକ୍ଷରୁ ପ୍ରଥମ ଇନିଂସରେ ଜେମ୍ସ ଆଣ୍ଡରସନ୍, ଶୋଏବ ବଶୀର ଏବଂ ରେହାନ ଅହମ୍ମଦ ପ୍ରତ୍ୟେକ ୩ଟି ଲେଖାଏଁ ୱିକେଟ୍ ନେଇଥିଲେ। ଟମ ହାର୍ଟଲି ଗୋଟିଏ ୱିକେଟ୍ ପାଇଥିଲେ ।

#Odia#Odisha#News
Share Article:

Related Articles