ଆଜିଠୁ ତୃତୀୟ ଟେଷ୍ଟ: ଭାରତକୁ ମିଡିଲ୍ ଅର୍ଡର ଚିନ୍ତା
ରାଜକୋଟ: ଭାରତ ଓ ଇଂଲଣ୍ଡ ମଧ୍ୟରେ ତୃତୀୟ ଟେଷ୍ଟ ଗୁରୁବାର ଠାରୁ ଆରମ୍ଭ ହେଉଛି । ଇଂଲଣ୍ଡର ଆକ୍ରମଣାତ୍ମକ ‘ବାଜବଲ୍’ ରଣନୀତିର ମୁକାବିଲା କରିବାକୁ ହେଲେ ଭାରତୀୟ ଦଳକୁ ନିର୍ଭୀକ ଓ ଚତୁର କ୍ରିକେଟ୍ ଖେଳିବା ବ୍ୟତୀତ ମଧ୍ୟକ୍ରମ ବ୍ୟାଟିଂ ଦୁର୍ବଳତା ସଜାଡ଼ିବାକୁ ପଡ଼ିବ। ହାଇଦ୍ରାବାଦରେ ସିରିଜର ପ୍ରଥମ ମ୍ୟାଚରେ ଇଂଲଣ୍ଡ ଭାରତକୁ ହରାଇଥିଲା । ହେଲେ ଭାରତ ବିଶାଖାପଟନମରେ ଦ୍ୱିତୀୟ ଟେଷ୍ଟରେ ପ୍ରତ୍ୟାବର୍ତ୍ତନ କରି ପାଞ୍ଚ ମ୍ୟାଚ୍ ବିଶିଷ୍ଟ ସିରିଜକୁ ୧-୧ରେ ବରାବର କରିଥିଲା। ଯଶସ୍ବୀ [...]
ରାଜକୋଟ: ଭାରତ ଓ ଇଂଲଣ୍ଡ ମଧ୍ୟରେ ତୃତୀୟ ଟେଷ୍ଟ ଗୁରୁବାର ଠାରୁ ଆରମ୍ଭ ହେଉଛି । ଇଂଲଣ୍ଡର ଆକ୍ରମଣାତ୍ମକ ‘ବାଜବଲ୍’ ରଣନୀତିର ମୁକାବିଲା କରିବାକୁ ହେଲେ ଭାରତୀୟ ଦଳକୁ ନିର୍ଭୀକ ଓ ଚତୁର କ୍ରିକେଟ୍ ଖେଳିବା ବ୍ୟତୀତ ମଧ୍ୟକ୍ରମ ବ୍ୟାଟିଂ ଦୁର୍ବଳତା ସଜାଡ଼ିବାକୁ ପଡ଼ିବ।
ହାଇଦ୍ରାବାଦରେ ସିରିଜର ପ୍ରଥମ ମ୍ୟାଚରେ ଇଂଲଣ୍ଡ ଭାରତକୁ ହରାଇଥିଲା । ହେଲେ ଭାରତ ବିଶାଖାପଟନମରେ ଦ୍ୱିତୀୟ ଟେଷ୍ଟରେ ପ୍ରତ୍ୟାବର୍ତ୍ତନ କରି ପାଞ୍ଚ ମ୍ୟାଚ୍ ବିଶିଷ୍ଟ ସିରିଜକୁ ୧-୧ରେ ବରାବର କରିଥିଲା।
ଯଶସ୍ବୀ ଜୈସୱାଲ (୩୨୧ ରନ୍) ଓ ଜସପ୍ରୀତ ବୁମରା (୧୫ ୱିକେଟ୍) ଚମତ୍କାର ପ୍ରଦର୍ଶନ ସହ ଭାରତର ବିଜୟ ସୁନିଶ୍ଚିତ କରିଥିଲେ । କିନ୍ତୁ ମିଡିଲ ଅର୍ଡର ଦଳ ପାଇଁ ଚିନ୍ତାର କାରଣ ପାଲଟିଛି । ବିରାଟ କୋହଲି ଓ କେଏଲ ରାହୁଲଙ୍କ ଅନୁପସ୍ଥିତିରେ ମିଡିଲ ଅର୍ଡର ଦାୟିତ୍ବ ଯୁବ ପ୍ରତିଭାଙ୍କ ଉପରେ ରହିଛି। ବ୍ୟାଟ୍ସମ୍ୟାନଙ୍କ ସହ କ୍ୟାପଟେନ ରୋହିତ ଶର୍ମାଙ୍କ ଖରାପ ଫର୍ମ ମଧ୍ୟ ଭାରତୀୟ ବ୍ୟାଟିଂ କ୍ରମର ଚିନ୍ତା ବଢ଼ାଇ ଦେଇଛି। ତୃତୀୟ ଟେଷ୍ଟରେ ଭାରତୀୟ ଦଳ କେଏଲ୍ ରାହୁଲଙ୍କ ବିନା ଓହ୍ଲାଇବାକୁ ଥିବାବେଳେ ବିରାଟ କୋହଲି ପୁରା ସିରିଜରୁ ଓହରି ଯାଇଛନ୍ତି ।
ଗତ ଏକ ବର୍ଷ ଧରି ରୋହିତ ବ୍ୟାଟ୍ ସହିତ ଆକ୍ରମଣାତ୍ମକ ଆଭିମୁଖ୍ୟ ଗ୍ରହଣ କରିଛନ୍ତି । କିନ୍ତୁ ବଡ଼ ଇନିଂସ ଖେଳିବାରେ ବିଫଳ ହୋଇଛନ୍ତି। ସାମ୍ପ୍ରତିକ ପରିସ୍ଥିତିକୁ ଦେଖିଲେ ଦଳ ଏହାର ଅଧିନାୟକଙ୍କଠାରୁ ଏକ ବଡ଼ ଇନିଂସ ଆଶା କରିବ।
ରାହୁଲ ଉପଲବ୍ଧ ନ ଥିବାରୁ ମୁମ୍ବାଇର ବ୍ୟାଟ୍ସମ୍ୟାନ୍ ସରଫରାଜ ଖାନ ଟେଷ୍ଟ କ୍ରିକେଟରେ ଡେବ୍ୟୁ କରିବାକୁ ସୁଯୋଗ ପାଇପାରନ୍ତି। ଯଦି ଏପରି ହୁଏ, ତେବେ ଘରୋଇ କ୍ରିକେଟରେ ରନ୍ ବର୍ଷା କରିଥିବା ସରଫରାଜ ଗୋଟିଏ ଟେଷ୍ଟ ଖେଳିଥିବା ରଜତ ପାଟିଦାରଙ୍କ ସହ ମିଡିଲ ଅର୍ଡର ଦାୟିତ୍ବ ସମ୍ଭାଳିବେ।
ଇଂଲଣ୍ଡ ଦଳ ଭାରତୀୟ ମଧ୍ୟକ୍ରମର ଅନଭିଜ୍ଞତା ସମ୍ପର୍କରେ ଅବଗତ ଅଛି । ବିପକ୍ଷ ଦଳର ଦୁର୍ବଳତା ଆକଳନ ଓ ଆକ୍ରମଣାତ୍ମକ ଖେଳ ଯୋଗୁଁ ଇଂଲଣ୍ଡ ଦଳ ଅପ୍ରତ୍ୟାଶିତ ଫଳାଫଳ ହାସଲ କରିବାରେ ସଫଳ ହୋଇଛି |
ୱିକେଟକିପର ବ୍ୟାଟ୍ସମ୍ୟାନ କେ.ଏସ୍ ଭରତଙ୍କ ଲଗାତାର ବିଫଳତା ଦୃଷ୍ଟିରୁ ଉତ୍ତର ପ୍ରଦେଶର ୨୩ ବର୍ଷୀୟ ଧ୍ରୁବ ଜୁରେଲଙ୍କୁ ଭାରତୀୟ ଟିମ୍ ମ୍ୟାନେଜମେଣ୍ଟ ସୁଯୋଗ ଦେବା ସମ୍ଭାବନା ବଢ଼ିଛି। ଜୁରେଲ ତାଙ୍କର ଆକ୍ରମଣାତ୍ମକ ବ୍ୟାଟିଂ ପାଇଁ ମଧ୍ୟ ଜଣାଶୁଣା | ଜୁରେଲ ୧୫ଟି ପ୍ରଥମ ଶ୍ରେଣୀ ମ୍ୟାଚ୍ ଖେଳିଥିବା ବେଳେ ୪୬.୪୭ ଆଭରେଜ୍ ସହ ରନ୍ କରିଛନ୍ତି। ରାଜକୋଟ ପିଚ୍ ସମ୍ପୂର୍ଣ୍ଣ ସ୍ପିନ ଉପଯୋଗୀ ହେବା ସମ୍ଭାବନା ନାହିଁ । ତେଣୁ ଜୁରେଲ ଯଦି ଡେବ୍ୟୁ କରିବା ସୁଯୋଗ ପାଆନ୍ତି ତେବେ ଏହା ତାଙ୍କ ପାଇଁ ସହଜ ହେବ |
ସ୍ଥାନୀୟ ଖେଳାଳି ଚେତେଶ୍ୱର ପୂଜାରା ଆଉ ଭାରତୀୟ ଚୟନକର୍ତ୍ତାଙ୍କ ଯୋଜନାର ଅଂଶ ନୁହଁନ୍ତି । କିନ୍ତୁ ଅନ୍ୟ ଜଣେ ସ୍ଥାନୀୟ ଖେଳାଳି ରବୀନ୍ଦ୍ର ଜାଡେଜାଙ୍କଠାରୁ ପ୍ରଶଂସକ ବହୁତ କିଛି ଆଶା ରଖିଛନ୍ତି। ପ୍ରଥମ ଦୁଇ ମ୍ୟାଚ୍ରେ ଇଂଲଣ୍ଡର ସ୍ପିନରମାନେ ଘରୋଇ ଦଳର ସ୍ପିନରଙ୍କ ଅପେକ୍ଷା ଭଲ ପ୍ରଦର୍ଶନ କରିଥିଲେ। ଇଂଲଣ୍ଡର ଆକ୍ରମଣାତ୍ମକ ଶୈଳୀ ବିରୋଧରେ ଭାରତୀୟ ସ୍ପିନରଙ୍କୁ ନିଜ ରଣନୀତିରେ ପରିବର୍ତ୍ତନ କରିବାକୁ ପଡ଼ିବ। ପ୍ରଥମ ଦୁଇଟି ଟେଷ୍ଟରେ ବୁମରା ଚମତ୍କାର ବୋଲିଂ ଦଳର ଅଭିଜ୍ଞ ସ୍ପିନରମାନଙ୍କୁ ବଞ୍ଚାଇ ଦେଇଥିଲେ । ଭାରତୀୟ ସ୍ପିନରମାନେ ଏଯାବତ୍ ଆଶାନୁରୂପ ପ୍ରଦର୍ଶନ କରିପାରି ନାହାଁନ୍ତି ।
ରାଜକୋଟ ପିଚ୍ ପାରମ୍ପରିକ ଭାବେ ବ୍ୟାଟିଂ ଉପଯୋଗୀ। ଭାରତକୁ ବାମହାତୀ ସ୍ପିନର କୁଲଦୀପ ଯାଦବ ଏବଂ ଅକ୍ଷର ପଟେଲଙ୍କ ମଧ୍ୟରୁ ଜଣକୁ ବାଛିବାକୁ ପଡ଼ିବ। ତେବେ ବ୍ୟାଟିଂ ଦକ୍ଷତା ଯୋଗୁଁ ଅକ୍ଷରଙ୍କ ପଲା ସାମାନ୍ୟ ଭାରି ରହିଛି।ଭାରତର ସିନିୟର ସ୍ପିନର ରବିଚନ୍ଦ୍ରନ ଅଶ୍ୱିନ ୫୦୦ ଓ୍ବିକେଟ୍ ମାଇଲଖୁଣ୍ଟରୁ ଗୋଟିଏ ପାଦ ଦୂରରେ ଅଛନ୍ତି । ରାଜକୋଟରେ ସେ ଏହି ମାଇଲଖୁଣ୍ଟ ଛୁଇଁବେ ବୋଲି ଆଶା କରାଯାଉଛି।
ଅନ୍ୟପକ୍ଷରେ ଇଂଲଣ୍ଡ କ୍ୟାପଟେନ୍ ବେନ୍ ଷ୍ଟୋକ୍ସଙ୍କ ପାଇଁ ମଧ୍ୟ ରାଜକୋଟ ଟେଷ୍ଟ ସ୍ଵତନ୍ତ୍ର ହେବ । ଏହା ତାଙ୍କ ଶତକୀୟ ଟେଷ୍ଟ । ତାଙ୍କର ଏହି ମାଇଲଖୁଣ୍ଟ ଟେଷ୍ଟରେ ନିଜ ଦଳକୁ ବିଜୟ ଦେବାକୁ ଚାହିଁବେ ଇଂଲଣ୍ଡ ଅଧିନାୟକ । ଷ୍ଟୋକ୍ସ ୨୦୧୬ ଗସ୍ତ ବେଳେ ଏଠାରେ ଏସସିଏ ଷ୍ଟାଡିୟମରେ ୧୨୮ ରନର ଇନିଂସ ଖେଳିଥିଲେ। ଚଳିତ ସିରିଜରେ ସେ ତାଙ୍କର ନେତୃତ୍ୱ ଦକ୍ଷତା ଦ୍ୱାରା ସମସ୍ତଙ୍କୁ ପ୍ରଭାବିତ କରିଛନ୍ତି । ତୃତୀୟ ଟେଷ୍ଟରେ ମଧ୍ୟ ସେ ସାହସିକ ନିଷ୍ପତ୍ତି ନେବେ ବୋଲି ଆଶା କରାଯାଉଛି |
ଭାରତ: ରୋହିତ ଶର୍ମା (ଅଧିନାୟକ), ଜସପ୍ରୀତ ବୁମରା, ଯଶସ୍ୱୀ ଜୈସୱାଲ, ଶୁଭମାନ ଗିଲ, ରଜତ ପାଟିଦାର, ସରଫରାଜ ଖାନ, ଧ୍ରୁବ ଜୁରେଲ, କେ.ଏସ୍ ଭରତ, ଆର ଅଶ୍ୱିନ, ରବୀନ୍ଦ୍ର ଜାଡେଜା, ଅକ୍ଷର ପଟେଲ, ୱାଶିଂଟନ୍ ସୁନ୍ଦର, କୁଲଦୀପ ଯାଦବ, ମହମ୍ମଦ ସିରାଜ, ମୁକେଶ କୁମାର, ଆକାଶ ଦୀପ ଓ ଦେବଦତ୍ତ ପାଡିକ୍ଲଲ ।
ଇଂଲଣ୍ଡ: ବେନ୍ ଷ୍ଟୋକ୍ସ (ଅଧିନାୟକ), ରେହାନ୍ ଅହମ୍ମଦ, ଜେମ୍ସ ଆଣ୍ଡରସନ୍, ଗୁସ୍ ଆଟକିନ୍ସନ୍, ଜନି ବେୟାରଷ୍ଟୋ, ଶୋଏବ ବଶୀର, ଡନ୍ ଲରେନ୍ସ, ଜ୍ୟାକ୍ କ୍ରଲି, ବେନ୍ ଡକେଟ୍, ବେନ୍ ଫୋକ୍ସ, ଟମ୍ ହାର୍ଟଲି, ଓଲି ପୋପ୍, ଓଲି ରବିନ୍ସନ୍, ଜୋ ରୁଟ୍, ମାର୍କ ଉଡ୍।
ନିର୍ବାଚନ ପ୍ରସ୍ତୁତିର ସମୀକ୍ଷା ପାଇଁ ଆଜି ତିନିଦିନିଆ ଓଡିଶା ଗସ୍ତରେ ଆସୁଛନ୍ତି ମୁଖ୍ୟ ନିର୍ବାଚନ କମିଶନର
Next Articleବାଗଚୀ – ଶ୍ରୀଶଙ୍କର କର୍କଟ କେନ୍ଦ୍ର ଓ ଗବେଷଣା ପ୍ରତିଷ୍ଠାନ ବିସ୍ତୃତ ହସ୍ପିଟାଲର ଲୋକାର୍ପଣ କରିବେ ମୁଖ୍ୟମନ୍ତ୍ରୀ
Related Articles
ପରିଚାଳନା କର୍ତ୍ତୃପକ୍ଷ ଓ ୟୁନିଅନ ମଧ୍ୟରେ ଆଲୋଚନା ବିଫଳ: ମୁଖ୍ୟ କାର୍ଯ୍ୟାଳୟ, ଆଞ୍ଚଳିକ କାର୍ଯ୍ୟାଳୟ ଓ ସମସ୍ତ ବ୍ଲକ ମୁଖ୍ୟାଳୟରେ ଘେରାଉ ଓ ବିକ୍ଷୋଭ
ବ୍ରହ୍ମପୁର: ଆସୋସିଏସନ୍ ଅଫ୍ ଓଡ଼ିଶା ଗ୍ରାମୀଣ ବ୍ୟାଙ୍କ ଅଫିସର୍ସ ଏବଂ ଓଡ଼ିଶା ଗ୍ରାମୀଣ ବ୍ୟାଙ୍କ ଏମ୍ପ୍ଲୟୀଜ୍ ଆସୋସିଏସନ୍ ର ମିଳିତ ଆନ୍ଦୋଳନ କାର୍ଯ୍ୟକ୍ରମ ଅନୁଯାୟୀ ଆଜି ସମଗ୍ର ଓଡ଼ିଶାରେ ବ୍ୟାଙ୍କର ମୁଖ୍ୟ କାର୍ଯ୍ୟାଳୟ, ସମସ୍ତ ଆଞ୍ଚଳିକ କାର୍ଯ୍ୟାଳୟ ଏବଂ ସମସ୍ତ ବ୍ଲକ ମୁଖ୍ୟାଳୟ ଶାଖା ସମ୍ମୁଖରେ ଅଧିକାରୀ ଓ କର୍ମଚାରୀମାନେ ଶାନ୍ତିପୂର୍ଣ୍ଣ ଘେରାଉ ଓ ବିକ୍ଷୋଭ ପ୍ରଦର୍ଶନ କରିଥିଲେ। ଗତ ୨୯ ଜୁଲାଇରେ ବ୍ୟାଙ୍କ ପରିଚାଳନା କର୍ତ୍ତୃପକ୍ଷ ଓ ପ୍ରତିନିଧି ୟୁନିଅନମାନଙ୍କ ମଧ୍ୟରେ ୨୦ ଦଫା ଦାବିପତ୍ର [...]
ଓଡ଼ିଶା ଗ୍ରାମୀଣ ବ୍ୟାଙ୍କ ପକ୍ଷରୁ ରକ୍ତଦାନ ଓ ସ୍ୱାସ୍ଥ୍ୟ ପରୀକ୍ଷା ଶିବିର ଅନୁଷ୍ଠିତ
ବ୍ରହ୍ମପୁର: ଓଡ଼ିଶା ଗ୍ରାମୀଣ ବ୍ୟାଙ୍କର ପ୍ରତିଷ୍ଠା ଦିବସ ଅବସରରେ ବ୍ରହ୍ମପୁର ଆଞ୍ଚଳିକ କାର୍ଯ୍ୟାଳୟ ପକ୍ଷରୁ ବ୍ରହ୍ମପୁର ମ୍ୟୁନିସିପାଲିଟି ଶାଖା ପରିସରରେ ଏକ ବିଶାଳ ରକ୍ତଦାନ ଏବଂ ସ୍ୱାସ୍ଥ୍ୟ ପରୀକ୍ଷା ଶିବିର ଅନୁଷ୍ଠିତ ହୋଇଯାଇଛି। ଏହି ଶିବିରରୁ ମୋଟ ୨୦ ୟୁନିଟ୍ ରକ୍ତ ସଂଗ୍ରହ କରାଯାଇଥିବା ବେଳେ ପ୍ରାୟ ୬୦ ଜଣ ବ୍ୟକ୍ତିଙ୍କର ସ୍ୱାସ୍ଥ୍ୟ ପରୀକ୍ଷା କରାଯାଇଛି। ଏହି କାର୍ଯ୍ୟକ୍ରମରେ ବ୍ରହ୍ମପୁର ଆଞ୍ଚଳିକ ପ୍ରବନ୍ଧକ ଚନ୍ଦନ କୁମାର ମହାନ୍ତି ମୁଖ୍ୟ ଅତିଥି ଭାବେ ଯୋଗଦେଇ ରକ୍ତଦାତାମାନଙ୍କୁ ଉତ୍ସାହିତ କରିବା [...]
ନ୍ୟାୟ ସଂହିତା ପ୍ରଦର୍ଶନୀରେ ଓଡ଼ିଶା ପୋଲିସର ଐତିହାସିକ କପୋତ ସେବା ପ୍ରଦର୍ଶିତ
ଭୁବନେଶ୍ୱର: ଭୁବନେଶ୍ୱରସ୍ଥିତ ୟୁନିଟ୍–୩, IDCO ପ୍ରଦର୍ଶନୀ ପଡିଆରେ ଆୟୋଜିତ ‘ନ୍ୟାୟ ସଂହିତା ପ୍ରଦର୍ଶନୀ’ରେ ଆଜି ବିଶ୍ୱର ଏକମାତ୍ର କାର୍ଯ୍ୟକ୍ଷମ ଓଡ଼ିଶା ପୋଲିସ କପୋତ ସେବାର ପ୍ରଦର୍ଶନ କରାଯାଇଛି। ଏହି ଅବସରରେ ଭୁବନେଶ୍ୱରରୁ କଟକ ଅଭିମୁଖେ ଦୁଇଟି ଦଳରେ ୧୮ଟି ବେଲଜିୟମ ହୋମର ପାରାଙ୍କୁ ପଠାଯାଇଛି। ଏହି ପାରାମାନେ ନିଜ ଗୋଡ଼ରେ ବନ୍ଧାଯାଇଥିବା ଛୋଟ କ୍ୟାପସୁଲ ମାଧ୍ୟମରେ ଗୁରୁତ୍ୱପୂର୍ଣ୍ଣ ବାର୍ତ୍ତା ନେଇ ଆକାଶ ମାର୍ଗରେ ଗତି କରି ପୁରାତନ ‘ପିଜନ ପୋଷ୍ଟ’ର ସ୍ମୃତି ଚାରଣ କରିଛନ୍ତି। ଏହି ବେଲଜିୟମ [...]
