News Room Odisha
BREAKING
Odia

କେଜ୍ରିୱାଲଙ୍କ ଗିରଫଦାରୀ ମାମଲାରେ ଜର୍ମାନୀର ମନ୍ତବ୍ୟ ନେଇ ତୀବ୍ର ପ୍ରତିବାଦ ଜଣାଇଲା ଭାରତ

ନୂଆଦିଲ୍ଲୀ: ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲଙ୍କ ଗିରଫଦାରୀ ନେଇ ଜର୍ମାନୀର ବୈଦେଶିକ ମନ୍ତ୍ରଣାଳୟ ମୁଖପାତ୍ରଙ୍କ ମନ୍ତବ୍ୟରେ ଭାରତ ଆପତ୍ତି ପ୍ରକାଶ କରିଛି । ଭାରତ ଏନେଇ ଶନିବାର ସକାଳେ ଜର୍ମାନ ଦୂତାବାସର ଡେପୁଟି ଚିଫ୍ ଅଫ୍ ମିଶନ ଜର୍ଜ ଏନଜୱିଲରଙ୍କୁ ସମନ କରି ତୀବ୍ର ପ୍ରତିବାଦ ଜଣାଇଛି । ଜର୍ମାନୀର ବୈଦେଶିକ ମନ୍ତ୍ରଣାଳୟ ମୁଖପାତ୍ରଙ୍କ ମନ୍ତବ୍ୟ ଭାରତର ଆଭ୍ୟନ୍ତରୀଣ ମାମଲା ଓ ନ୍ୟାୟିକ ପ୍ରକ୍ରିୟାରେ ଅନାବଶ୍ୟକ ହସ୍ତକ୍ଷେପ ବୋଲି ଭାରତ କହିଛି। ଜର୍ମାନ ବୈଦେଶିକ ମନ୍ତ୍ରଣାଳୟର ଜଣେ [...]

Admin•March 23, 2024
Share Article:

ନୂଆଦିଲ୍ଲୀ: ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲଙ୍କ ଗିରଫଦାରୀ ନେଇ ଜର୍ମାନୀର ବୈଦେଶିକ ମନ୍ତ୍ରଣାଳୟ ମୁଖପାତ୍ରଙ୍କ ମନ୍ତବ୍ୟରେ ଭାରତ ଆପତ୍ତି ପ୍ରକାଶ କରିଛି । ଭାରତ ଏନେଇ ଶନିବାର ସକାଳେ ଜର୍ମାନ ଦୂତାବାସର ଡେପୁଟି ଚିଫ୍ ଅଫ୍ ମିଶନ ଜର୍ଜ ଏନଜୱିଲରଙ୍କୁ ସମନ କରି ତୀବ୍ର ପ୍ରତିବାଦ ଜଣାଇଛି । ଜର୍ମାନୀର ବୈଦେଶିକ ମନ୍ତ୍ରଣାଳୟ ମୁଖପାତ୍ରଙ୍କ ମନ୍ତବ୍ୟ ଭାରତର ଆଭ୍ୟନ୍ତରୀଣ ମାମଲା ଓ ନ୍ୟାୟିକ ପ୍ରକ୍ରିୟାରେ ଅନାବଶ୍ୟକ ହସ୍ତକ୍ଷେପ ବୋଲି ଭାରତ କହିଛି।

ଜର୍ମାନ ବୈଦେଶିକ ମନ୍ତ୍ରଣାଳୟର ଜଣେ ମୁଖପାତ୍ର ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲଙ୍କ ଗିରଫଦାରୀ ନେଇ ଚିନ୍ତା ପ୍ରକଟ କରିଥିଲେ । ସେ କହିଥିଲେ, ଏକ ଗଣତାନ୍ତ୍ରିକ ଦେଶ ଭାବେ ଆମେ ଆଶା କରୁଛୁ କେଜ୍ରିୱାଲଙ୍କ ମାମଲାରେ ନିରପେକ୍ଷ ଏବଂ ସଠିକ୍ ଶୁଣାଣି ହେବ।

ଭାରତୀୟ ବୈଦେଶିକ ମନ୍ତ୍ରଣାଳୟର ମୁଖପାତ୍ର ରଣଧୀର ଜୈସୱାଲ ସୋସିଆଲ ମିଡିଆ ସାଇଟ୍ ‘ଏକ୍ସ’ରେ ଏକ ବିବୃତ୍ତିରେ ଏହି ସୂଚନା ଦେଇଛନ୍ତି। ବିବୃତ୍ତି ଅନୁସାରେ, ଜର୍ମାନ ବୈଦେଶିକ ମନ୍ତ୍ରଣାଳୟର ମୁଖପାତ୍ରଙ୍କ ମନ୍ତବ୍ୟ ଭାରତର ନ୍ୟାୟିକ ପ୍ରକ୍ରିୟାରେ ହସ୍ତକ୍ଷେପ ଏବଂ ଏହା ଆମ ନ୍ୟାୟପାଳିକାର ସ୍ବାୟତ୍ତତାର‌ ଅପମାନ । ଆଇନର ଅନୁପାଳନ ସହ ଭାରତ ଏକ ଜୀବନ୍ତ ଓ ମଜଭୁତ ଗଣତନ୍ତ୍ର। ଭାରତ ଏବଂ ଅନ୍ୟ ଗଣତାନ୍ତ୍ରିକ ଦେଶ ଗୁଡ଼ିକରେ ସମସ୍ତ ଆଇନଗତ ମାମଲାରେ ଯେଉଁଭଳି ହୁଏ, ଏହି ମାମଲା (କେଜ୍ରିୱାଲ)ରେ ମଧ୍ୟ ଆଇନ ତାହାର ବାଟରେ ଯିବ । ଏହି ମାମଲାରେ ସମସ୍ତ ପକ୍ଷପାତପୂର୍ଣ୍ଣ ଧାରଣା ବେଶ୍ ଅନୁଚିତ ।

ଅବକାରୀ ଦୁର୍ନୀତି ମାମଲାରେ ଇଡି ଗୁରୁବାର ରାତିରେ କେଜ୍ରିୱାଲଙ୍କୁ ନୂଆଦିଲ୍ଲୀସ୍ଥିତ ତାଙ୍କ ବାସଭବନରୁ ଗିରଫ କରିଥିଲା। ଅଫିସରେ ଥିବାବେଳେ ଗିରଫ ହେବାରେ ଅରବିନ୍ଦ କେଜ୍ରିୱାଲ ହେଉଛନ୍ତି ଦେଶର ପ୍ରଥମ ମୁଖ୍ୟମନ୍ତ୍ରୀ। ତାଙ୍କ ଦଳ ଏହି ଗିରଫଦାରୀକୁ ବିଜେପିର ରାଜନୈତିକ ଷଡ଼ଯନ୍ତ୍ର ବୋଲି କହୁଛି।

ଗତ କିଛି ମାସ ମଧ୍ୟରେ ଇଡି ଝାଡ଼ଖଣ୍ଡର ମୁଖ୍ୟମନ୍ତ୍ରୀ ହେମନ୍ତ ସୋରେନଙ୍କ ସମେତ ଅନେକ ବିରୋଧୀ ଦଳ ନେତାଙ୍କୁ ଗିରଫ କରିଛି।

#Odia#Odisha#News
Share Article:

Related Articles