News Room Odisha
BREAKING
Odia

କେପଟାଉନରେ ବିଜୟ ସତ୍ତ୍ୱେ ଶୀର୍ଷ ମାନ୍ୟତା ହରାଇଲା ଭାରତ

ଦୁବାଇ: କେପଟାଉନରେ ୭ ୱିକେଟ୍ ବିଜୟ ସହ ଦକ୍ଷିଣ ଆଫ୍ରିକା ବିପକ୍ଷ ଦୁଇ ମ୍ୟାଚ୍ ବିଶିଷ୍ଟ ସିରିଜ୍ ଡ୍ର କରିବା ସତ୍ତ୍ୱେ ଶୁକ୍ରବାର ଜାରି ସଦ୍ୟତମ ଆଇସିସି ଟେଷ୍ଟ ମାନ୍ୟତାରେ ଭାରତ ଶୀର୍ଷ ସ୍ଥାନରୁ ପଦଚ୍ୟୁତ ହୋଇଛି । ଭାରତକୁ ହଟାଇ ଅଷ୍ଟ୍ରେଲିଆ ଏକ ନମ୍ବର ଦଳ ହୋଇଛି । ନିଜ ମାଟିରେ ପାକିସ୍ତାନ ବିପକ୍ଷ ତିନି ମ୍ୟାଚ୍ ବିଶିଷ୍ଟ ସିରିଜରେ ୨-୦ରେ ଅପରାଜେୟ ଅଗ୍ରଣୀ ସହାୟତାରେ ଟେଷ୍ଟ ର଼୍ୟାଙ୍କିଙ୍ଗରେ ପ୍ରଥମ ସ୍ଥାନ ହାସଲ କରିବାରେ ସଫଳ [...]

Admin•January 5, 2024
Share Article:

ଦୁବାଇ: କେପଟାଉନରେ ୭ ୱିକେଟ୍ ବିଜୟ ସହ ଦକ୍ଷିଣ ଆଫ୍ରିକା ବିପକ୍ଷ ଦୁଇ ମ୍ୟାଚ୍ ବିଶିଷ୍ଟ ସିରିଜ୍ ଡ୍ର କରିବା ସତ୍ତ୍ୱେ ଶୁକ୍ରବାର ଜାରି ସଦ୍ୟତମ ଆଇସିସି ଟେଷ୍ଟ ମାନ୍ୟତାରେ ଭାରତ ଶୀର୍ଷ ସ୍ଥାନରୁ ପଦଚ୍ୟୁତ ହୋଇଛି । ଭାରତକୁ ହଟାଇ ଅଷ୍ଟ୍ରେଲିଆ ଏକ ନମ୍ବର ଦଳ ହୋଇଛି । ନିଜ ମାଟିରେ ପାକିସ୍ତାନ ବିପକ୍ଷ ତିନି ମ୍ୟାଚ୍ ବିଶିଷ୍ଟ ସିରିଜରେ ୨-୦ରେ ଅପରାଜେୟ ଅଗ୍ରଣୀ ସହାୟତାରେ ଟେଷ୍ଟ ର଼୍ୟାଙ୍କିଙ୍ଗରେ ପ୍ରଥମ ସ୍ଥାନ ହାସଲ କରିବାରେ ସଫଳ ହୋଇଛି ଅଷ୍ଟ୍ରେଲିଆ । ସିରିଜର ତୃତୀୟ ମ୍ୟାଚ୍ ସମ୍ପ୍ରତି ସିଡନୀରେ ଖେଳାଯାଉଛି।

ଆଇସିସି କହିଛି, ପାକିସ୍ତାନ ବିପକ୍ଷ ଘରୋଇ ସିରିଜରେ ଭଲ ପ୍ରଦର୍ଶନ ଅଷ୍ଟ୍ରେଲିଆକୁ ପୁଣି ଏକ ନମ୍ବର ଟେଷ୍ଟ ଦଳ କରିବାରେ ସହାୟକ ହୋଇଛି । ଗତ ଥର ଅଷ୍ଟ୍ରେଲିଆ ଡବ୍ଲୁଟିସି ଫାଇନାଲ ଜିତିବା ପରେ ଅଳ୍ପ ସମୟ ପାଇଁ ଶୀର୍ଷରେ ରହିଥିଲା |

ଗତ ର଼୍ୟାଙ୍କିଙ୍ଗରେ ଉଭୟ ଭାରତ ଓ ଅଷ୍ଟ୍ରେଲିଆ ପାଖରେ ସମାନ ୧୧୮ ରେଟିଂ ପଏଣ୍ଟ ଥିଲା । ହେଲେ ଭାରତ ଦଶମିକ ପଏଣ୍ଟ ଆଧାରରେ ଆଗରେ ରହିଥିଲା । କିନ୍ତୁ ଦକ୍ଷିଣ ଆଫ୍ରିକା ସହ ଦୁଇ ମ୍ୟାଚ୍ ବିଶିଷ୍ଟ ସିରିଜ୍ ୧-୧ରେ ଡ୍ର ରଖିବା ପରେ ଭାରତୀୟ ଦଳ ଏବେ ଅଷ୍ଟ୍ରେଲିଆଠାରୁ ପଛରେ ପଡ଼ିଯାଇଛି।

ଆଇସିସି କହିଛି, “ଦକ୍ଷିଣ ଆଫ୍ରିକା ବିପକ୍ଷ ଦୁଇ ମ୍ୟାଚ୍ ବିଶିଷ୍ଟ ସିରିଜ୍ ୧-୧ରେ ଡ୍ର ହେବା ଏବଂ ଅଷ୍ଟ୍ରେଲିଆ ପାକିସ୍ତାନ ବିପକ୍ଷ ଦୁଇଟି ମ୍ୟାଚ୍ ଜିତିବା ସହ ପାଟ୍ କମିନ୍ସଙ୍କ ଦଳ ଟେଷ୍ଟ ମାନ୍ୟତାର ଶୀର୍ଷରେ ପହଞ୍ଚିଛି।

ଆଇସିସି ବିଶ୍ୱ ଟେଷ୍ଟ ଚାମ୍ପିୟନଶିପ ଫାଇନାଲ ଏବଂ ଆଇସିସି ପୁରୁଷ କ୍ରିକେଟ୍ ବିଶ୍ୱକପ ଜିତିଥିବା ଅଷ୍ଟ୍ରେଲିଆ ପାଇଁ ଏହା ହେଉଛି ବର୍ଷର ଆଉ ଏକ ବଡ଼ ସଫଳତା | ତେବେ କେପଟାଉନରେ ବିଜୟ ପରେ ଭାରତ ବିଶ୍ୱ ଟେଷ୍ଟ ଚାମ୍ପିଅନସିପ୍ ପଏଣ୍ଟ ଟେବୁଲ୍ ଶୀର୍ଷରେ ପହଞ୍ଚିଛି |

#Odia#Odisha#News
Share Article:

Related Articles