News Room Odisha
BREAKING
Odia

ପୁଣି ସଙ୍କଟ ମୋଚକ ସାଜିଲା ଭାରତୀୟ ନୌସେନା, ଆକ୍ରମଣର ଶିକାର‌ ଜାହାଜରୁ ୨୧ ଜଣଙ୍କୁ ଉଦ୍ଧାର କଲା

ନୂଆଦିଲ୍ଲୀ: ଭାରତୀୟ ନୌସେନା ପୁଣି ଥରେ ଆଡେନ୍ ଗଲ୍ଫରେ ଏକ ପଣ୍ୟବାହୀ ଜାହାଜକୁ ଉଦ୍ଧାର କରିଛି। ନୌସେନା ସୂଚନା ଅନୁଯାୟୀ ବାରବାଡୋସ୍ ପତାକା ଲାଗିଥିବା ଲାଇବେରିଆ ଜାହାଜକୁ ୟେମେନର ହୁତି ବିଦ୍ରୋହୀମାନେ କ୍ଷେପଣାସ୍ତ୍ର ଦ୍ୱାରା ଆକ୍ରମଣ କରିଥିଲେ। ଏହା ପରେ ଜାହାଜରେ ନିଆଁ ଲାଗିଯାଇଥିଲା। ଚାଳକ ଦଳର ୩ ଜଣ ସଦସ୍ୟଙ୍କ ମୃତ୍ୟୁ ହୋଇଥିବାବେଳେ ୬ ଜଣ ଆହତ ହୋଇଥିଲେ। ଜାହାଜରେ ଥିବା ୨୧ ଜଣଙ୍କୁ ଭାରତୀୟ ନୌସେନା ଉଦ୍ଧାର କରିଛି। ସେମାନଙ୍କ ମଧ୍ୟରେ ଜଣେ ଭାରତୀୟ [...]

Admin•March 7, 2024
Share Article:

ନୂଆଦିଲ୍ଲୀ: ଭାରତୀୟ ନୌସେନା ପୁଣି ଥରେ ଆଡେନ୍ ଗଲ୍ଫରେ ଏକ ପଣ୍ୟବାହୀ ଜାହାଜକୁ ଉଦ୍ଧାର କରିଛି। ନୌସେନା ସୂଚନା ଅନୁଯାୟୀ ବାରବାଡୋସ୍ ପତାକା ଲାଗିଥିବା ଲାଇବେରିଆ ଜାହାଜକୁ ୟେମେନର ହୁତି ବିଦ୍ରୋହୀମାନେ କ୍ଷେପଣାସ୍ତ୍ର ଦ୍ୱାରା ଆକ୍ରମଣ କରିଥିଲେ। ଏହା ପରେ ଜାହାଜରେ ନିଆଁ ଲାଗିଯାଇଥିଲା। ଚାଳକ ଦଳର ୩ ଜଣ ସଦସ୍ୟଙ୍କ ମୃତ୍ୟୁ ହୋଇଥିବାବେଳେ ୬ ଜଣ ଆହତ ହୋଇଥିଲେ। ଜାହାଜରେ ଥିବା ୨୧ ଜଣଙ୍କୁ ଭାରତୀୟ ନୌସେନା ଉଦ୍ଧାର କରିଛି। ସେମାନଙ୍କ ମଧ୍ୟରେ ଜଣେ ଭାରତୀୟ ଅଛନ୍ତି ।

ଆମେରିକାର ମିଡିଆ ସିଏନ୍ଏନ୍ ମୁତାବକ, ମାର୍ଚ୍ଚ ୬ରେ ‘ଟ୍ରୁ କନଫିଡେନ୍ସ’ ନାମକ ଜାହାଜ ଉପରେ ଆକ୍ରମଣ ହୋଇଥିଲା । ୟେମେନର ହୁତି ବିଦ୍ରୋହୀଙ୍କ ପକ୍ଷରୁ ଏହି ଆକ୍ରମଣ ହୋଇଥିଲା । ପ୍ରଥମ ଥର ଏପରି ଆକ୍ରମଣରେ ଲୋକ ପ୍ରାଣ ହରାଇଛନ୍ତି।

ଏହି ଉଦ୍ଧାର କାର୍ଯ୍ୟ ସମ୍ପର୍କରେ ନୌସେନା ମୁଖପାତ୍ର କମାଣ୍ଡର ବିବେକ ମାଧୱାଲ ସୂଚନା ଦେଇ ସେ କହିଛନ୍ତି, ଜାହାଜରେ ହୋଇଥିବା ଆକ୍ରମଣ ସମ୍ପର୍କରେ ସୂଚନା ପାଇବା ପରେ ଆଇଏନ୍ଏସ୍ କୋଲକାତାକୁ ଘଟଣାସ୍ଥଳକୁ ପଠାଯାଇଥିଲା। ଏଥିରେ ଥିବା ହେଲିକପ୍ଟର ଓ ଡଙ୍ଗା ସାହାଯ୍ୟରେ ଲୋକଙ୍କୁ ଉଦ୍ଧାର କରାଯାଇଥିଲା। ଡାକ୍ତରୀ ଦଳ ଆହତଙ୍କ ଚିକିତ୍ସା କରୁଛନ୍ତି।

#Odia#Odisha#News
Share Article:

Related Articles