ଆମେରିକାରେ ଆକ୍ରମଣର ଶିକାର ଭାରତୀୟ ମୂଳର ବ୍ୟକ୍ତିଙ୍କ ମୃତ୍ୟୁ
ୱାଶିଂଟନ୍: ଆମେରିକାରେ ଭାରତୀୟ ଓ ଭାରତୀୟ ମୂଳର ଲୋକଙ୍କ ଉପରେ ଆକ୍ରମଣର ଆଉ ଏକ ଘଟଣା ସାମ୍ନାକୁ ଆସିଛି। ୱାଶିଂଟନର ଏକ ରେସ୍ତୋରାଁ ବାହାରେ ଆକ୍ରମଣ ପରେ ଗୁରୁତର ଆହତ ହୋଇଥିବା ଜଣେ ୪୧ ବର୍ଷୀୟ ଭାରତୀୟ ନାଗରିକଙ୍କ ମୃତ୍ୟୁ ହୋଇଛି। ପୋଲିସ କହିଛି, ଫେବୃଆରୀ ୨ରେ ରାତି ପ୍ରାୟ ୨ଟା ସମୟରେ ଶୋଟୋ ରେସ୍ତୋରାଁ ବାହାରେ ‘ଫିଫ୍ଟିନ୍ଥ ଷ୍ଟ୍ରିଟ୍ ନର୍ଥଓ୍ବେଷ୍ଟ’ର ୧୧୦୦ ବ୍ଲକରେ ଏହି ଘଟଣା ସମ୍ପର୍କରେ ସୂଚନା ପାଇ ଅଧିକାରୀମାନେ ଘଟଣାସ୍ଥଳରେ ପହଞ୍ଚିଥିଲେ। ସେମାନେ [...]
ୱାଶିଂଟନ୍: ଆମେରିକାରେ ଭାରତୀୟ ଓ ଭାରତୀୟ ମୂଳର ଲୋକଙ୍କ ଉପରେ ଆକ୍ରମଣର ଆଉ ଏକ ଘଟଣା ସାମ୍ନାକୁ ଆସିଛି। ୱାଶିଂଟନର ଏକ ରେସ୍ତୋରାଁ ବାହାରେ ଆକ୍ରମଣ ପରେ ଗୁରୁତର ଆହତ ହୋଇଥିବା ଜଣେ ୪୧ ବର୍ଷୀୟ ଭାରତୀୟ ନାଗରିକଙ୍କ ମୃତ୍ୟୁ ହୋଇଛି।
ପୋଲିସ କହିଛି, ଫେବୃଆରୀ ୨ରେ ରାତି ପ୍ରାୟ ୨ଟା ସମୟରେ ଶୋଟୋ ରେସ୍ତୋରାଁ ବାହାରେ ‘ଫିଫ୍ଟିନ୍ଥ ଷ୍ଟ୍ରିଟ୍ ନର୍ଥଓ୍ବେଷ୍ଟ’ର ୧୧୦୦ ବ୍ଲକରେ ଏହି ଘଟଣା ସମ୍ପର୍କରେ ସୂଚନା ପାଇ ଅଧିକାରୀମାନେ ଘଟଣାସ୍ଥଳରେ ପହଞ୍ଚିଥିଲେ। ସେମାନେ ବିବେକ ତନେଜା ନାମକ ଜଣେ ଭାରତୀୟ ବ୍ୟକ୍ତିଙ୍କୁ ଗୁରୁତର ଅବସ୍ଥାରେ ଘଟଣାସ୍ଥଳରୁ ଉଦ୍ଧାର କରି ହସ୍ପିଟାଲରେ ଭର୍ତ୍ତି କରିଥିଲେ ।
ଗୁରୁତର ଆହତ ତନେଜାଙ୍କ ବୁଧବାର ଡାକ୍ତରଖାନାରେ ମୃତ୍ୟୁ ହୋଇଛି। ପୋଲିସ ଏହି ଘଟଣାର ତଦନ୍ତ କରି ଅଭିଯୁକ୍ତକୁ ଖୋଜୁଛି। ଅଭିଯୁକ୍ତଙ୍କ ଫୁଟେଜ୍ ସିସିଟିଭିରୁ ମିଳିଛି। ତନେଜା ଡାଇନାମୋ ଟେକ୍ନୋଲୋଜି ନାମକ କମ୍ପାନୀର ସହ ପ୍ରତିଷ୍ଠାତା ତଥା ଚେୟାରମ୍ୟାନ୍ ଥିଲେ।
ପ୍ରାଥମିକ ତଦନ୍ତରୁ ଜଣାପଡିଛି ଯେ ତନେଜା ଓ ଜଣେ ଅଜଣା ବ୍ୟକ୍ତିଙ୍କ ମଧ୍ୟରେ ଯୁକ୍ତିତର୍କ ହୋଇଥିଲା । ପରେ ଉଭୟଙ୍କ ମଧ୍ୟରେ ହାତାହାତି ହୋଇଥିଲା । ଅଭିଯୁକ୍ତ ତନେଜାଙ୍କୁ ତଳେ ପକାଇ ତାଙ୍କ ମୁଣ୍ଡକୁ ଫୁଟପାଥରେ ପିଟି ଦେଇଥିଲା ଅଭିଯୁକ୍ତ ।
ନିକଟରେ ଆମେରିକାର ଚିକାଗୋରେ ଭାରତୀୟ ଛାତ୍ର ସୟଦ ମଜହିର ଅଲିଙ୍କୁ ଡକାୟତମାନେ ମରଣାନ୍ତକ ଆକ୍ରମଣ କରିଥିଲେ। ଏହାପୂର୍ବରୁ ଜର୍ଜିଆର ଲିଥୋନିଆ ସହରରେ ଜଣେ ନିଶାସକ୍ତ ବ୍ଯକ୍ତି ୨୫ ବର୍ଷୀୟ ଭାରତୀୟ ଛାତ୍ର ବିବେକ ସାଇନିଙ୍କୁ ହାତୁଡ଼ିରେ ପିଟି ହତ୍ୟା କରିଥିଲା। ଚଳିତ ବର୍ଷ ଆମେରିକାରେ ଭାରତୀୟ ମୂଳର ଆଉ ଚାରି ଜଣ ଛାତ୍ରଙ୍କର ମୃତ୍ୟୁ ହୋଇଛି।
CM Naveen Patnaik Grieves the Demise of V. Sugnana Kumari Deo
Next ArticleFinance Minister Bikram Keshari Arukha Offers Condolences on the Death of V. Sugnana Kumari Deo
Related Articles
ପରିଚାଳନା କର୍ତ୍ତୃପକ୍ଷ ଓ ୟୁନିଅନ ମଧ୍ୟରେ ଆଲୋଚନା ବିଫଳ: ମୁଖ୍ୟ କାର୍ଯ୍ୟାଳୟ, ଆଞ୍ଚଳିକ କାର୍ଯ୍ୟାଳୟ ଓ ସମସ୍ତ ବ୍ଲକ ମୁଖ୍ୟାଳୟରେ ଘେରାଉ ଓ ବିକ୍ଷୋଭ
ବ୍ରହ୍ମପୁର: ଆସୋସିଏସନ୍ ଅଫ୍ ଓଡ଼ିଶା ଗ୍ରାମୀଣ ବ୍ୟାଙ୍କ ଅଫିସର୍ସ ଏବଂ ଓଡ଼ିଶା ଗ୍ରାମୀଣ ବ୍ୟାଙ୍କ ଏମ୍ପ୍ଲୟୀଜ୍ ଆସୋସିଏସନ୍ ର ମିଳିତ ଆନ୍ଦୋଳନ କାର୍ଯ୍ୟକ୍ରମ ଅନୁଯାୟୀ ଆଜି ସମଗ୍ର ଓଡ଼ିଶାରେ ବ୍ୟାଙ୍କର ମୁଖ୍ୟ କାର୍ଯ୍ୟାଳୟ, ସମସ୍ତ ଆଞ୍ଚଳିକ କାର୍ଯ୍ୟାଳୟ ଏବଂ ସମସ୍ତ ବ୍ଲକ ମୁଖ୍ୟାଳୟ ଶାଖା ସମ୍ମୁଖରେ ଅଧିକାରୀ ଓ କର୍ମଚାରୀମାନେ ଶାନ୍ତିପୂର୍ଣ୍ଣ ଘେରାଉ ଓ ବିକ୍ଷୋଭ ପ୍ରଦର୍ଶନ କରିଥିଲେ। ଗତ ୨୯ ଜୁଲାଇରେ ବ୍ୟାଙ୍କ ପରିଚାଳନା କର୍ତ୍ତୃପକ୍ଷ ଓ ପ୍ରତିନିଧି ୟୁନିଅନମାନଙ୍କ ମଧ୍ୟରେ ୨୦ ଦଫା ଦାବିପତ୍ର [...]
ଓଡ଼ିଶା ଗ୍ରାମୀଣ ବ୍ୟାଙ୍କ ପକ୍ଷରୁ ରକ୍ତଦାନ ଓ ସ୍ୱାସ୍ଥ୍ୟ ପରୀକ୍ଷା ଶିବିର ଅନୁଷ୍ଠିତ
ବ୍ରହ୍ମପୁର: ଓଡ଼ିଶା ଗ୍ରାମୀଣ ବ୍ୟାଙ୍କର ପ୍ରତିଷ୍ଠା ଦିବସ ଅବସରରେ ବ୍ରହ୍ମପୁର ଆଞ୍ଚଳିକ କାର୍ଯ୍ୟାଳୟ ପକ୍ଷରୁ ବ୍ରହ୍ମପୁର ମ୍ୟୁନିସିପାଲିଟି ଶାଖା ପରିସରରେ ଏକ ବିଶାଳ ରକ୍ତଦାନ ଏବଂ ସ୍ୱାସ୍ଥ୍ୟ ପରୀକ୍ଷା ଶିବିର ଅନୁଷ୍ଠିତ ହୋଇଯାଇଛି। ଏହି ଶିବିରରୁ ମୋଟ ୨୦ ୟୁନିଟ୍ ରକ୍ତ ସଂଗ୍ରହ କରାଯାଇଥିବା ବେଳେ ପ୍ରାୟ ୬୦ ଜଣ ବ୍ୟକ୍ତିଙ୍କର ସ୍ୱାସ୍ଥ୍ୟ ପରୀକ୍ଷା କରାଯାଇଛି। ଏହି କାର୍ଯ୍ୟକ୍ରମରେ ବ୍ରହ୍ମପୁର ଆଞ୍ଚଳିକ ପ୍ରବନ୍ଧକ ଚନ୍ଦନ କୁମାର ମହାନ୍ତି ମୁଖ୍ୟ ଅତିଥି ଭାବେ ଯୋଗଦେଇ ରକ୍ତଦାତାମାନଙ୍କୁ ଉତ୍ସାହିତ କରିବା [...]
ନ୍ୟାୟ ସଂହିତା ପ୍ରଦର୍ଶନୀରେ ଓଡ଼ିଶା ପୋଲିସର ଐତିହାସିକ କପୋତ ସେବା ପ୍ରଦର୍ଶିତ
ଭୁବନେଶ୍ୱର: ଭୁବନେଶ୍ୱରସ୍ଥିତ ୟୁନିଟ୍–୩, IDCO ପ୍ରଦର୍ଶନୀ ପଡିଆରେ ଆୟୋଜିତ ‘ନ୍ୟାୟ ସଂହିତା ପ୍ରଦର୍ଶନୀ’ରେ ଆଜି ବିଶ୍ୱର ଏକମାତ୍ର କାର୍ଯ୍ୟକ୍ଷମ ଓଡ଼ିଶା ପୋଲିସ କପୋତ ସେବାର ପ୍ରଦର୍ଶନ କରାଯାଇଛି। ଏହି ଅବସରରେ ଭୁବନେଶ୍ୱରରୁ କଟକ ଅଭିମୁଖେ ଦୁଇଟି ଦଳରେ ୧୮ଟି ବେଲଜିୟମ ହୋମର ପାରାଙ୍କୁ ପଠାଯାଇଛି। ଏହି ପାରାମାନେ ନିଜ ଗୋଡ଼ରେ ବନ୍ଧାଯାଇଥିବା ଛୋଟ କ୍ୟାପସୁଲ ମାଧ୍ୟମରେ ଗୁରୁତ୍ୱପୂର୍ଣ୍ଣ ବାର୍ତ୍ତା ନେଇ ଆକାଶ ମାର୍ଗରେ ଗତି କରି ପୁରାତନ ‘ପିଜନ ପୋଷ୍ଟ’ର ସ୍ମୃତି ଚାରଣ କରିଛନ୍ତି। ଏହି ବେଲଜିୟମ [...]
