News Room Odisha
BREAKING
Odia

ଇଂଲଣ୍ଡ ବିପକ୍ଷ ପ୍ରଥମ ଦୁଇଟି ଟେଷ୍ଟ ପାଇଁ ଭାରତୀୟ ଦଳ ଘୋଷଣା, ଧ୍ରୁବ ଜୁରେଲ ନୂଆ ମୁହଁ

ନୂଆଦିଲ୍ଲୀ: ଇଂଲଣ୍ଡ ବିପକ୍ଷ ଟେଷ୍ଟ ସିରିଜର ପ୍ରଥମ ଦୁଇଟି ମ୍ୟାଚ୍ ପାଇଁ ଭାରତୀୟ ଦଳ ଘୋଷଣା ହୋଇଛି। ୱିକେଟ୍ କିପର ବ୍ୟାଟ୍ସମ୍ୟାନ୍ ଧ୍ରୁଭ ଜୁରେଲଙ୍କୁ ପ୍ରଥମ ଥର ଭାରତୀୟ ଦଳରେ ସୁଯୋଗ ଦିଆଯାଇଛି। ରୋହିତ ଶର୍ମା ୧୬ ଜଣିଆ ଦଳର ନେତୃତ୍ୱ ନେବାକୁ ଥିବା ବେଳେ ଜସପ୍ରୀତ ବୁମରା ଉପଅଧିନାୟକ ହେବେ। ଗତ ବର୍ଷର ଦିନିକିଆ ବିଶ୍ୱକପ ସମୟରେ ଆଘାତପ୍ରାପ୍ତ ହୋଇଥିବା ଅଭିଜ୍ଞ ଦ୍ରୁତ ବୋଲର ମହମ୍ମଦ ସାମି ସମ୍ପୂର୍ଣ୍ଣ ସୁସ୍ଥ ହୋଇନଥିବାରୁ ତାଙ୍କୁ ଦଳରେ ସାମିଲ [...]

Admin•January 13, 2024
Share Article:

ନୂଆଦିଲ୍ଲୀ: ଇଂଲଣ୍ଡ ବିପକ୍ଷ ଟେଷ୍ଟ ସିରିଜର ପ୍ରଥମ ଦୁଇଟି ମ୍ୟାଚ୍ ପାଇଁ ଭାରତୀୟ ଦଳ ଘୋଷଣା ହୋଇଛି।

ୱିକେଟ୍ କିପର ବ୍ୟାଟ୍ସମ୍ୟାନ୍ ଧ୍ରୁଭ ଜୁରେଲଙ୍କୁ ପ୍ରଥମ ଥର ଭାରତୀୟ ଦଳରେ ସୁଯୋଗ ଦିଆଯାଇଛି। ରୋହିତ ଶର୍ମା ୧୬ ଜଣିଆ ଦଳର ନେତୃତ୍ୱ ନେବାକୁ ଥିବା ବେଳେ ଜସପ୍ରୀତ ବୁମରା ଉପଅଧିନାୟକ ହେବେ।

ଗତ ବର୍ଷର ଦିନିକିଆ ବିଶ୍ୱକପ ସମୟରେ ଆଘାତପ୍ରାପ୍ତ ହୋଇଥିବା ଅଭିଜ୍ଞ ଦ୍ରୁତ ବୋଲର ମହମ୍ମଦ ସାମି ସମ୍ପୂର୍ଣ୍ଣ ସୁସ୍ଥ ହୋଇନଥିବାରୁ ତାଙ୍କୁ ଦଳରେ ସାମିଲ କରାଯାଇ ନାହିଁ।

ନିକଟରେ ଦକ୍ଷିଣ ଆଫ୍ରିକା ଗସ୍ତରୁ ବି ବଞ୍ଚିତ ହୋଇଥିଲେ ସାମି । ଆହତ କାରଣରୁ କର୍ଣ୍ଣାଟକ ଦ୍ରୁତ ବୋଲର ପ୍ରସିଦ୍ଧ କ୍ରିଷ୍ଣା ନାମ ମଧ୍ୟ ବିଚାର କରାଯାଇନାହିଁ।

ପ୍ରଥମ ଟେଷ୍ଟ ଜାନୁଆରୀ ୨୫ରୁ ହାଇଦ୍ରାବାଦରେ ଆରମ୍ଭ ହେବାକୁ ଥିବାବେଳେ ଦ୍ୱିତୀୟ ଟେଷ୍ଟ ଫେବୃଆରୀ ୨ରୁ ବିଶାଖାପାଟନମରେ ଖେଳାଯିବ |

ଇଂଲଣ୍ଡ ବିପକ୍ଷ ପ୍ରଥମ ଦୁଇଟି ଟେଷ୍ଟ ପାଇଁ ଭାରତୀୟ ଟେଷ୍ଟ ଦଳ:

ରୋହିତ ଶର୍ମା (ଅଧିନାୟକ), ଶୁଭମାନ ଗିଲ, ଯଶସ୍ୱୀ ଜୈସୱାଲ, ବିରାଟ କୋହଲି, ଶ୍ରେୟସ ଆୟର, କେ.ଏଲ୍ ରାହୁଲ (ଡବ୍ଲୁକେ), କେ.ଏସ୍ ଭରତ (ଡବ୍ଲୁକେ), ଧ୍ରୁବ ଜୁରେଲ (ଡବ୍ଲୁକେ), ରବିଚନ୍ଦ୍ରନ୍ ଅଶ୍ୱିନ୍, ରବିନ୍ଦ୍ର ଜାଡେଜା, ଅକ୍ଷର ପଟେଲ, କୁଲଦୀପ ଯାଦବ, ମହମ୍ମଦ ସିରାଜ, ମୁକେଶ କୁମାର, ଜସପ୍ରୀତ ବୁମରା (ଉପଅଧିନାୟକ) ଓ ଆବେଶ ଖାନ।

#Odia#Odisha#News
Share Article:

Related Articles