News Room Odisha
BREAKING
Odia

ଇଂଲଣ୍ଡ ବିପକ୍ଷ ଶେଷ ତିନି ଟେଷ୍ଟ ପାଇଁ ଭାରତୀୟ ଦଳ ଘୋଷଣା: କୋହଲି, ଆୟର ବାଦ୍; ଜାଡେଜା-ରାହୁଲଙ୍କ ପ୍ରତ୍ୟାବର୍ତ୍ତନ

ନୂଆଦିଲ୍ଲୀ: ଇଂଲଣ୍ଡ ବିପକ୍ଷ ଅବଶିଷ୍ଟ ୩ଟି ଟେଷ୍ଟ ପାଇଁ ଶନିବାର ଭାରତୀୟ ଦଳ ଘୋଷଣା କରାଯାଇଛି । ବ୍ୟକ୍ତିଗତ କାରଣରୁ ପ୍ରଥମ ଦୁଇ ଟେଷ୍ଟ ଖେଳିନଥିବା ବିରାଟ କୋହଲି ପୂରା ସିରିଜରୁ‌ ବାହାର ହୋଇଯାଇଛନ୍ତି । ଆଘାତ କାରଣରୁ ଶ୍ରେୟସ୍ ଆୟର ମଧ୍ୟ ପରବର୍ତ୍ତୀ ୩ଟି ଟେଷ୍ଟ ଖେଳିବେନି । ତେବେ ରବୀନ୍ଦ୍ର ଜାଡେଜା ଓ କେ.ଏଲ୍ ରାହୁଲ ଫେରିଛନ୍ତି। ବିହାରର‌ ଦ୍ରୁତ ବୋଲର ଆକାଶ ଦୀପଙ୍କୁ ପ୍ରଥମ ଥର ଭାରତୀୟ ଦଳରେ ସାମିଲ କରାଯାଇଛି । [...]

Admin•February 10, 2024
Share Article:

ନୂଆଦିଲ୍ଲୀ: ଇଂଲଣ୍ଡ ବିପକ୍ଷ ଅବଶିଷ୍ଟ ୩ଟି ଟେଷ୍ଟ ପାଇଁ ଶନିବାର ଭାରତୀୟ ଦଳ ଘୋଷଣା କରାଯାଇଛି । ବ୍ୟକ୍ତିଗତ କାରଣରୁ ପ୍ରଥମ ଦୁଇ ଟେଷ୍ଟ ଖେଳିନଥିବା ବିରାଟ କୋହଲି ପୂରା ସିରିଜରୁ‌ ବାହାର ହୋଇଯାଇଛନ୍ତି । ଆଘାତ କାରଣରୁ ଶ୍ରେୟସ୍ ଆୟର ମଧ୍ୟ ପରବର୍ତ୍ତୀ ୩ଟି ଟେଷ୍ଟ ଖେଳିବେନି । ତେବେ ରବୀନ୍ଦ୍ର ଜାଡେଜା ଓ କେ.ଏଲ୍ ରାହୁଲ ଫେରିଛନ୍ତି। ବିହାରର‌ ଦ୍ରୁତ ବୋଲର ଆକାଶ ଦୀପଙ୍କୁ ପ୍ରଥମ ଥର ଭାରତୀୟ ଦଳରେ ସାମିଲ କରାଯାଇଛି ।

ଅନ୍ୟପକ୍ଷରେ ଜସପ୍ରୀତ ବୁମରା ମଧ୍ୟ ସିରିଜର ଅବଶିଷ୍ଟ ୩ଟି ମ୍ୟାଚ୍ ଖେଳିବେ। କାର୍ଯ୍ୟଭାର ପରିଚାଳନା ଦୃଷ୍ଟିରୁ ତାଙ୍କୁ ୨ଟି ଟେଷ୍ଟରୁ ବିଶ୍ରାମ ଦିଆଯାଇପାରେ ବୋଲି ଚର୍ଚ୍ଚା ହୋଇଥିଲା । ଶେଷ ୩ଟି ଟେଷ୍ଟ ରାଜକୋଟ, ରାଞ୍ଚି ଓ ଧର୍ମଶାଳାରେ ଖେଳାଯିବ।

ଗଣମାଧ୍ୟମ ରିପୋର୍ଟ ଅନୁଯାୟୀ, ଶୁକ୍ରବାର ସନ୍ଧ୍ୟାରେ ବିସିସିଆଇ ଚୟନ କମିଟି ବୈଠକ ଅନୁଷ୍ଠିତ ହୋଇଥିଲା। ଏହି ବୈଠକ ପୂର୍ବରୁ କୋହଲି ଶେଷ ତିନି ଟେଷ୍ଟ ପାଇଁ ମଧ୍ୟ ସେ ଉପଲବ୍ଧ ହୋଇପାରିବେ ନାହିଁ ବୋଲି ବିସିସିଆଇକୁ ଜଣାଇ ଦେଇଥିଲେ। କୋହଲି ୧୭ ଜାନୁଆରୀ ୨୦୨୪ରେ ଆଫଗାନିସ୍ତାନ ବିପକ୍ଷରେ ଶେଷ ଅନ୍ତର୍ଜାତୀୟ ମ୍ୟାଚ୍ ଖେଳିଥିଲେ। ବ୍ୟକ୍ତିଗତ କାରଣରୁ ସେ ସିରିଜର ପ୍ରଥମ ଦୁଇ ଟେଷ୍ଟ ଖେଳିପାରିନଥିଲେ । ତାଙ୍କ କ୍ୟାରିୟରରେ ପ୍ରଥମ ଥର ପାଇଁ କୋହଲି କୌଣସି ଘରୋଇ ଟେଷ୍ଟ ସିରିଜରେ ଖେଳୁ ନାହାଁନ୍ତି ।

ଆଘାତ କାରଣରୁ ଦ୍ୱିତୀୟ ଟେଷ୍ଟରୁ ବଞ୍ଚିତ ହେବା ପରେ ଅଲରାଉଣ୍ଡର ରବୀନ୍ଦ୍ର ଜାଡେଜା ଓ ବ୍ୟାଟ୍ସମ୍ୟାନ୍ କେଏଲ୍ ରାହୁଲଙ୍କୁ ଶେଷ ତିନି ଟେଷ୍ଟ ପାଇଁ ଦଳରେ ସାମିଲ କରାଯାଇଛି। ତେବେ ଉଭୟ ଫିଟ୍ ହେଲେ ହିଁ ପ୍ଲେଇଂ ୧୧ରେ ସାମିଲ ହେବେ ବୋଲି ବିସିସିଆଇ କହିଛି ।

ଭାରତ-ଇଂଲଣ୍ଡ ମଧ୍ୟରେ ପାଞ୍ଚ ମ୍ୟାଚ୍ ବିଶିଷ୍ଟ ଟେଷ୍ଟ ସିରିଜ୍ ୧-୧ ସ୍ଥିତିରେ ରହିଛି । ହାଇଦ୍ରାବାଦରେ ଅନୁଷ୍ଠିତ ପ୍ରଥମ ଟେଷ୍ଟକୁ ଇଂଲଣ୍ଡ ନାଟକୀୟ ଭାବେ ୨୮ ରନରେ ଜିତିଥିଲା। ତେବେ ବିଶାଖାପାଟନମରେ ଖେଳାଯାଇଥିବା ଦ୍ୱିତୀୟ ଟେଷ୍ଟରେ ଭାରତ ଜବରଦସ୍ତ ପ୍ରତ୍ୟାବର୍ତ୍ତନ ସହ ୧୦୬ ରନରେ ଜିତିଥିଲା। ତୃତୀୟ ଟେଷ୍ଟ ଫେବୃଆରୀ ୧୫ରୁ ରାଜକୋଟରେ ଖେଳାଯିବ | ଚତୁର୍ଥ ଟେଷ୍ଟ ଫେବୃଆରୀ ୨୩ରୁ ରାଞ୍ଚିରେ ଓ ପଞ୍ଚମ ଟେଷ୍ଟ ମାର୍ଚ୍ଚ ୭ରୁ ଧର୍ମଶାଳାରେ ଅନୁଷ୍ଠିତ ହେବ ।

ଶେଷ ୩ଟି ଟେଷ୍ଟ ପାଇଁ ଭାରତୀୟ ଦଳ:

ରୋହିତ ଶର୍ମା (ଅଧିନାୟକ), ଯଶସ୍ୱୀ ଜୈସୱାଲ, ଶୁଭମାନ ଗିଲ୍, କେଏଲ୍ ରାହୁଲ, ରଜତ ପାଟିଦାର, ସରଫରାଜ ଖାନ, କେ.ଏସ୍ ଭରତ (ୱିକେଟ୍ କିପର), ଧ୍ରୁବ ଜୁରେଲ (ୱିକେଟ୍ କିପର), ରବିନ୍ଦ୍ର ଜାଡେଜା, ରବିଚନ୍ଦ୍ରନ୍ ଅଶ୍ୱିନ୍, ଅକ୍ଷର ପଟେଲ, କୁଲଦୀପ ଯାଦବ ଜସପ୍ରୀତ ବୁମରା, ମହମ୍ମଦ ସିରାଜ, ମୁକେଶ କୁମାର ଓ ଆକାଶ ଦୀପ।

#Odia#Odisha#News
Share Article:

Related Articles