News Room Odisha
BREAKING
Odia

ସାଧାରଣତନ୍ତ୍ର ଦିବସ ପରେଡରେ ଭାରତର ସାମରିକ କ୍ଷମତା ଓ ନାରୀ ଶକ୍ତିର ପ୍ରଦର୍ଶନ

ନୂଆଦିଲ୍ଲୀ: ଭାରତ ଶୁକ୍ରବାର ୭୫ ତମ ସାଧାରଣତନ୍ତ୍ର ଦିବସ ପାଳନ କରିଛି । ଏହି ଅବସରରେ କର୍ତ୍ତବ୍ୟପଥରେ ଆୟୋଜିତ ପରେଡରେ ଭାରତ ନିଜ ନାରୀଶକ୍ତି ଓ ସାମରିକ କ୍ଷମତାର ପ୍ରଦର୍ଶନ କରିଛି । ସାଧାରଣତନ୍ତ୍ର ଦିବସ ସମାରୋହରେ ମୁଖ୍ୟ ଅତିଥି ଫ୍ରାନ୍ସର ରାଷ୍ଟ୍ରପତି ଇମାନୁଏଲ୍ ମାକ୍ରୋନଙ୍କ ସହ ପୂରା ବିଶ୍ୱ ଭାରତର ସୈନ୍ୟ ଶକ୍ତି ଓ ସାଂସ୍କୃତିକ ବିଭବର ସାକ୍ଷୀ ପାଲଟିଥିଲେ । ଦେଶର ‘ନାରୀ ଶକ୍ତି’ର ପ୍ରତିଫଳିନ ସ୍ବରୂପ ପ୍ରଥମ ଥର ପାଇଁ ସେନାର ସମସ୍ତ [...]

Admin•January 26, 2024
Share Article:

ନୂଆଦିଲ୍ଲୀ: ଭାରତ ଶୁକ୍ରବାର ୭୫ ତମ ସାଧାରଣତନ୍ତ୍ର ଦିବସ ପାଳନ କରିଛି । ଏହି ଅବସରରେ କର୍ତ୍ତବ୍ୟପଥରେ ଆୟୋଜିତ ପରେଡରେ ଭାରତ ନିଜ ନାରୀଶକ୍ତି ଓ ସାମରିକ କ୍ଷମତାର ପ୍ରଦର୍ଶନ କରିଛି । ସାଧାରଣତନ୍ତ୍ର ଦିବସ ସମାରୋହରେ ମୁଖ୍ୟ ଅତିଥି ଫ୍ରାନ୍ସର ରାଷ୍ଟ୍ରପତି ଇମାନୁଏଲ୍ ମାକ୍ରୋନଙ୍କ ସହ ପୂରା ବିଶ୍ୱ ଭାରତର ସୈନ୍ୟ ଶକ୍ତି ଓ ସାଂସ୍କୃତିକ ବିଭବର ସାକ୍ଷୀ ପାଲଟିଥିଲେ ।

ଦେଶର ‘ନାରୀ ଶକ୍ତି’ର ପ୍ରତିଫଳିନ ସ୍ବରୂପ ପ୍ରଥମ ଥର ପାଇଁ ସେନାର ସମସ୍ତ ତିନି ସେବାର ମହିଳା ଫୋର୍ସ କର୍ତ୍ତବ୍ୟପଥ ରାସ୍ତାରେ ମାର୍ଚ୍ଚପାଷ୍ଟ କରିଥିଲେ ।

ସାଧାରଣତନ୍ତ୍ର ପରେଡ୍ ଇତିହାସରେ ପ୍ରଥମ ଥର ପାଇଁ ପାରମ୍ପରିକ ସୈନ୍ୟ ବ୍ୟାଣ୍ଡ୍ ପରିବର୍ତ୍ତେ ୧୦୦ ମହିଳାଙ୍କ ଦ୍ବାରା ଶଙ୍ଖ, ନାଦସ୍ବରମ୍ ଏବଂ ନଗାଡ଼ା ଭଳି ଭାରତୀୟ ବାଦ୍ୟଯନ୍ତ୍ର ବାଦନ ସହ ପରେଡର ଶୁଭାରମ୍ଭ ହୋଇଥିଲା । ଏହାଛଡ଼ା ପରେଡରେ ଓଡ଼ିଶା ସହ ବିଭିନ୍ନ ରାଜ୍ୟର ଆକର୍ଷଣୀୟ ପ୍ରଜ୍ଞାପନ ମେଢ଼ ମନ ମୋହିଥିଲା ।

ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଅଭିବାଦନ ଗ୍ରହଣ କରିବା ପରେ ପରେଡ୍ ଆରମ୍ଭ ହୋଇଥିଲା। ସେ ଏବଂ ମାକ୍ରୋନ୍, ଭାରତୀୟ ରାଷ୍ଟ୍ରପତିଙ୍କ ଅଙ୍ଗରକ୍ଷୀଙ୍କ ସହ ଏକ ‘ପାରମ୍ପାରିକ ବଗି’ରେ କର୍ତ୍ତବ୍ୟପଥରେ ପହଞ୍ଚିଥିଲେ।

ଜାତୀୟ ରାଜଧାନୀର ହୃଦୟରେ ଥିବା କର୍ତ୍ତବ୍ୟପଥରେ ଆୟୋଜିତ ପରେଡରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ, ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହ, ଅନ୍ୟାନ୍ୟ କେନ୍ଦ୍ର ମନ୍ତ୍ରୀ, ଦେଶର ବରିଷ୍ଠ ସେନାଧିକାରୀ, ବୈଦେଶିକ କୂଟନୀତିଜ୍ଞ ଏବଂ ବରିଷ୍ଠ ଅଧିକାରୀମାନେ ଉପସ୍ଥିତ ଥିଲେ।

#Odia#Odisha#News
Share Article:

Related Articles