News Room Odisha
BREAKING
Odia

ଫ୍ରାନ୍ସ ପରେ ମରିସସ୍ ଓ ଶ୍ରୀଲଙ୍କାରେ ଆରମ୍ଭ ହେଲା ଭାରତର ‘ୟୁପିଆଇ’ ସେବା

ନୂଆଦିଲ୍ଲୀ: ଭାରତର ୟୁନିଫାଏଡ୍ ପେମେଣ୍ଟ ଇଣ୍ଟରଫେସ୍ (ୟୁପିଆଇ) ସେବା ଏବେ ବିଦେଶରେ ଲୋକପ୍ରିୟ ହେବାରେ ଲାଗିଛି। ଫ୍ରାନ୍ସ ପରେ ଶ୍ରୀଲଙ୍କା ଓ ମରିସସ୍ ଏହି ଭାରତୀୟ ଡିଜିଟାଲ ପେମେଣ୍ଟ ମାଧ୍ୟମକୁ ଆପଣାଇଛନ୍ତି । ସୋମବାର ଭାରତର ଏହି ଦୁଇ ପଡ଼ୋଶୀ ଦେଶରେ ୟୁପିଆଇ ସେବାର‌ ଶୁଭାରମ୍ଭ ହୋଇଛି। ଏକ ଅନଲାଇନ୍ କାର୍ଯ୍ୟକ୍ରମରେ ମରିସସ୍ ଓ ଶ୍ରୀଲଙ୍କାରେ ୟୁପିଆଇ ସେବାର ଶୁଭାରମ୍ଭ ହୋଇଛି । ଏହି କାର୍ଯ୍ୟକ୍ରମରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ, ଶ୍ରୀଲଙ୍କା ରାଷ୍ଟ୍ରପତି ରାନିଲ ୱିକ୍ରମେସିଂହେ ଏବଂ [...]

Admin•February 12, 2024
Share Article:

ନୂଆଦିଲ୍ଲୀ: ଭାରତର ୟୁନିଫାଏଡ୍ ପେମେଣ୍ଟ ଇଣ୍ଟରଫେସ୍ (ୟୁପିଆଇ) ସେବା ଏବେ ବିଦେଶରେ ଲୋକପ୍ରିୟ ହେବାରେ ଲାଗିଛି। ଫ୍ରାନ୍ସ ପରେ ଶ୍ରୀଲଙ୍କା ଓ ମରିସସ୍ ଏହି ଭାରତୀୟ ଡିଜିଟାଲ ପେମେଣ୍ଟ ମାଧ୍ୟମକୁ ଆପଣାଇଛନ୍ତି । ସୋମବାର ଭାରତର ଏହି ଦୁଇ ପଡ଼ୋଶୀ ଦେଶରେ ୟୁପିଆଇ ସେବାର‌ ଶୁଭାରମ୍ଭ ହୋଇଛି।

ଏକ ଅନଲାଇନ୍ କାର୍ଯ୍ୟକ୍ରମରେ ମରିସସ୍ ଓ ଶ୍ରୀଲଙ୍କାରେ ୟୁପିଆଇ ସେବାର ଶୁଭାରମ୍ଭ ହୋଇଛି । ଏହି କାର୍ଯ୍ୟକ୍ରମରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ, ଶ୍ରୀଲଙ୍କା ରାଷ୍ଟ୍ରପତି ରାନିଲ ୱିକ୍ରମେସିଂହେ ଏବଂ ମରିସସ୍ ପ୍ରଧାନମନ୍ତ୍ରୀ ପ୍ରବୀଣ ଜଗନ୍ନାଥ ଯୋଗ ଦେଇଥିଲେ। ଏହି ଅବସରରେ ମୋଦୀ କହିଛନ୍ତି, ମୁଁ ନିଶ୍ଚିତ ଯେ ୟୁପିଆଇ ସିଷ୍ଟମରୁ ଶ୍ରୀଲଙ୍କା ଏବଂ ମରିସସ୍ ଉପକୃତ ହେବେ। ଭାରତରେ ଡିଜିଟାଲ ଭିତ୍ତିଭୂମିରେ ବୈପ୍ଳବିକ ପରିବର୍ତ୍ତନ ଆସିଛି। ‘ପଡୋଶୀ ପ୍ରଥମ’ ନୀତି ଉପରେ ଭାରତର ପ୍ରାଥମିକତା ସମ୍ପର୍କରେ ମଧ୍ୟ ଉଲ୍ଲେଖ କରିଥିଲେ ମୋଦୀ ।

ଶ୍ରୀଲଙ୍କା ଏବଂ ମରିସସରେ ୟୁପିଆଇ ସେବାର ଶୁଭାରମ୍ଭ ଦ୍ବାରା ଏହି ଦୁଇ ଦେଶ ଯାତ୍ରା କରୁଥିବା ଭାରତୀୟ ନାଗରିକ ଓ ଭାରତ ଯାତ୍ରା କରୁଥିବା ଏହି ଉଭୟ ଦେଶର ନାଗରିକଙ୍କ ପାଇଁ ୟୁପିଆଇ ସେବା ଉପଲବ୍ଧ ହେବ ବୋଲି ପ୍ରଧାନମନ୍ତ୍ରୀ ମୋଦୀ କହିଛନ୍ତି ।

ନ୍ୟାସନାଲ ପେମେଣ୍ଟ କର୍ପୋରେସନ୍ ଅଫ୍ ଇଣ୍ଡିଆ (ଏନପିସିଆଇ) ଦ୍ୱାରା ବିକଶିତ ‘ୟୁପିଆଇ’ ହେଉଛି ମୋବାଇଲ୍ ଫୋନ୍ ମାଧ୍ୟମରେ ଏକ ତ୍ୱରିତ ରିଅଲ୍ ଟାଇମ୍ ପେମେଣ୍ଟ ପ୍ରଣାଳୀ | ୟୁପିଆଇ ମାଧ୍ୟମରେ ସମ୍ପୃକ୍ତ ବ୍ୟାଙ୍କ ଆକାଉଣ୍ଟ ସହ ଲିଙ୍କ୍ ହୋଇଥିବା ମୋବାଇଲ୍ ନମ୍ବର ମାଧ୍ୟମରେ ଗୋଟିଏ ବ୍ୟାଙ୍କରୁ ଆଉ ଗୋଟିଏ ବ୍ୟାଙ୍କକୁ ସହଜରେ ଟଙ୍କା ପଠାଯାଇ ପାରିବ । ଭାରତରେ ୨୦୧୬ରେ ଏହି ପେମେଣ୍ଟ ସେବା ଆରମ୍ଭ ହୋଇଥିଲା ।

#Odia#Odisha#News
Share Article:

Related Articles