ରନୱେରେ ବସି ଯାତ୍ରୀମାନଙ୍କ ଖାଇବା ଘଟଣା, ଇଣ୍ଡିଗୋ ଏୟାରଲାଇନକୁ ନୋଟିସ୍
ମୁମ୍ବାଇ: ମୁମ୍ବାଇ ବିମାନବନ୍ଦର ରନୱେରେ ବସି ଯାତ୍ରୀମାନେ ଖାଉଥିବା ଦୃଶ୍ୟ ଭାଇରାଲ୍ ପରେ ଇଣ୍ଡିଗୋ ଏୟାରଲାଇନର ଅଡ଼ୁଆ ବଢ଼ିଛି । ଏହି ମାମଲାରେ ବେସାମରିକ ବିମାନ ଚଳାଚଳ ମନ୍ତ୍ରଣାଳୟ ଇଣ୍ଡିଗୋ ଓ ମୁମ୍ବାଇ ବିମାନବନ୍ଦରକୁ କାରଣ ଦର୍ଶାଅ ନୋଟିସ୍ ଜାରି କରିଛି । ଗୋଆରୁ ଦିଲ୍ଲୀ ଅଭିମୁଖେ ଯାଉଥିବା ଏକ ଇଣ୍ଡିଗୋ ବିମାନ ୧୨ ଘଣ୍ଟା ବିଳମ୍ବ ପରେ ମୁମ୍ବାଇ ଯାଇଥିଲା । ଫ୍ଲାଇଟ୍ ବିଳମ୍ବ ଯୋଗୁଁ ଯାତ୍ରୀମାନଙ୍କୁ ବହୁ ଅସୁବିଧା ହୋଇଥିଲା। ଯାତ୍ରୀମାନେ ବାଧ୍ୟ ହୋଇ [...]
ମୁମ୍ବାଇ: ମୁମ୍ବାଇ ବିମାନବନ୍ଦର ରନୱେରେ ବସି ଯାତ୍ରୀମାନେ ଖାଉଥିବା ଦୃଶ୍ୟ ଭାଇରାଲ୍ ପରେ ଇଣ୍ଡିଗୋ ଏୟାରଲାଇନର ଅଡ଼ୁଆ ବଢ଼ିଛି । ଏହି ମାମଲାରେ ବେସାମରିକ ବିମାନ ଚଳାଚଳ ମନ୍ତ୍ରଣାଳୟ ଇଣ୍ଡିଗୋ ଓ ମୁମ୍ବାଇ ବିମାନବନ୍ଦରକୁ କାରଣ ଦର୍ଶାଅ ନୋଟିସ୍ ଜାରି କରିଛି ।
ଗୋଆରୁ ଦିଲ୍ଲୀ ଅଭିମୁଖେ ଯାଉଥିବା ଏକ ଇଣ୍ଡିଗୋ ବିମାନ ୧୨ ଘଣ୍ଟା ବିଳମ୍ବ ପରେ ମୁମ୍ବାଇ ଯାଇଥିଲା । ଫ୍ଲାଇଟ୍ ବିଳମ୍ବ ଯୋଗୁଁ ଯାତ୍ରୀମାନଙ୍କୁ ବହୁ ଅସୁବିଧା ହୋଇଥିଲା। ଯାତ୍ରୀମାନେ ବାଧ୍ୟ ହୋଇ ରନୱେରେ ବସି ଖାଦ୍ୟ ଖାଇଥିଲେ ।
ଏହି ଦୃଶ୍ୟର ଭିଡ଼ିଓ ସୋସିଆଲ ମିଡିଆରେ ଭାଇରାଲ ହୋଇଥିଲା । ଭିଡ଼ିଓରେ ଯାତ୍ରୀମାନେ ରନୱେରେ ତଳେ ବସି ଖାଉଥିବା ଦେଖିବାକୁ ମିଳୁଛି | ହେବା ପରେ ବେସାମରିକ ବିମାନ ଚଳାଚଳ ମନ୍ତ୍ରଣାଳୟ ଏହି ପଦକ୍ଷେପ ନେଇଛି।
ଏହି ଘଟଣା ପାଇଁ ଇଣ୍ଡିଗୋ ଯାତ୍ରୀମାନଙ୍କୁ କ୍ଷମା ମାଗିଛି । କମ୍ପାନୀ କହିଛି, ଜାନୁଆରୀ ୧୪ରେ ଗୋଆ-ଦିଲ୍ଲୀ ଇଣ୍ଡିଗୋ ବିମାନ ୬ଇ-୨୧୯୫ ସମ୍ବନ୍ଧୀୟ ଘଟଣା ସମ୍ପର୍କରେ ଆମେ ଅବଗତ ଅଛୁ । ଦିଲ୍ଲୀର ଭିଜବିଲିଟି କମ୍ ଥିବାରୁ ଏହି ବିମାନ ମୁମ୍ବାଇକୁ ପଠାଯାଇଥିଲା। କମ୍ପାନୀ ବର୍ତ୍ତମାନ ଘଟଣାର ତଦନ୍ତ କରୁଛି।
ଏହା ପୂର୍ବରୁ ଉଡ଼ାଣ ବିଳମ୍ବରେ ଉତ୍ତ୍ୟକ୍ତ ହୋଇ ଜଣେ ଯାତ୍ରୀ ଇଣ୍ଡିଗୋ ବିମାନର କ୍ୟାପଟେନଙ୍କୁ ମାଡ଼ ମାରିଥିଲେ । ଏହି ଘଟଣା ରବିବାର ସନ୍ଧ୍ୟାରେ ଦିଲ୍ଲୀ ବିମାନ ବନ୍ଦରରେ ଇଣ୍ଡିଗୋର ଦିଲ୍ଲୀ-ଗୋଆ ବିମାନରେ ଘଟିଥିଲା।
ଏପରି ଅବ୍ୟବସ୍ଥା ନେଇ ଯାତ୍ରୀମାନଙ୍କ ଅସନ୍ତୋଷ ପରେ ବେସାମରିକ ବିମାନ ଚଳାଚଳ ନିୟନ୍ତ୍ରକ ଡିଜିସିଏ ସବୁ ଏୟାରଲାଇନ୍ ପାଇଁ ଏସ୍ଓପି ଜାରି କରିଛି । ଫ୍ଲାଇଟ୍ ବିଳମ୍ବ ସମ୍ପର୍କରେ ସଠିକ୍ ସୂଚନା ହ୍ବାଟସଆପ୍ କିମ୍ବା ଏମ୍ଏମ୍ଏସ୍ ମାଧ୍ୟମରେ ଯାତ୍ରୀ ମାନଙ୍କୁ ଆଗୁଆ ଦେବାକୁ ନିର୍ଦ୍ଦେଶ ଦେଇଛି ଡିଜିସିଏ ।
Deadline for Online Registration for BSKY Nabin Card Extended
Next Articleସାମାଜିକ ଗଣମାଧ୍ୟମରେ ଟ୍ରେଣ୍ଡ କରୁଛି ‘ଶ୍ରୀମନ୍ଦିର ଖୁସି, ଓଡ଼ିଶା ଖୁସି’
Related Articles
ପରିଚାଳନା କର୍ତ୍ତୃପକ୍ଷ ଓ ୟୁନିଅନ ମଧ୍ୟରେ ଆଲୋଚନା ବିଫଳ: ମୁଖ୍ୟ କାର୍ଯ୍ୟାଳୟ, ଆଞ୍ଚଳିକ କାର୍ଯ୍ୟାଳୟ ଓ ସମସ୍ତ ବ୍ଲକ ମୁଖ୍ୟାଳୟରେ ଘେରାଉ ଓ ବିକ୍ଷୋଭ
ବ୍ରହ୍ମପୁର: ଆସୋସିଏସନ୍ ଅଫ୍ ଓଡ଼ିଶା ଗ୍ରାମୀଣ ବ୍ୟାଙ୍କ ଅଫିସର୍ସ ଏବଂ ଓଡ଼ିଶା ଗ୍ରାମୀଣ ବ୍ୟାଙ୍କ ଏମ୍ପ୍ଲୟୀଜ୍ ଆସୋସିଏସନ୍ ର ମିଳିତ ଆନ୍ଦୋଳନ କାର୍ଯ୍ୟକ୍ରମ ଅନୁଯାୟୀ ଆଜି ସମଗ୍ର ଓଡ଼ିଶାରେ ବ୍ୟାଙ୍କର ମୁଖ୍ୟ କାର୍ଯ୍ୟାଳୟ, ସମସ୍ତ ଆଞ୍ଚଳିକ କାର୍ଯ୍ୟାଳୟ ଏବଂ ସମସ୍ତ ବ୍ଲକ ମୁଖ୍ୟାଳୟ ଶାଖା ସମ୍ମୁଖରେ ଅଧିକାରୀ ଓ କର୍ମଚାରୀମାନେ ଶାନ୍ତିପୂର୍ଣ୍ଣ ଘେରାଉ ଓ ବିକ୍ଷୋଭ ପ୍ରଦର୍ଶନ କରିଥିଲେ। ଗତ ୨୯ ଜୁଲାଇରେ ବ୍ୟାଙ୍କ ପରିଚାଳନା କର୍ତ୍ତୃପକ୍ଷ ଓ ପ୍ରତିନିଧି ୟୁନିଅନମାନଙ୍କ ମଧ୍ୟରେ ୨୦ ଦଫା ଦାବିପତ୍ର [...]
ଓଡ଼ିଶା ଗ୍ରାମୀଣ ବ୍ୟାଙ୍କ ପକ୍ଷରୁ ରକ୍ତଦାନ ଓ ସ୍ୱାସ୍ଥ୍ୟ ପରୀକ୍ଷା ଶିବିର ଅନୁଷ୍ଠିତ
ବ୍ରହ୍ମପୁର: ଓଡ଼ିଶା ଗ୍ରାମୀଣ ବ୍ୟାଙ୍କର ପ୍ରତିଷ୍ଠା ଦିବସ ଅବସରରେ ବ୍ରହ୍ମପୁର ଆଞ୍ଚଳିକ କାର୍ଯ୍ୟାଳୟ ପକ୍ଷରୁ ବ୍ରହ୍ମପୁର ମ୍ୟୁନିସିପାଲିଟି ଶାଖା ପରିସରରେ ଏକ ବିଶାଳ ରକ୍ତଦାନ ଏବଂ ସ୍ୱାସ୍ଥ୍ୟ ପରୀକ୍ଷା ଶିବିର ଅନୁଷ୍ଠିତ ହୋଇଯାଇଛି। ଏହି ଶିବିରରୁ ମୋଟ ୨୦ ୟୁନିଟ୍ ରକ୍ତ ସଂଗ୍ରହ କରାଯାଇଥିବା ବେଳେ ପ୍ରାୟ ୬୦ ଜଣ ବ୍ୟକ୍ତିଙ୍କର ସ୍ୱାସ୍ଥ୍ୟ ପରୀକ୍ଷା କରାଯାଇଛି। ଏହି କାର୍ଯ୍ୟକ୍ରମରେ ବ୍ରହ୍ମପୁର ଆଞ୍ଚଳିକ ପ୍ରବନ୍ଧକ ଚନ୍ଦନ କୁମାର ମହାନ୍ତି ମୁଖ୍ୟ ଅତିଥି ଭାବେ ଯୋଗଦେଇ ରକ୍ତଦାତାମାନଙ୍କୁ ଉତ୍ସାହିତ କରିବା [...]
ନ୍ୟାୟ ସଂହିତା ପ୍ରଦର୍ଶନୀରେ ଓଡ଼ିଶା ପୋଲିସର ଐତିହାସିକ କପୋତ ସେବା ପ୍ରଦର୍ଶିତ
ଭୁବନେଶ୍ୱର: ଭୁବନେଶ୍ୱରସ୍ଥିତ ୟୁନିଟ୍–୩, IDCO ପ୍ରଦର୍ଶନୀ ପଡିଆରେ ଆୟୋଜିତ ‘ନ୍ୟାୟ ସଂହିତା ପ୍ରଦର୍ଶନୀ’ରେ ଆଜି ବିଶ୍ୱର ଏକମାତ୍ର କାର୍ଯ୍ୟକ୍ଷମ ଓଡ଼ିଶା ପୋଲିସ କପୋତ ସେବାର ପ୍ରଦର୍ଶନ କରାଯାଇଛି। ଏହି ଅବସରରେ ଭୁବନେଶ୍ୱରରୁ କଟକ ଅଭିମୁଖେ ଦୁଇଟି ଦଳରେ ୧୮ଟି ବେଲଜିୟମ ହୋମର ପାରାଙ୍କୁ ପଠାଯାଇଛି। ଏହି ପାରାମାନେ ନିଜ ଗୋଡ଼ରେ ବନ୍ଧାଯାଇଥିବା ଛୋଟ କ୍ୟାପସୁଲ ମାଧ୍ୟମରେ ଗୁରୁତ୍ୱପୂର୍ଣ୍ଣ ବାର୍ତ୍ତା ନେଇ ଆକାଶ ମାର୍ଗରେ ଗତି କରି ପୁରାତନ ‘ପିଜନ ପୋଷ୍ଟ’ର ସ୍ମୃତି ଚାରଣ କରିଛନ୍ତି। ଏହି ବେଲଜିୟମ [...]
