News Room Odisha
BREAKING
Odia

ନିର୍ବାଚନ ପୂର୍ବରୁ ଆଜି ଅନ୍ତରୀଣ ବଜେଟ୍, କ୍ରମାଗତ ଷଷ୍ଠ ଥର ବଜେଟ୍ ଉପସ୍ଥାପନ କରିବେ ନିର୍ମଳା ସୀତାରମଣ

ନୂଆଦିଲ୍ଲୀ: ସାଧାରଣ ନିର୍ବାଚନ ପୂର୍ବରୁ ଗୁରୁବାର ସଂସଦରେ ଉପସ୍ଥାପିତ ହେବ ଅନ୍ତରୀଣ ବଜେଟ୍ । ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ କ୍ରମାଗତ ଷଷ୍ଠ ଥର ପାଇଁ ବଜେଟ୍ ଉପସ୍ଥାପନ କରିବେ । ଏହା ସହିତ ତାଙ୍କ ନାମରେ ଏକାଧିକ ରେକର୍ଡ ଯୋଡି ହୋଇଯିବ | ଲଗାତାର ପାଞ୍ଚଟି ପୂର୍ଣ୍ଣାଙ୍ଗ ବଜେଟ୍ ଏବଂ ଗୋଟିଏ ଅନ୍ତରୀଣ ବଜେଟ୍ ଉପସ୍ଥାପନ କରିବାରେ ସୀତାରମଣ ମୋରାରଜୀ ଦେଶାଇଙ୍କ ରେକର୍ଡର ସମକକ୍ଷ ହେବେ | ନିର୍ବାଚନ ପାଖେଇ ଆସୁଥିବାରୁ ଅନ୍ତରୀଣ ବଜେଟରେ ସବୁ ବର୍ଗକୁ [...]

Admin•February 1, 2024
Share Article:

ନୂଆଦିଲ୍ଲୀ: ସାଧାରଣ ନିର୍ବାଚନ ପୂର୍ବରୁ ଗୁରୁବାର ସଂସଦରେ ଉପସ୍ଥାପିତ ହେବ ଅନ୍ତରୀଣ ବଜେଟ୍ । ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ କ୍ରମାଗତ ଷଷ୍ଠ ଥର ପାଇଁ ବଜେଟ୍ ଉପସ୍ଥାପନ କରିବେ । ଏହା ସହିତ ତାଙ୍କ ନାମରେ ଏକାଧିକ ରେକର୍ଡ ଯୋଡି ହୋଇଯିବ | ଲଗାତାର ପାଞ୍ଚଟି ପୂର୍ଣ୍ଣାଙ୍ଗ ବଜେଟ୍ ଏବଂ ଗୋଟିଏ ଅନ୍ତରୀଣ ବଜେଟ୍ ଉପସ୍ଥାପନ କରିବାରେ ସୀତାରମଣ ମୋରାରଜୀ ଦେଶାଇଙ୍କ ରେକର୍ଡର ସମକକ୍ଷ ହେବେ | ନିର୍ବାଚନ ପାଖେଇ ଆସୁଥିବାରୁ ଅନ୍ତରୀଣ ବଜେଟରେ ସବୁ ବର୍ଗକୁ ଖୁସି କଲାଭଳି ଘୋଷଣା ହୋଇପାରେ। ଲୋକସଭା ନିର୍ବାଚନ ପୂର୍ବରୁ ଅନ୍ତରୀଣ ବଜେଟରେ ମୋଦୀ ସରକାର ଲୋକାଭିମୁଖୀ ଯୋଜନା ମାଧ୍ୟମରେ ଭୋଟରଙ୍କୁ ଆକର୍ଷିତ କରିବାକୁ ଉଦ୍ୟମ କରିବେ। ସରକାର ବିଶେଷକରି ମଧ୍ୟବିତ୍ତ, କୃଷକ ଏବଂ ଅଣସଂଗଠିତ କ୍ଷେତ୍ରର ଶ୍ରମିକଙ୍କୁ ଟାର୍ଗେଟ କରିପାରନ୍ତି ।

ସାଧାରଣତଃ ଅନ୍ତରୀଣ ବଜେଟରେ ପ୍ରମୁଖ ନୀତିଗତ ଘୋଷଣା ହୁଏନାହିଁ, କିନ୍ତୁ ଅର୍ଥନୀତି ସମ୍ମୁଖୀନ ହେଉଥିବା ସମସ୍ୟାର ମୁକାବିଲା ପାଇଁ ସରକାର ଆବଶ୍ୟକ ପଦକ୍ଷେପ ନେଇପାରନ୍ତି।

ସୀତାରମଣ ହେଉଛନ୍ତି ପ୍ରଥମ ପୂର୍ଣ୍ଣକାଳୀନ ମହିଳା ଅର୍ଥମନ୍ତ୍ରୀ, ଯିଏକି ଜୁଲାଇ ୨୦୧୯ ଠାରୁ ପାଞ୍ଚଟି ପୂର୍ଣ୍ଣାଙ୍ଗ ବଜେଟ୍ ଉପସ୍ଥାପନ କରିଛନ୍ତି । ଗୁରୁବାର ସେ ଲେଖାନୁଦାନ ଅର୍ଥାତ୍ ଅନ୍ତରୀଣ ବଜେଟ୍ ଉପସ୍ଥାପନ କରିବେ। ଏଥିସହ ମନମୋହନ ସିଂ, ଅରୁଣ ଜେଟଲୀ, ପି ଚିଦାମ୍ବରମ୍ ଏବଂ ଯଶବନ୍ତ ସିହ୍ନାଙ୍କ ଭଳି ପୂର୍ବତନ ଅର୍ଥମନ୍ତ୍ରୀଙ୍କ ରେକର୍ଡକୁ ପଛରେ ପକାଇବେ ସୀତାରମଣ। ଏହି ନେତାମାନେ କ୍ରମାଗତ ପାଞ୍ଚଟି ବଜେଟ୍ ଉପସ୍ଥାପନ କରିଥିଲେ। ଅର୍ଥମନ୍ତ୍ରୀ ଭାବେ ମୋରାରଜୀ ଦେଶାଇ ୧୯୫୯-୧୯୬୪ ମଧ୍ୟରେ ପାଞ୍ଚଟି ପୂର୍ଣ୍ଣାଙ୍ଗ ବଜେଟ୍ ଏବଂ ଗୋଟିଏ ଅନ୍ତରୀଣ ବଜେଟ୍ ଉପସ୍ଥାପନ କରିଥିଲେ |

ମୋଦୀ ସରକାର ୨୦୧୯ ସାଧାରଣ ନିର୍ବାଚନ ପରେ ନିଜ ଦ୍ୱିତୀୟ ପାଳିରେ ଅର୍ଥ ବିଭାଗର ଦାୟିତ୍ୱ ସୀତାରମଣଙ୍କୁ ଦେଇଥିଲେ। ବଜେଟ୍ ଉପସ୍ଥାପନ କରିବାରେ ଇନ୍ଦିରା ଗାନ୍ଧୀଙ୍କ ପରେ ସେ ଦ୍ୱିତୀୟ ମହିଳା ହୋଇଥିଲେ। ୧୯୭୦-୭୧ ଆର୍ଥିକ ବର୍ଷ ପାଇଁ ଇନ୍ଦିରା ଗାନ୍ଧୀ ବଜେଟ୍ ଉପସ୍ଥାପନ କରିଥିଲେ।

#Odia#Odisha#News
Share Article:

Related Articles