News Room Odisha
BREAKING
Odia

ପାକିସ୍ତାନର ଆତଙ୍କବାଦୀ ଆଡ୍ଡା ଉପରେ ଇରାନର ମିସାଇଲ୍ ମାଡ଼

ତେହେରାନ୍: ପାକିସ୍ତାନରେ ଥିବା ଆତଙ୍କବାଦୀ ଆଡ୍ଡା ଉପରେ ମିସାଇଲ୍ ମାଡ଼ କରିଛି ଇରାନ। ଇରାନର ଗଣମାଧ୍ୟମ ରିପୋର୍ଟ ଅନୁଯାୟୀ ଇରାନର ରିଭୋଲ୍ୟୁସାରୀ ଗାର୍ଡ ‘ଜୈଶୁଲ ଅଦଲ’ ନାମକ ଆତଙ୍କବାଦୀ ସଂଗଠନ ଉପରେ ଏୟାର ଷ୍ଟ୍ରାଇକ୍ କରିଛି। ଏହି ଆତଙ୍କବାଦୀ ସଂଗଠନ ନିକଟରେ ଇରାନର ସୁରକ୍ଷା ବାହିନୀ ଉପରେ ଆକ୍ରମଣ କରିଥିଲା। ଏହି ଆକ୍ରମଣର ପ୍ରତିଶୋଧ ନେବାକୁ ଇରାନ ପାକିସ୍ତାନରେ ଥିବା ସମ୍ପୃକ୍ତ ଆତଙ୍କବାଦୀ ସଂଗଠନକୁ ଟାର୍ଗେଟ୍ କରିଛି। ଇରାନ ଗଣମାଧ୍ୟମ ମୁତାବକ ଡ୍ରୋନ୍ ଏବଂ କ୍ଷେପଣାସ୍ତ୍ର ଏହି [...]

Admin•January 17, 2024
Share Article:

ତେହେରାନ୍: ପାକିସ୍ତାନରେ ଥିବା ଆତଙ୍କବାଦୀ ଆଡ୍ଡା ଉପରେ ମିସାଇଲ୍ ମାଡ଼ କରିଛି ଇରାନ। ଇରାନର ଗଣମାଧ୍ୟମ ରିପୋର୍ଟ ଅନୁଯାୟୀ ଇରାନର ରିଭୋଲ୍ୟୁସାରୀ ଗାର୍ଡ ‘ଜୈଶୁଲ ଅଦଲ’ ନାମକ ଆତଙ୍କବାଦୀ ସଂଗଠନ ଉପରେ ଏୟାର ଷ୍ଟ୍ରାଇକ୍ କରିଛି।

ଏହି ଆତଙ୍କବାଦୀ ସଂଗଠନ ନିକଟରେ ଇରାନର ସୁରକ୍ଷା ବାହିନୀ ଉପରେ ଆକ୍ରମଣ କରିଥିଲା। ଏହି ଆକ୍ରମଣର ପ୍ରତିଶୋଧ ନେବାକୁ ଇରାନ ପାକିସ୍ତାନରେ ଥିବା ସମ୍ପୃକ୍ତ ଆତଙ୍କବାଦୀ ସଂଗଠନକୁ ଟାର୍ଗେଟ୍ କରିଛି। ଇରାନ ଗଣମାଧ୍ୟମ ମୁତାବକ ଡ୍ରୋନ୍ ଏବଂ କ୍ଷେପଣାସ୍ତ୍ର ଏହି ଆକ୍ରମଣ କରାଯାଇଛି।

ଇରାନର ଆକ୍ରମଣ ପରେ ପାକିସ୍ତାନ ତୀବ୍ର ପ୍ରତିକ୍ରିୟା ପ୍ରକାଶ କରିଛି । ଏହାର ପରିଣାମ ଭୟଙ୍କର ବୋଲି ଇରଆନକଉ ଚେତାବନୀ ଦେଇଛି ପାକିସ୍ତାନ ।

ଦିନକ ପୂର୍ବରୁ ଇରାକ ଏବଂ ସିରିଆରେ ବି ଆତଙ୍କୀ ଆଡ୍ଡା ଉପରେ ମିସାଇଲ ଆକ୍ରମଣର କରିଥିଲା ଇରାନ ସେନା । ଏହାର ଦିନକ ପରେ ପାକିସ୍ତାନ ଉପରେ ଏୟାର ଷ୍ଟ୍ରାଇକ୍ କରିଛି ଇରାନ । ଆତଙ୍କବାଦୀ ସଂଗଠନ ଜୈଶୁଲ ଅଦାଲ ଏହା ପୂର୍ବରୁ ପାକିସ୍ତାନ ସହ ସୀମାବର୍ତ୍ତୀ ଅଞ୍ଚଳରେ ଇରାନର ସୁରକ୍ଷା ବାହିନୀ ଉପରେ ଆକ୍ରମଣ କରିଥିଲା ।

#Odia#Odisha#News
Share Article:

Related Articles