News Room Odisha
BREAKING
Odia

ଦ୍ବିତୀୟ ଟେଷ୍ଟରୁ ଜାଡେଜା, ରାହୁଲ ବାଦ୍, ସରଫରାଜ୍ ଖାନଙ୍କୁ ଡ଼ାକରା

ହାଇଦ୍ରାବାଦ: ଭାରତୀୟ ଅଲରାଉଣ୍ଡର ରବୀନ୍ଦ୍ର ଜାଡେଜା ଓ ବ୍ୟାଟ୍ସମ୍ୟାନ୍ ଲୋକେଶ ରାହୁଲ ଫେବୃଆରୀ ୨ରୁ ବିଶାଖାପାଟନମରେ ଆରମ୍ଭ ହେଉଥିବା ଇଂଲଣ୍ଡ ବିପକ୍ଷ ଦ୍ୱିତୀୟ ଟେଷ୍ଟରେ ଖେଳିବେ ନାହିଁ। ପ୍ରଥମ ଟେଷ୍ଟ ବେଳେ ଜାଡେଜାଙ୍କ ଗୋଡରେ ମାଂସପେଶୀ ଆଘାତ ଲାଗିଥିବା ବେଳେ ରାହୁଲ ତାଙ୍କ ଡାହାଣ ଜଙ୍ଘରେ ଯନ୍ତ୍ରଣା ଅନୁଭବ କରିଥିଲେ। ଉଭୟ ଖେଳାଳି ଦ୍ୱିତୀୟ ଟେଷ୍ଟରୁ ବାଦ୍ ପଡ଼ିଛନ୍ତି ବୋଲି ବିସିସିଆଇ ଏକ ପ୍ରେସ ବିଜ୍ଞପ୍ତିରେ କହିଛି।ବିସିସିଆଇ ମେଡିକାଲ ଟିମ୍ ଉଭୟ ଖେଳାଳିଙ୍କ ଉପରେ ନଜର ରଖିଛି। [...]

Admin•January 30, 2024
Share Article:

ହାଇଦ୍ରାବାଦ: ଭାରତୀୟ ଅଲରାଉଣ୍ଡର ରବୀନ୍ଦ୍ର ଜାଡେଜା ଓ ବ୍ୟାଟ୍ସମ୍ୟାନ୍ ଲୋକେଶ ରାହୁଲ ଫେବୃଆରୀ ୨ରୁ ବିଶାଖାପାଟନମରେ ଆରମ୍ଭ ହେଉଥିବା ଇଂଲଣ୍ଡ ବିପକ୍ଷ ଦ୍ୱିତୀୟ ଟେଷ୍ଟରେ ଖେଳିବେ ନାହିଁ। ପ୍ରଥମ ଟେଷ୍ଟ ବେଳେ ଜାଡେଜାଙ୍କ ଗୋଡରେ ମାଂସପେଶୀ ଆଘାତ ଲାଗିଥିବା ବେଳେ ରାହୁଲ ତାଙ୍କ ଡାହାଣ ଜଙ୍ଘରେ ଯନ୍ତ୍ରଣା ଅନୁଭବ କରିଥିଲେ। ଉଭୟ ଖେଳାଳି ଦ୍ୱିତୀୟ ଟେଷ୍ଟରୁ ବାଦ୍ ପଡ଼ିଛନ୍ତି ବୋଲି ବିସିସିଆଇ ଏକ ପ୍ରେସ ବିଜ୍ଞପ୍ତିରେ କହିଛି।ବିସିସିଆଇ ମେଡିକାଲ ଟିମ୍ ଉଭୟ ଖେଳାଳିଙ୍କ ଉପରେ ନଜର ରଖିଛି।

ଦ୍ୱିତୀୟ ଟେଷ୍ଟ ପାଇଁ ଚୟନ କମିଟି ମୁମ୍ବାଇର ଯୁବ ବ୍ୟାଟ୍ସମ୍ୟାନ୍ ସରଫରାଜ ଖାନଙ୍କ ସହ ବାମହାତୀ ସ୍ପିନର ସୌରଭ କୁମାର ଏବଂ ଅଲରାଉଣ୍ଡର ୱାଶିଂଟନ୍ ସୁନ୍ଦରଙ୍କୁ ଭାରତୀୟ ଦଳରେ ସାମିଲ କରିଛନ୍ତିି।

ହାଇଦ୍ରାବାଦରେ ଖେଳାଯାଇଥିବା ପ୍ରଥମ ଟେଷ୍ଟରେ ୨୮ ରନରେ ପରାଜୟ ପରେ ଭାରତ ପାଞ୍ଚ ମ୍ୟାଚ୍ ବିଶିଷ୍ଟ ସିରିଜରେ ୦-୧ରେ ପଛୁଆ ରହିଛି।

ଇଂଲଣ୍ଡ ବିପକ୍ଷ ଦ୍ୱିତୀୟ ଟେଷ୍ଟ ପାଇଁ ଭାରତୀୟ ଦଳ:

ରୋହିତ ଶର୍ମା (ଅଧିନାୟକ), ଶୁଭମାନ ଗିଲ୍, ଯଶସ୍ୱୀ ଜୈସୱାଲ, ଶ୍ରେୟାସ ଆୟର, କେ.ଏସ୍ ଭରତ, ଧ୍ରୁବ ଜୁରେଲ, ରବିଚନ୍ଦ୍ରନ ଅଶ୍ୱିନ, ଅକ୍ଷର ପଟେଲ, କୁଲଦୀପ ଯାଦବ, ମହମ୍ମଦ ସିରାଜ, ମୁକେଶ କୁମାର, ଜଶପ୍ରୀତ ବୁମରା, ରଜତ ପାଟିଦାର, ସରଫରାଜ ଖାନ୍, ୱାଶିଂଟନ୍ ସୁନ୍ଦର ଏବଂ ସୌରଭ କୁମାର |

#Odia#Odisha#News
Share Article:

Related Articles