News Room Odisha
BREAKING
Odia

ଇଡି ବିରୋଧରେ ଏଫ୍ଆଇଆର୍ ଦେଲେ ଝାଡ଼ଖଣ୍ଡ ମୁଖ୍ୟମନ୍ତ୍ରୀ

ରାଞ୍ଚି: ତାଙ୍କ ଦିଲ୍ଲୀ ବାସଭବନରେ ହୋଇଥିବା ତଲାସି ନେଇ ଝାଡଖଣ୍ଡ ମୁଖ୍ୟମନ୍ତ୍ରୀ ହେମନ୍ତ ସୋରେନ୍ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ (ଇଡି)ର ବରିଷ୍ଠ ଅଧିକାରୀଙ୍କ ବିରୋଧରେ ଏସସି /ଏସଟି ଦଫାରେ ଏଫ୍ଆଇଆର୍ ରୁଜୁ କରିଛନ୍ତି। ରାଞ୍ଚିର ବରିଷ୍ଠ ପୋଲିସ ଅଧୀକ୍ଷକ ଚନ୍ଦନ କୁମାର ସିହ୍ନା କହିଛନ୍ତି, କିଛି ବରିଷ୍ଠ ଇଡି ଅଧିକାରୀଙ୍କ ବିରୋଧରେ ଏଫ୍ଆଇଆର୍ ଦାୟର କରାଯାଇଛି । ଆମେ ମୁଖ୍ୟମନ୍ତ୍ରୀଙ୍କ ଆବେଦନ ଗ୍ରହଣ କରିଛୁ। ସିହ୍ନା ଏହି ଏଫ୍ଆଇଆର୍ ସମ୍ବନ୍ଧରେ ଆଉ କୌଣସି ତଥ୍ୟ ପ୍ରଦାନ କରିନାହାଁନ୍ତି। ସୋମବାର [...]

Admin•January 31, 2024
Share Article:

ରାଞ୍ଚି: ତାଙ୍କ ଦିଲ୍ଲୀ ବାସଭବନରେ ହୋଇଥିବା ତଲାସି ନେଇ ଝାଡଖଣ୍ଡ ମୁଖ୍ୟମନ୍ତ୍ରୀ ହେମନ୍ତ ସୋରେନ୍ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ (ଇଡି)ର ବରିଷ୍ଠ ଅଧିକାରୀଙ୍କ ବିରୋଧରେ ଏସସି /ଏସଟି ଦଫାରେ ଏଫ୍ଆଇଆର୍ ରୁଜୁ କରିଛନ୍ତି।

ରାଞ୍ଚିର ବରିଷ୍ଠ ପୋଲିସ ଅଧୀକ୍ଷକ ଚନ୍ଦନ କୁମାର ସିହ୍ନା କହିଛନ୍ତି, କିଛି ବରିଷ୍ଠ ଇଡି ଅଧିକାରୀଙ୍କ ବିରୋଧରେ ଏଫ୍ଆଇଆର୍ ଦାୟର କରାଯାଇଛି । ଆମେ ମୁଖ୍ୟମନ୍ତ୍ରୀଙ୍କ ଆବେଦନ ଗ୍ରହଣ କରିଛୁ। ସିହ୍ନା ଏହି ଏଫ୍ଆଇଆର୍ ସମ୍ବନ୍ଧରେ ଆଉ କୌଣସି ତଥ୍ୟ ପ୍ରଦାନ କରିନାହାଁନ୍ତି।

ସୋମବାର ଏକ ଇଡି ଟିମ୍ ସୋରେନଙ୍କ ଦିଲ୍ଲୀ ବାସଭବନରେ ତଲାସି କରିଥିଲା । ଝାଡଖଣ୍ଡର ଜମି ଦୁର୍ନୀତି ମାମଲାରେ ସୋରେନଙ୍କୁ ପଚରାଉଚରା କରିବା ପାଇଁ ପ୍ରାୟ ୧୩ ଘଣ୍ଟା ସେଠାରେ ଅପେକ୍ଷା କରିଥିଲେ।ସୋରେନଙ୍କ ଦିଲ୍ଲୀ ବାସଭବନରୁ ଇଡି ଟିମ୍ ୩୬ ଲକ୍ଷ ନଗଦ, ଏକ ଏସୟୁଭି ଏବଂ କିଛି ଆପତ୍ତିଜନକ ଦଲିଲ ଜବତ କରିଥିଲା।

ଜମି ଦୁର୍ନୀତି ମାମଲାରେ ଇଡି ଅଧିକାରୀମାନେ ସୋରେନଙ୍କୁ ଆଜି ତାଙ୍କ ରାଞ୍ଚି ନିବାସରେ ପଚରାଉଚରା କରୁଛନ୍ତି।

#Odia#Odisha#News
Share Article:

Related Articles