News Room Odisha
BREAKING
Odia

ଦେଶରେ କରୋନାର ଜେଏନ୍.୧ ସବ୍ ଭାରିଆଣ୍ଟ୍ ମାମଲା ୧୦୦୦ ଟପିଲା

ନୂଆଦିଲ୍ଲୀ: ଦେଶରେ କରୋନା ଜେଏନ୍.୧ ସବ୍ ଭାରିଆଣ୍ଟର ମାମଲା ୧୦୦୦ ଟପିଛି । ଏହି ଭାରିଆଣ୍ଟ୍ ରିପୋର୍ଟ ହୋଇଥିବା ୧୭ଟି ରାଜ୍ୟ ତାଲିକାରେ ଏବେ ଉତ୍ତର ପ୍ରଦେଶ ବି ସାମିଲ ହୋଇଛି । କେନ୍ଦ୍ର ସରକାରଙ୍କ ‘ଇଣ୍ଡିଆନ ସାର୍ସ କୋଭ୍-୨ ଜେନୋମିକ୍ସ କନ୍ସୋର୍ଟିୟମ୍ (ଆଇଏନ୍ଏସ୍ଏସିଓଜି)’ ଏହି ସୂଚନା ଦେଇଛି। ଆଇଏନ୍ଏସ୍ଏସିଓଜି ତଥ୍ୟ ଅନୁଯାୟୀ କର୍ଣ୍ଣାଟକରେ ସର୍ବାଧିକ ୨୧୪ ଜେଏନ୍.୧ ମାମଲା ରିପୋର୍ଟ ହୋଇଥିବାବେଳେ ମହାରାଷ୍ଟ୍ରରେ ୧୭୦, କେରଳରେ ୧୫୪, ଆନ୍ଧ୍ରପ୍ରଦେଶରେ ୧୮୯, ଗୁଜରାଟରେ ୭୬ ଏବଂ ଗୋଆରେ [...]

Admin•January 12, 2024
Share Article:

ନୂଆଦିଲ୍ଲୀ: ଦେଶରେ କରୋନା ଜେଏନ୍.୧ ସବ୍ ଭାରିଆଣ୍ଟର ମାମଲା ୧୦୦୦ ଟପିଛି । ଏହି ଭାରିଆଣ୍ଟ୍ ରିପୋର୍ଟ ହୋଇଥିବା ୧୭ଟି ରାଜ୍ୟ ତାଲିକାରେ ଏବେ ଉତ୍ତର ପ୍ରଦେଶ ବି ସାମିଲ ହୋଇଛି । କେନ୍ଦ୍ର ସରକାରଙ୍କ ‘ଇଣ୍ଡିଆନ ସାର୍ସ କୋଭ୍-୨ ଜେନୋମିକ୍ସ କନ୍ସୋର୍ଟିୟମ୍ (ଆଇଏନ୍ଏସ୍ଏସିଓଜି)’ ଏହି ସୂଚନା ଦେଇଛି।

ଆଇଏନ୍ଏସ୍ଏସିଓଜି ତଥ୍ୟ ଅନୁଯାୟୀ କର୍ଣ୍ଣାଟକରେ ସର୍ବାଧିକ ୨୧୪ ଜେଏନ୍.୧ ମାମଲା ରିପୋର୍ଟ ହୋଇଥିବାବେଳେ ମହାରାଷ୍ଟ୍ରରେ ୧୭୦, କେରଳରେ ୧୫୪, ଆନ୍ଧ୍ରପ୍ରଦେଶରେ ୧୮୯, ଗୁଜରାଟରେ ୭୬ ଏବଂ ଗୋଆରେ ୬୬ ଜଣ ରୋଗୀ ଚିହ୍ନଟ ହୋଇଛନ୍ତି।

ତେଲେଙ୍ଗାନା ଏବଂ ରାଜସ୍ଥାନରେ ଜେଏନ୍.୧ ଭାରିଆଣ୍ଟର ୩୨-୩୨ ମାମଲା ରିପୋର୍ଟ ହୋଇଛି। ଛତିଶଗଡରେ ଏହି ଭାରିଆଣ୍ଟର ୨୫, ତାମିଲନାଡୁରେ ୨୧, ଦିଲ୍ଲୀରେ ୧୬, ଉତ୍ତର ପ୍ରଦେଶରେ ୬, ହରିୟାଣାରେ ୫, ଓଡିଶାରେ ୩, ପଶ୍ଚିମବଙ୍ଗରେ ୨ ଏବଂ ଉତ୍ତରାଖଣ୍ଡର ଜଣେ ବ୍ୟକ୍ତି କୋଭିଡ୍-୧୯ର ଏହି ପ୍ରଜାତି ଦ୍ୱାରା ଆକ୍ରାନ୍ତ ହୋଇଛନ୍ତି।

ଏଯାବତ୍ ଦେଶର ୧୬ଟି ରାଜ୍ୟ ତଥା କେନ୍ଦ୍ର ଶାସିତ ଅଞ୍ଚଳରେ ଜେଏନ୍ ମାମଲା ମିଳିଛି। ବର୍ତ୍ତମାନ ସୁଦ୍ଧା ଦେଶରେ ଏହି ଭାରିଆଣ୍ଟର ମୋଟ ୧୦୧୩ ମାମଲା ଚିହ୍ନଟ ହୋଇଛି |

#Odia#Odisha#News
Share Article:

Related Articles