News Room Odisha
BREAKING
Odia

ଭଦ୍ରକ ଲୋକସଭା କ୍ଷେତ୍ରରେ କାର୍ତ୍ତିକ ପାଣ୍ଡିଆନଙ୍କ ପ୍ରଚାର : ତୃତୀୟ ପର୍ଯ୍ୟାୟ ସୁଦ୍ଧା ବିଜେଡି ସଂଖ୍ୟାଗରିଷ୍ଠତା ପାଇଥିବା ଦାବି

ଭୁବନେଶ୍ବର – ବିଜୁ ଜନତା ଦଳର ବରିଷ୍ଠ ନେତା କାର୍ତ୍ତିକ ପାଣ୍ଡିଆନ ଆଜି ଭଦ୍ରକ ଲୋକସଭା କ୍ଷେତ୍ରର ବାସୁଦେବପୁର ଓ ତିହିଡିରେ ନିର୍ବାଚନ ପ୍ରଚାର କରି ଦଳୀୟ ପ୍ରାର୍ଥୀଙ୍କ ପାଇଁ ଭୋଟ ମାଗିଛନ୍ତି ଓ ମୁଖ୍ୟମନ୍ତ୍ରୀଙ୍କ ହାତମୁଠାକୁ ଟାଣ କରିବାକୁ ନିବେଦନ କରିଛନ୍ତି। ସେ କହିଲେ ଯେ, ବର୍ତ୍ତମାନ ସୁଦ୍ଧା ଓଡିଶାର ୩ଟି ପର୍ଯ୍ୟାୟ ନିର୍ବାଚନରେ ଆମେ ସଂଖ୍ୟା ଗରିଷ୍ଠତା ହାସଲ କରିସାରିଛୁ। ତିନି ପର୍ଯ୍ୟାୟରେ ଓଡିଶାର ୧୦୫ଟି ସିଟ୍‌ରେ ନିର୍ବାଚନ ସରିଯାଇଛି। ମହାପ୍ରଭୁଙ୍କ ଆଶୀର୍ବାଦରୁ ବର୍ତ୍ତମାନ [...]

Admin•May 27, 2024
Share Article:

ଭୁବନେଶ୍ବର – ବିଜୁ ଜନତା ଦଳର ବରିଷ୍ଠ ନେତା କାର୍ତ୍ତିକ ପାଣ୍ଡିଆନ ଆଜି ଭଦ୍ରକ ଲୋକସଭା କ୍ଷେତ୍ରର ବାସୁଦେବପୁର ଓ ତିହିଡିରେ ନିର୍ବାଚନ ପ୍ରଚାର କରି ଦଳୀୟ ପ୍ରାର୍ଥୀଙ୍କ ପାଇଁ ଭୋଟ ମାଗିଛନ୍ତି ଓ ମୁଖ୍ୟମନ୍ତ୍ରୀଙ୍କ ହାତମୁଠାକୁ ଟାଣ କରିବାକୁ ନିବେଦନ କରିଛନ୍ତି।

ସେ କହିଲେ ଯେ, ବର୍ତ୍ତମାନ ସୁଦ୍ଧା ଓଡିଶାର ୩ଟି ପର୍ଯ୍ୟାୟ ନିର୍ବାଚନରେ ଆମେ ସଂଖ୍ୟା ଗରିଷ୍ଠତା ହାସଲ କରିସାରିଛୁ। ତିନି ପର୍ଯ୍ୟାୟରେ ଓଡିଶାର ୧୦୫ଟି ସିଟ୍‌ରେ ନିର୍ବାଚନ ସରିଯାଇଛି। ମହାପ୍ରଭୁଙ୍କ ଆଶୀର୍ବାଦରୁ ବର୍ତ୍ତମାନ ସୁଦ୍ଧା ବିଜେଡି ନମ୍ବର ପାଇ ସାରିଛି ବୋଲି ପାଣ୍ଡିଆନ ଦାବି କରିଥିଲେ।

ମହାପ୍ରଭୁଙ୍କ ଆଶୀର୍ବାଦରୁ ଜୁନ୍‌ ୯ ତାରିଖରେ ନବୀନ ପଟ୍ଟନାୟକ ପୁଣି ଥରେ ମୁଖ୍ୟମନ୍ତ୍ରୀ ଭାବେ ଦାୟିତ୍ୱ ନେବେ ବୋଲି ପ୍ରକାଶ କରି ସେ କହିଲେ ଯେ ମୁଖ୍ୟମନ୍ତ୍ରୀ ଭାବେ ପ୍ରଥମ ଦସ୍ତଖତରେ ଓଡିଶାର ୯୦ ପ୍ରତିଶତ ପରିବାରଙ୍କ ପାଇଁ ବିଜୁଳି ବିଲ୍ ଛାଡ କରିବେ। ଦ୍ୱିତୀୟ ଦସ୍ତଖତରେ ସମସ୍ତେ ବିଏସକେୱ।ଇରେ କାର୍ଡ ପାଇବେ । ତୃତୀୟ ଦସ୍ତଖତରେ ମିଶନ ଶକ୍ତି ସଦସ୍ୟାମାନଙ୍କ ପାଇଁ ୬୦ ବର୍ଷ ପରେ ଭତ୍ତା ବ୍ୟବସ୍ଥା ହେବ।ଚତୁର୍ଥ ଦସ୍ତଖତରେ କଲେଜ ଛାତ୍ରଛାତ୍ରୀଙ୍କୁ ସଂଶୋଧିତ ନୂଆ-ଓ ଛାତ୍ରବୃତ୍ତି ମିଳିବ। ପୁଅ ପାଇବେ ୧୨ ହଜାର, ଝିଅ ପାଇବେ ୧୪ ହଜାର ଟଙ୍କା।

ମୁଖ୍ୟମନ୍ତ୍ରୀ ସବୁବେଳେ ଆପଣଙ୍କ ପଛରେ ଠିଆ ହୋଇ ରହିଛନ୍ତି, ଆପଣଙ୍କ ସୁଖ ଦୁଃଖରେ ଅଛନ୍ତି ବୋଲି ସେ କହିଥିଲେ। ବିଜେପି ମିଛ ପ୍ରତିଶ୍ରୁତିର ମୁଖା ଖୋଲି ପାଣ୍ଡିଆନ କହିଲେ ଯେ ଡବଲ ଇଞ୍ଜିନ ରାଜ୍ୟରେ ୫ ପ୍ରତିଶତ ପିଲା ବି ଛାତ୍ରବୃତ୍ତି ପାଉନାହାନ୍ତି। ନବୀନ ବାବୁଙ୍କ ରାଜ୍ୟରେ ୯୮ ପ୍ରତିଶତ ପିଲା ଛାତ୍ରବୃତ୍ତି ପାଇବେ। ସେ ପୁଣି କହିଲେ ଯେ, ବିଏସକେୱ।ଇରେ ଶତ ପ୍ରତିଶତ ପରିବାର ସାମିଲ ହେବେ। ଆୟୁଷ୍ମାନ ଯୋଜନାରେ କେବଳ ବିପିଏଲ ପରିବାର ଏହି ସୁବିଧା ପାଇବେ, ଅନ୍ୟମାନେ ପାଇବେ ନାହିଁ।

ମମତା ଯୋଜନାରେ ନବୀନ ବାବୁଙ୍କ ସରକାର ମା’ ମାନଙ୍କୁ ୧୦ ହଜାର ଟଙ୍କା ଦେଉଛନ୍ତି, ଡବଲ ଇଞ୍ଜିନ ସରକାର ୬ ହଜାର ଟଙ୍କା ଦେଉଛନ୍ତି। ସାମାଜିକ ସୁରକ୍ଷା ଯୋଜନାରେ ଡବଲ ଇଞ୍ଜିନ ସରକାର ୩୦୦ ଟଙ୍କା ଭତ୍ତା ଦେଉଛନ୍ତି, ଆମେ ଦେଉଛୁ ୧ ହଜାର ଟଙ୍କା।ସେ ପୁଣି କହିଲେ ଯେ ଏବେ ନୂଆ ଘୋଷଣା କରିଛନ୍ତି ମା’ ମାନଙ୍କୁ ୫୦ ହଜାର ଟଙ୍କା ଦେବେ। ଲୋକଙ୍କୁ ମନେ ପକାଇ ସେ କହିଲେ ଯେ ୨୦୧୪ରେ କହିଥିଲେ ପ୍ରତ୍ୟେକଙ୍କୁ ୧୫ ଲକ୍ଷ ଟଙ୍କା ଦେବେ, କୁଆଡେ ଗଲା? ଦରଦାମ କମିଲା କି? ସେମାନେ ଯାହା ବି କହୁଛନ୍ତି ସବୁ ମିଛ କଥା କହୁଛନ୍ତି। ନିର୍ବାଚନ ସମୟରେ ବଡ ବଡ କଥା କହିବେ, ନିର୍ବାଚନ ସରିଗଲେ ଦେଖା ମିଳିବ ନାହିଁ । ଏହି ସଭାରେ ସେ ବିଶିଷ୍ଟ ଜନନେତା ସ୍ୱର୍ଗତ ନୀଳମଣି ରାଉତରାୟ ଓ ବିଜୟଶ୍ରୀ ରାଉତରାୟଙ୍କୁ ଶ୍ରଦ୍ଧାଞ୍ଜଳି ଦେଇଥିଲେ । ସେ କହିଲେ ଯେ ଏ ଦୁଇ ରାଜନେତା ଏବେ ବି ଆପଣମାନଙ୍କ ହୃଦୟରେ ଅଛନ୍ତି।

ଆମ ସମସ୍ତଙ୍କ ସମ୍ମାନ ଓ ମୁଖ୍ୟମନ୍ତ୍ରୀଙ୍କ ସମ୍ମାନ ରକ୍ଷା ଦୃଷ୍ଟିରୁ ତାଙ୍କ ପୁଅଙ୍କୁ ରେକର୍ଡ ମାର୍ଜିନ୍‌ରେ ଜିତାଇବା ପାଇଁ ସେ ଅନୁରୋଧ କରିଥିଲେ।
ଲୋକଙ୍କୁ ବିକାଶ କାମର ହିସାବ ଦେଇ ସେ କହିଲେ ଯେ ମୁଖ୍ୟମନ୍ତ୍ରୀ ଚୂଡାମଣି ଫିସ୍‌ ଲ୍ୟାଣ୍ଡିଂ ସେଣ୍ଟର ପାଇଁ ୮୦ କୋଟି ଏବଂ ଐତିହାସିକ ସ୍ମୃତି ପୀଠ ଇରମର ବିକାଶ ପାଇଁ ୨.୫୦ କୋଟି ଟଙ୍କା ଯୋଗାଇ ଦେଇଛନ୍ତି। ତିହିଡିରେ ନୂଆ ଫାୟାର ଷ୍ଟେସନ ହୋଇଛି।

କାର୍ଯ୍ୟକ୍ରମରେ ଭଦ୍ରକ ସାଂସଦ ପ୍ରାର୍ଥୀ ମଞ୍ଜୁଲତା ମଣ୍ଡଳ, ବାସୁଦେବପୁର ବିଧାୟକ ପ୍ରାର୍ଥୀ ବିଷ୍ଣୁବ୍ରତ ରାଉତରାୟ ଓ ଚାନ୍ଦବାଲି ବିଧାୟକ ପ୍ରାର୍ଥୀ ବ୍ୟୋମକେଶ ରାୟ ପ୍ରମୁଖ ଉଦ୍‌ବୋଧନ ଦେଇ ବିଜୁ ଜନତା ଦଳକୁ ଶଙ୍ଖ ଚିହ୍ନରେ ବିପୁଳ ସଂଖ୍ୟାରେ ଭୋଟ ଦେଇ ମୁଖ୍ୟମନ୍ତ୍ରୀଙ୍କ ହାତ ମୁଠାକୁ ଟାଣ କରିବା ପାଇଁ ନିବେଦନ କରିଥିଲେ।

#Odia#Odisha#News
Share Article:

Related Articles