News Room Odisha
BREAKING
Odia

ଇଡିରେ ହାଜର ହେବେ କେଜ୍ରିୱାଲ

ନୂଆଦିଲ୍ଲୀ: ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ ଅବକାରୀ ଦୁର୍ନୀତି ମାମଲାରେ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ (ଇଡି) ପଠାଇଥିବା ଅଷ୍ଟମ ସମନର ଜବାବ ଦେଇଛନ୍ତି । ସେ ମାର୍ଚ୍ଚ ୧୨ ପରେ ଭିଡିଓ କନଫରେନ୍ସ ଜରିଆରେ ଇଡିରେ ହାଜର ହେବାକୁ ପ୍ରସ୍ତୁତ ଅଛନ୍ତି ବୋଲି କହିଛନ୍ତି କେଜ୍ରିୱାଲ । ଇଡି ପୂର୍ବରୁ କେଜ୍ରିୱାଲଙ୍କୁ ୭ ଥର‌ ସମନ ଜାରି‌ କରିଥିଲେ ମଧ୍ୟ ସେ ଏହାକୁ ବେଆଇନ ବୋଲି କହି ହାଜର ହୋଇନଥିଲେ । ସେ କହିଥିଲେ ଇଡି ସମନ ଜାରି [...]

Admin•March 4, 2024
Share Article:

ନୂଆଦିଲ୍ଲୀ: ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ ଅବକାରୀ ଦୁର୍ନୀତି ମାମଲାରେ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ (ଇଡି) ପଠାଇଥିବା ଅଷ୍ଟମ ସମନର ଜବାବ ଦେଇଛନ୍ତି । ସେ ମାର୍ଚ୍ଚ ୧୨ ପରେ ଭିଡିଓ କନଫରେନ୍ସ ଜରିଆରେ ଇଡିରେ ହାଜର ହେବାକୁ ପ୍ରସ୍ତୁତ ଅଛନ୍ତି ବୋଲି କହିଛନ୍ତି କେଜ୍ରିୱାଲ ।

ଇଡି ପୂର୍ବରୁ କେଜ୍ରିୱାଲଙ୍କୁ ୭ ଥର‌ ସମନ ଜାରି‌ କରିଥିଲେ ମଧ୍ୟ ସେ ଏହାକୁ ବେଆଇନ ବୋଲି କହି ହାଜର ହୋଇନଥିଲେ । ସେ କହିଥିଲେ ଇଡି ସମନ ଜାରି କରିବା ପୂର୍ବରୁ କୋର୍ଟଙ୍କ ନିଷ୍ପତ୍ତିକୁ ଅପେକ୍ଷା କରିବା ଉଚିତ।

ସୂଚନାନୁସାରେ, ଅଷ୍ଟମ ଇଡି ସମନର ଜବାବ ଦେଇ କେଜ୍ରିୱାଲ ପୁଣି ଏହାକୁ ବେଆଇନ ବୋଲି ଦୋହରାଇଛନ୍ତି। ତଥାପି ସେ ତଦନ୍ତକାରୀ ସଂସ୍ଥାର ପ୍ରଶ୍ନର ଉତ୍ତର ଦେବାକୁ ଚାହୁଁଛନ୍ତି ବୋଲି କହିଛନ୍ତି ଆପର ଜାତୀୟ ଆବାହକ ।

କେଜ୍ରିୱାଲଙ୍କୁ ମାର୍ଚ୍ଚ ୧୬ରେ ଦିଲ୍ଲୀର ଏକ କୋର୍ଟରେ ମଧ୍ୟ ହାଜର ହେବାକୁ ପଡ଼ିବ । ସମନ ଅଣଦେଖା ନେଇ ଇଡି ଅଭିଯୋଗ ଆଧାରରେ କେଜ୍ରିୱାଲଙ୍କୁ ବ୍ୟକ୍ତିଗତ ଭାବେ ହାଜର ହେବାକୁ କୋର୍ଟ କହିଥିଲେ ।

#Odia#Odisha#News
Share Article:

Related Articles