News Room Odisha
BREAKING
Odia

ନିଜ ଦ୍ବାରା ଆଗତ ଆସ୍ଥା ଭୋଟରେ ଜିତିଲେ କେଜ୍ରିୱାଲ ସରକାର, କହିଲେ ଆପ୍ ବିଜେପି ପାଇଁ ସବୁଠୁ ବଡ଼ ଚ୍ୟାଲେଞ୍ଜ

ନୂଆଦିଲ୍ଲୀ: ନିଜ ସରକାରର ସଂଖ୍ୟା ଗରିଷ୍ଠତା ପ୍ରମାଣ କରିବା ପାଇଁ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲଙ୍କ ଦ୍ବାରା ଆଗତ ଆସ୍ଥା ପ୍ରସ୍ତାବ ବାଚନିକ ଭୋଟ୍ ଦ୍ୱାରା ଦିଲ୍ଲୀ ବିଧାନସଭାରେ ପାରିତ ହୋଇଛି। ଆସ୍ଥା ପ୍ରସ୍ତାବ ବେଳେ ଆମ୍ ଆଦମୀ ପାର୍ଟି (ଆପ୍)ର ୬୨ ବିଧାୟକଙ୍କ ମଧ୍ୟରୁ ୫୪ ଜଣ ଗୃହରେ ଉପସ୍ଥିତ ଥିଲେ। ଗୃହରେ ଆସ୍ଥା ପ୍ରସ୍ତାବ ଉପରେ ଆଲୋଚନା ବେଳେ ମୁଖ୍ୟମନ୍ତ୍ରୀ କେଜ୍ରିୱାଲ ବିଜେପିକୁ ଟାର୍ଗେଟ୍ କରିଥିଲେ । ସେ କହିଥିଲେ ବିଜେପି ପାଇଁ ଆମ୍ ଆଦମୀ [...]

Admin•February 17, 2024
Share Article:

ନୂଆଦିଲ୍ଲୀ: ନିଜ ସରକାରର ସଂଖ୍ୟା ଗରିଷ୍ଠତା ପ୍ରମାଣ କରିବା ପାଇଁ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲଙ୍କ ଦ୍ବାରା ଆଗତ ଆସ୍ଥା ପ୍ରସ୍ତାବ ବାଚନିକ ଭୋଟ୍ ଦ୍ୱାରା ଦିଲ୍ଲୀ ବିଧାନସଭାରେ ପାରିତ ହୋଇଛି। ଆସ୍ଥା ପ୍ରସ୍ତାବ ବେଳେ ଆମ୍ ଆଦମୀ ପାର୍ଟି (ଆପ୍)ର ୬୨ ବିଧାୟକଙ୍କ ମଧ୍ୟରୁ ୫୪ ଜଣ ଗୃହରେ ଉପସ୍ଥିତ ଥିଲେ।

ଗୃହରେ ଆସ୍ଥା ପ୍ରସ୍ତାବ ଉପରେ ଆଲୋଚନା ବେଳେ ମୁଖ୍ୟମନ୍ତ୍ରୀ କେଜ୍ରିୱାଲ ବିଜେପିକୁ ଟାର୍ଗେଟ୍ କରିଥିଲେ । ସେ କହିଥିଲେ ବିଜେପି ପାଇଁ ଆମ୍ ଆଦମୀ ପାର୍ଟି ସବୁଠୁ ବଡ଼ ଚ୍ୟାଲେଞ୍ଜ । ସେଥିପାଇଁ ଆମକୁ ସବୁ ଦିଗରୁ ଆକ୍ରମଣ କରାଯାଉଛି। ସେ ଏହା ପୂର୍ବରୁ ଅଭିଯୋଗ କରିଥିଲେ ଯେ ବିଜେପି ତାଙ୍କ ସରକାରକୁ ଭାଙ୍ଗିବା ପାଇଁ ଆପ୍ ବିଧାୟକ ମାନଙ୍କୁ କିଣିବାକୁ ଚେଷ୍ଟା କରୁଛି।

ସେ କହିଛନ୍ତି, ଚଳିତ ବର୍ଷର ଲୋକସଭା ନିର୍ବାଚନରେ ବିଜେପି ଜିତିଲେ ମଧ୍ୟ ୨୦୨୯ ନିର୍ବାଚନରେ ଏହି ଦଳର ଶାସନରୁ ଦେଶକୁ ମୁକ୍ତ କରିବ ଆପ୍ ।

ଆସ୍ଥା ପ୍ରସ୍ତାବ ଉପରେ ଭୋଟ୍ ସମୟରେ ସମସ୍ତ ଆପ୍ ବିଧାୟକଙ୍କ ଅନୁପସ୍ଥିତିରେ କେଜ୍ରିୱାଲ କହିଥିଲେ ଆପର କୌଣସି ବିଧାୟକ ଦଳ ବଦଳ କରିନାହାଁନ୍ତି। ସେ କହିଥିଲେ ଦୁଇଜଣ ବିଧାୟକ ଜେଲରେ ଅଛନ୍ତି, କିଛି ଅସୁସ୍ଥ ଅଛନ୍ତି ଏବଂ ଆଉ କିଛି ବିଧାୟକ ସହର ବାହାରେ ଅଛନ୍ତି।

#Odia#Odisha#News
Share Article:

Related Articles