News Room Odisha
BREAKING
Odia

ଇଡି ସମନ ମାମଲାରେ କେଜ୍ରିୱାଲଙ୍କୁ ଜାମିନ

ନୂଆଦିଲ୍ଲୀ: ଇଡି ସମନ ଏଡ଼ାଇବା ମାମଲାରେ ରାଉଜ୍ ଆଭେନ୍ୟୁ କୋର୍ଟ ଆପର ରାଷ୍ଟ୍ରୀୟ ଆବାହକ ତଥା ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲଙ୍କୁ ଆଶ୍ବସ୍ତି ପ୍ରଦାନ କରିଛନ୍ତିି। ଦିଲ୍ଲୀ ଅବକାରୀ ଦୁର୍ନୀତି ମାମଲାରେ ବାରମ୍ବାର ଇଡି ସମନ ଟାଳିବା କେସରେ କୋର୍ଟ କେଜ୍ରିୱାଲଙ୍କୁ ଜାମିନ ଦେଇଛନ୍ତି। କେଜ୍ରିୱାଲ ଆଜି କୋର୍ଟରେ ହାଜର ହୋଇଥିଲେ । ୧୫,୦୦୦ ଟଙ୍କା ବ୍ୟକ୍ତିଗତ ମୁଚାଲିକାରେ କେଜ୍ରିୱାଲଙ୍କୁ କୋର୍ଟ ଜାମିନ ମଞ୍ଜୁର କରିଛନ୍ତି। କୋର୍ଟ ତାଙ୍କୁ ବ୍ୟକ୍ତିଗତ ହାଜିରାରୁ ବି ମୁକ୍ତ କରିଛନ୍ତିି।‌ ଏହି [...]

Admin•March 16, 2024
Share Article:

ନୂଆଦିଲ୍ଲୀ: ଇଡି ସମନ ଏଡ଼ାଇବା ମାମଲାରେ ରାଉଜ୍ ଆଭେନ୍ୟୁ କୋର୍ଟ ଆପର ରାଷ୍ଟ୍ରୀୟ ଆବାହକ ତଥା ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲଙ୍କୁ ଆଶ୍ବସ୍ତି ପ୍ରଦାନ କରିଛନ୍ତିି। ଦିଲ୍ଲୀ ଅବକାରୀ ଦୁର୍ନୀତି ମାମଲାରେ ବାରମ୍ବାର ଇଡି ସମନ ଟାଳିବା କେସରେ କୋର୍ଟ କେଜ୍ରିୱାଲଙ୍କୁ ଜାମିନ ଦେଇଛନ୍ତି। କେଜ୍ରିୱାଲ ଆଜି କୋର୍ଟରେ ହାଜର ହୋଇଥିଲେ । ୧୫,୦୦୦ ଟଙ୍କା ବ୍ୟକ୍ତିଗତ ମୁଚାଲିକାରେ କେଜ୍ରିୱାଲଙ୍କୁ କୋର୍ଟ ଜାମିନ ମଞ୍ଜୁର କରିଛନ୍ତି। କୋର୍ଟ ତାଙ୍କୁ ବ୍ୟକ୍ତିଗତ ହାଜିରାରୁ ବି ମୁକ୍ତ କରିଛନ୍ତିି।‌ ଏହି ମାମଲାର ପରବର୍ତ୍ତୀ ଶୁଣାଣି ଏପ୍ରିଲ ୧ରେ ହେବ।

ଦିଲ୍ଲୀ ଅବକାରୀ ଦୁର୍ନୀତି ମାମଲାରେ ଇଡି ୮ ଥର ସମନ ଜାରି କରିଥିଲେ ମଧ୍ୟ କେଜ୍ରିୱାଲ ଥରେ ମଧ୍ୟ କେନ୍ଦ୍ରୀୟ ଏଜେନ୍ସିରେ ହାଜର ହୋଇନଥିଲେ ।‌ ଏନେଇ କେଜ୍ରିୱାଲଙ୍କ ବିରୋଧରେ କୋର୍ଟ ଯାଇଥିଲା ଇଡି ।

#Odia#Odisha#News
Share Article:

Related Articles