News Room Odisha
BREAKING
Odia

ଇଡି ହାଜତରୁ ପ୍ରଥମ ଆଦେଶ ଜାରି କଲେ କେଜ୍ରିୱାଲ

ନୂଆଦିଲ୍ଲୀ: ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ (ଇଡି) ହାଜତରୁ ପ୍ରଥମ ସରକାରୀ ଆଦେଶ ଜାରି କରିଛନ୍ତି। ସୂତ୍ରରୁ ପ୍ରକାଶ, କେଜ୍ରିୱାଲ ରବିବାର ଜାତୀୟ ରାଜଧାନୀର ଜଳ ଯୋଗାଣ ସମ୍ବନ୍ଧୀୟ ଏକ ଆଦେଶ ଜାରି କରିଛନ୍ତି। ମୁଖ୍ୟମନ୍ତ୍ରୀ ଏହି ଆଦେଶ ବିଭାଗୀୟ ଦିଲ୍ଲୀ ମନ୍ତ୍ରୀ ଅତିଶୀଙ୍କୁ ଏକ ନୋଟ୍ ମାଧ୍ୟମରେ ଜାରି କରିଛନ୍ତି। ଗିରଫ ସତ୍ତ୍ୱେ କେଜ୍ରିୱାଲ ମୁଖ୍ୟମନ୍ତ୍ରୀ ପଦରୁ ଇସ୍ତଫା ଦେବେ ନାହିଁ ବରଂ ସେ ଜେଲରୁ ସରକାର ଚଳାଇବେ ବୋଲି ଆମ୍ ଆଦମୀ [...]

Admin•March 24, 2024
Share Article:

ନୂଆଦିଲ୍ଲୀ: ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ (ଇଡି) ହାଜତରୁ ପ୍ରଥମ ସରକାରୀ ଆଦେଶ ଜାରି କରିଛନ୍ତି। ସୂତ୍ରରୁ ପ୍ରକାଶ, କେଜ୍ରିୱାଲ ରବିବାର ଜାତୀୟ ରାଜଧାନୀର ଜଳ ଯୋଗାଣ ସମ୍ବନ୍ଧୀୟ ଏକ ଆଦେଶ ଜାରି କରିଛନ୍ତି। ମୁଖ୍ୟମନ୍ତ୍ରୀ ଏହି ଆଦେଶ ବିଭାଗୀୟ ଦିଲ୍ଲୀ ମନ୍ତ୍ରୀ ଅତିଶୀଙ୍କୁ ଏକ ନୋଟ୍ ମାଧ୍ୟମରେ ଜାରି କରିଛନ୍ତି।

ଗିରଫ ସତ୍ତ୍ୱେ କେଜ୍ରିୱାଲ ମୁଖ୍ୟମନ୍ତ୍ରୀ ପଦରୁ ଇସ୍ତଫା ଦେବେ ନାହିଁ ବରଂ ସେ ଜେଲରୁ ସରକାର ଚଳାଇବେ ବୋଲି ଆମ୍ ଆଦମୀ ପାର୍ଟି ସ୍ପଷ୍ଟ କରିଥିଲା ।

ଦିଲ୍ଲୀ ଅବକାରୀ ଦୁର୍ନୀତି ନୀତି ସହ ଜଡିତ ମନି ଲଣ୍ଡରିଂ ମାମଲାରେ ଇଡି କେଜ୍ରିୱାଲଙ୍କୁ ଶୁକ୍ରବାର ରାତିରେ ତାଙ୍କ ବାସଭବନରୁ ଗିରଫ କରିଥିଲା । ଗିରଫରୁ ସୁରକ୍ଷା ଦେବାକୁ ତାଙ୍କ ଆବେଦନ ହାଇକୋର୍ଟ ଖାରଜ କରିବାର କିଛି ଘଣ୍ଟା ମଧ୍ୟରେ ଇଡି କେଜ୍ରିୱାଲଙ୍କୁ ଗିରଫ କରିଥିଲା । ରାଉଜ୍ ଆଭେନ୍ୟୁ କୋର୍ଟ ତାଙ୍କୁ ମାର୍ଚ୍ଚ ୨୮ ପର୍ଯ୍ୟନ୍ତ ଇଡି ହାଜତକୁ ପଠାଇଥିଲେ । ତାଙ୍କ ଗିରଫଦାରୀ ଓ ରିମାଣ୍ଡକୁ ଚ୍ୟାଲେଞ୍ଜ କରି କେଜ୍ରିୱାଲ ଦିଲ୍ଲୀ ହାଇକୋର୍ଟରେ ଆବେଦନ କରିଛନ୍ତିି । ତେବେ ମାର୍ଚ୍ଚ ୨୭ ପୂର୍ବରୁ ତାଙ୍କ ଆବେଦନର ଶୁଣାଣି ସମ୍ଭାବନା ନାହିଁ ।

#Odia#Odisha#News
Share Article:

Related Articles