News Room Odisha
BREAKING
Odia

ଇଡି ରିମାଣ୍ଡ ଶେଷ ପରେ ଜେଲ୍ ଗଲେ କେଜ୍ରିୱାଲ

ନୂଆଦିଲ୍ଲୀ: ଅବକାରୀ ଦୁର୍ନୀତି ମାମଲାରେ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲଙ୍କ ଇଡି ରିମାଣ୍ଡ ଆଜି ଶେଷ ହେବା ପରେ ତଳକୋର୍ଟ ତାଙ୍କୁ ଏପ୍ରିଲ ୧୫ ପର୍ଯ୍ୟନ୍ତ ବିଚାର ବିଭାଗୀୟ ହାଜତକୁ ପଠାଇଛନ୍ତି । ସେ ପ୍ରାୟ ଦୁଇ ସପ୍ତାହ ତିହାର ଜେଲରେ ରହିବେ । ରିମାଣ୍ଡ ଅବଧି ଶେଷ ହେବା ପରେ ଇଡି ଆଜି କେଜ୍ରିୱାଲଙ୍କୁ ରାଉଜ୍ ଆଭେନ୍ୟୁ କୋର୍ଟରେ ହାଜର କରିଥିଲା। ଇଡି ତାଙ୍କର‌ ରିମାଣ୍ଡ ପରିବର୍ତ୍ତେ ବିଚାର ବିଭାଗୀୟ ହାଜତ ପାଇଁ ଆବେଦନ କରିଥିଲା [...]

Admin•April 1, 2024
Share Article:

ନୂଆଦିଲ୍ଲୀ: ଅବକାରୀ ଦୁର୍ନୀତି ମାମଲାରେ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲଙ୍କ ଇଡି ରିମାଣ୍ଡ ଆଜି ଶେଷ ହେବା ପରେ ତଳକୋର୍ଟ ତାଙ୍କୁ ଏପ୍ରିଲ ୧୫ ପର୍ଯ୍ୟନ୍ତ ବିଚାର ବିଭାଗୀୟ ହାଜତକୁ ପଠାଇଛନ୍ତି । ସେ ପ୍ରାୟ ଦୁଇ ସପ୍ତାହ ତିହାର ଜେଲରେ ରହିବେ ।

ରିମାଣ୍ଡ ଅବଧି ଶେଷ ହେବା ପରେ ଇଡି ଆଜି କେଜ୍ରିୱାଲଙ୍କୁ ରାଉଜ୍ ଆଭେନ୍ୟୁ କୋର୍ଟରେ ହାଜର କରିଥିଲା। ଇଡି ତାଙ୍କର‌ ରିମାଣ୍ଡ ପରିବର୍ତ୍ତେ ବିଚାର ବିଭାଗୀୟ ହାଜତ ପାଇଁ ଆବେଦନ କରିଥିଲା । ଦିଲ୍ଲୀ ମୁଖ୍ୟମନ୍ତ୍ରୀ ତଦନ୍ତରେ ସହଯୋଗ କରୁନାହାଁନ୍ତି ବୋଲି ଅଭିଯୋଗ କରିଥିଲା ଇଡି। କେନ୍ଦ୍ରୀୟ ସଂସ୍ଥାର ଯୁକ୍ତି ଶୁଣିବା ପରେ ସ୍ୱତନ୍ତ୍ର ଜଜ୍ କାବେରୀ ବୱେଜା କେଜ୍ରିୱାଲଙ୍କୁ ଏପ୍ରିଲ ୧୫ ପର୍ଯ୍ୟନ୍ତ ବିଚାର ବିଭାଗୀୟ ହାଜତକୁ ପଠାଇଥିଲେ।

ଅବକାରୀ ନୀତି ସହ ଜଡ଼ିତ ମନି ଲଣ୍ଡରିଂ ମାମଲାରେ ଇଡି ମାର୍ଚ୍ଚ ୨୧ରେ କେଜ୍ରିୱାଲଙ୍କୁ ଗିରଫ କରିଥିଲା। ପରଦିନ ଟ୍ରାଏଲ୍ କୋର୍ଟ ତାଙ୍କୁ ୬ ଦିନ ପାଇଁ ଇଡି ହାଜତକୁ ପଠାଇଥିଲେ। ପୁଣି ମାର୍ଚ୍ଚ ୨୮ରେ କେଜ୍ରିୱାଲଙ୍କ ଇଡି ହାଜତ ମିଆଦ ଆଉ ୪ ଦିନ ବଢ଼ାଇଥିଲେ କୋର୍ଟ ।

#Odia#Odisha#News
Share Article:

Related Articles