News Room Odisha
BREAKING
Odia

ଆଜି ବି ଇଡିରେ ହାଜର ହେବେନି କେଜ୍ରିୱାଲ

ନୂଆଦିଲ୍ଲୀ: ଦିଲ୍ଲୀ ମୁଖ୍ୟମନ୍ତ୍ରୀ ତଥା ଆମ୍ ଆଦମୀ ପାର୍ଟିର ରାଷ୍ଟ୍ରୀୟ ଆବାହକ ଅରବିନ୍ଦ କେଜ୍ରିୱାଲ ଆଜି ମଧ୍ୟ ଇଡିରେ ହାଜର ହେବେ ନାହିଁ। ଆମ୍ ଆଦମୀ ପାର୍ଟି ଏକ ବିବୃତ୍ତିରେ କହିଛି, ଏହି ମାମଲା କୋର୍ଟରେ ବିଚାରାଧୀନ ଥିବାରୁ କେଜ୍ରିୱାଲ ଇଡି ଜେରାର ସାମ୍ନା କରିବେ ନାହିଁ। ଦଳ କହିଛି ଯେ ନିୟମିତ ସମନ ପଠାଇବା ପରିବର୍ତ୍ତେ ଇଡି କୋର୍ଟର ନିଷ୍ପତ୍ତିକୁ ଅପେକ୍ଷା କରିବା ଉଚିତ। ଆମେ ‘ଇଣ୍ଡିଆ’ ମେଣ୍ଟ ଛାଡ଼ିବୁ ନାହିଁ | ମୋଦୀ ସରକାର [...]

Admin•February 26, 2024
Share Article:

ନୂଆଦିଲ୍ଲୀ: ଦିଲ୍ଲୀ ମୁଖ୍ୟମନ୍ତ୍ରୀ ତଥା ଆମ୍ ଆଦମୀ ପାର୍ଟିର ରାଷ୍ଟ୍ରୀୟ ଆବାହକ ଅରବିନ୍ଦ କେଜ୍ରିୱାଲ ଆଜି ମଧ୍ୟ ଇଡିରେ ହାଜର ହେବେ ନାହିଁ। ଆମ୍ ଆଦମୀ ପାର୍ଟି ଏକ ବିବୃତ୍ତିରେ କହିଛି, ଏହି ମାମଲା କୋର୍ଟରେ ବିଚାରାଧୀନ ଥିବାରୁ କେଜ୍ରିୱାଲ ଇଡି ଜେରାର ସାମ୍ନା କରିବେ ନାହିଁ।

ଦଳ କହିଛି ଯେ ନିୟମିତ ସମନ ପଠାଇବା ପରିବର୍ତ୍ତେ ଇଡି କୋର୍ଟର ନିଷ୍ପତ୍ତିକୁ ଅପେକ୍ଷା କରିବା ଉଚିତ। ଆମେ ‘ଇଣ୍ଡିଆ’ ମେଣ୍ଟ ଛାଡ଼ିବୁ ନାହିଁ | ମୋଦୀ ସରକାର ଆମ ଉପରେ ଏଭଳି ଚାପ ପକାଇ ପାରିବେ ନାହିଁ।

ଉଲ୍ଲେଖଯୋଗ୍ୟ, ଅବକାରୀ ଦୁର୍ନୀତି ମାମଲାରେ ଗତ ଗୁରୁବାର ଇଡି କେଜ୍ରିୱାଲଙ୍କୁ ସପ୍ତମ ସମନ ପଠାଇଥିଲା । ଜେରା ପାଇଁ ତାଙ୍କୁ ଫେବୃଆରୀ ୨୬ ତଥା ଆଜି ହାଜର ହେବାକୁ କହିଥିଲା । ଏହା ପୂର୍ବରୁ କେଜ୍ରିୱାଲ ଇଡିର ୬ଟି ସମନ ମଧ୍ୟ ଟାଳିଥିଲେ ।

#Odia#Odisha#News
Share Article:

Related Articles