News Room Odisha
BREAKING
Odia

ହାଇକୋର୍ଟ ରାୟ ବିରୋଧରେ ସୁପ୍ରିମକୋର୍ଟ ଯିବେ କେଜ୍ରିୱାଲ

ନୂଆଦିଲ୍ଲୀ: ଅବକାରୀ ଦୁର୍ନୀତି ମାମଲାରେ ତାଙ୍କ ଗିରଫଦାରି ମାମଲାରେ ହାଇକୋର୍ଟ ରାୟ ବିରୋଧରେ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ ସୁପ୍ରିମକୋର୍ଟ ଯିବେ ବୋଲି ମଙ୍ଗଳବାର ଆମ୍ ଆଦମୀ ପାର୍ଟି ସୂତ୍ରରୁ ଜଣାପଡିଛି। ଇଡି ଦ୍ବାରା ତାଙ୍କ ଗିରଫଦାରି ବିରୋଧରେ କେଜ୍ରିୱାଲଙ୍କ ଆବେଦନକୁ ଦିଲ୍ଲୀ ହାଇକୋର୍ଟ ମଙ୍ଗଳବାର ଖାରଜ କରିଥିଲେ। ଜଷ୍ଟିସ୍ ସ୍ବର୍ଣ୍ଣକାନ୍ତ ଶର୍ମା ଦିଲ୍ଲୀ ମୁଖ୍ୟମନ୍ତ୍ରୀଙ୍କ ଆବେଦନ ଉପରେ ରାୟ ଶୁଣାଇ କହିଥିଲେ ଯେ, ଅରବିନ୍ଦ କେଜ୍ରିୱାଲଙ୍କ ଗିରଫଦାରି ଆଇନଗତ ବିଧିବିଧାନର ଉଲ୍ଲଂଘନ ନୁହେଁ। ତାଙ୍କ ଇଡି [...]

Admin•April 9, 2024
Share Article:

ନୂଆଦିଲ୍ଲୀ: ଅବକାରୀ ଦୁର୍ନୀତି ମାମଲାରେ ତାଙ୍କ ଗିରଫଦାରି ମାମଲାରେ ହାଇକୋର୍ଟ ରାୟ ବିରୋଧରେ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ ସୁପ୍ରିମକୋର୍ଟ ଯିବେ ବୋଲି ମଙ୍ଗଳବାର ଆମ୍ ଆଦମୀ ପାର୍ଟି ସୂତ୍ରରୁ ଜଣାପଡିଛି।

ଇଡି ଦ୍ବାରା ତାଙ୍କ ଗିରଫଦାରି ବିରୋଧରେ କେଜ୍ରିୱାଲଙ୍କ ଆବେଦନକୁ ଦିଲ୍ଲୀ ହାଇକୋର୍ଟ ମଙ୍ଗଳବାର ଖାରଜ କରିଥିଲେ।

ଜଷ୍ଟିସ୍ ସ୍ବର୍ଣ୍ଣକାନ୍ତ ଶର୍ମା ଦିଲ୍ଲୀ ମୁଖ୍ୟମନ୍ତ୍ରୀଙ୍କ ଆବେଦନ ଉପରେ ରାୟ ଶୁଣାଇ କହିଥିଲେ ଯେ, ଅରବିନ୍ଦ କେଜ୍ରିୱାଲଙ୍କ ଗିରଫଦାରି ଆଇନଗତ ବିଧିବିଧାନର ଉଲ୍ଲଂଘନ ନୁହେଁ। ତାଙ୍କ ଇଡି ରିମାଣ୍ଡ ମଧ୍ୟ ବେଆଇନ ବୋଲି କୁହାଯାଇପାରିବ ନାହିଁ। ”

ଅବକାରୀ ଦୁର୍ନୀତି ମାମଲାରେ ତାଙ୍କ ଗିରଫଦାରି ସହ କେଜ୍ରିୱାଲ ତାଙ୍କ ଇଡି ରିମାଣ୍ଡକୁ ମଧ୍ୟ ଚ୍ୟାଲେଞ୍ଜ କରିଥିଲେ। ସେ ବର୍ତ୍ତମାନ ବିଚାର ବିଭାଗୀୟ ହାଜତରେ ଅଛନ୍ତି।

ଦିଲ୍ଲୀ ଅବକାରୀ ନୀତି ସହ ଜଡ଼ିତ ମନି ଲଣ୍ଡରିଂ ମାମଲାରେ ହାଇକୋର୍ଟ ତାଙ୍କୁ ସୁରକ୍ଷା ଦେବାକୁ ମନା କରିବାର କିଛି ଘଣ୍ଟା ପରେ ଇଡି ମାର୍ଚ୍ଚ ୨୧ରେ କେଜ୍ରିୱାଲଙ୍କୁ ଗିରଫ କରିଥିଲା।

କେଜ୍ରିୱାଲଙ୍କ ଇଡି ହାଜତ ମିଆଦ ଶେଷ ହେବା ପରେ ଟ୍ରାଏଲ କୋର୍ଟ ତାଙ୍କୁ ଏପ୍ରିଲ ୧ରେ ବିଚାର ବିଭାଗୀୟ ହାଜତକୁ ପଠାଇଥିଲା। ଆପର ଜାତୀୟ ଆବାହକ ସମ୍ପ୍ରତି ତିହାର ଜେଲରେ ଅଛନ୍ତି। ତାଙ୍କ ବିଚାର ବିଭାଗୀୟ ହାଜତ ମିଆଦ ଏପ୍ରିଲ ୧୫ରେ ଶେଷ ହେଉଛି।

#Odia#Odisha#News
Share Article:

Related Articles