News Room Odisha
BREAKING
Odia

କେଜ୍ରିୱାଲଙ୍କ ଜାମିନ ଆବେଦନ ଖାରଜ, ଜୁନ୍ ୧୯ ପର୍ଯ୍ୟନ୍ତ ବଢ଼ିଲା ହାଜତ ମିଆଦ

ନୂଆଦିଲ୍ଲୀ: ଦିଲ୍ଲୀର ରାଉଜ୍ ଆଭେନ୍ୟୁ କୋର୍ଟ ବୁଧବାର ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲଙ୍କ ଜାମିନ ଆବେଦନ ଖାରଜ କରିଦେଇଛନ୍ତି। ଏଥିସହ କୋର୍ଟ କେଜ୍ରିୱାଲଙ୍କ ବିଚାର ବିଭାଗୀୟ ହାଜତ ମିଆଦ ଜୁନ୍ ୧୯ ପର୍ଯ୍ୟନ୍ତ ବଢ଼ାଇ ଦେଇଛନ୍ତିି। କେଜ୍ରିୱାଲ ସ୍ବାସ୍ଥ୍ୟଗତ କାରଣ ଦର୍ଶାଇ ୭ ଦିନ ପାଇଁ ଅନ୍ତରୀଣ ଜାମିନ ଆବେଦନ କରିଥିଲେ। କୋର୍ଟ କେଜ୍ରିୱାଲଙ୍କ ଆବଶ୍ୟକ ଡ଼ାକ୍ତରୀ ପରୀକ୍ଷା କରିବାକୁ ତିହାର କର୍ତ୍ତୃପକ୍ଷଙ୍କୁ ନିର୍ଦ୍ଦେଶ ଦେଇଛନ୍ତି। ନିୟମିତ ଜାମିନ ପାଇଁ କେଜ୍ରିୱାଲ କରିଥିବା ଆବେଦନର ଶୁଣାଣି ଜୁନ୍ [...]

Admin•June 5, 2024
Share Article:

ନୂଆଦିଲ୍ଲୀ: ଦିଲ୍ଲୀର ରାଉଜ୍ ଆଭେନ୍ୟୁ କୋର୍ଟ ବୁଧବାର ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲଙ୍କ ଜାମିନ ଆବେଦନ ଖାରଜ କରିଦେଇଛନ୍ତି। ଏଥିସହ କୋର୍ଟ କେଜ୍ରିୱାଲଙ୍କ ବିଚାର ବିଭାଗୀୟ ହାଜତ ମିଆଦ ଜୁନ୍ ୧୯ ପର୍ଯ୍ୟନ୍ତ ବଢ଼ାଇ ଦେଇଛନ୍ତିି। କେଜ୍ରିୱାଲ ସ୍ବାସ୍ଥ୍ୟଗତ କାରଣ ଦର୍ଶାଇ ୭ ଦିନ ପାଇଁ ଅନ୍ତରୀଣ ଜାମିନ ଆବେଦନ କରିଥିଲେ। କୋର୍ଟ କେଜ୍ରିୱାଲଙ୍କ ଆବଶ୍ୟକ ଡ଼ାକ୍ତରୀ ପରୀକ୍ଷା କରିବାକୁ ତିହାର କର୍ତ୍ତୃପକ୍ଷଙ୍କୁ ନିର୍ଦ୍ଦେଶ ଦେଇଛନ୍ତି। ନିୟମିତ ଜାମିନ ପାଇଁ କେଜ୍ରିୱାଲ କରିଥିବା ଆବେଦନର ଶୁଣାଣି ଜୁନ୍ ୭ରେ ହେବ।

ଅବକାରୀ ଦୁର୍ନୀତି ମାମଲାରେ ଇଡି ମାର୍ଚ୍ଚ ୨୧ରେ କେଜ୍ରିୱାଲଙ୍କୁ ଗିରଫ କରିଥିଲା। ମେ ୧୦ରେ ସୁପ୍ରିମକୋର୍ଟ ତାଙ୍କୁ ନିର୍ବାଚନରେ ପ୍ରଚାର ପାଇଁ ଅନ୍ତରୀଣ ଜାମିନ ଦେଇଥିଲେ। ୨୧ ଦିନ ପାଇଁ ଜାମିନରେ ଆସିବା ପରେ କେଜ୍ରିୱାଲ ଜୁନ୍ ୨ରେ ତିହାରରେ ଆତ୍ମସମର୍ପଣ କରିଥିଲେ।

#Odia#Odisha#News
Share Article:

Related Articles