News Room Odisha
BREAKING
Odia

କେନ୍ଦ୍ରୀୟ ଅନୁଦାନ ଆବଣ୍ଟନରେ ପାତର ଅନ୍ତର ଅଭିଯୋଗ, କର୍ଣ୍ଣାଟକ ପରେ ଆଜି ଦିଲ୍ଲୀରେ କେରଳ, ତାମିଲନାଡୁର ଶାସକ ଦଳ କରିବେ ବିକ୍ଷୋଭ

ନୂଆଦିଲ୍ଲୀ: ଅନୁଦାନ ଆବଣ୍ଟନରେ କେନ୍ଦ୍ର ସରକାର ପାତର ଅନ୍ତର କରୁଛନ୍ତି ବୋଲି ତିନି ଦକ୍ଷିଣ ରାଜ୍ୟ କର୍ଣ୍ଣାଟକ, କେରଳ ଓ ତାମିଲନାଡୁ ଅଭିଯୋଗ କରିଛନ୍ତି । ଏହାର ପ୍ରତିବାଦରେ କର୍ଣ୍ଣାଟକର କଂଗ୍ରେସ ନେତାମାନେ ଦିଲ୍ଲୀର ଜନ୍ତର ମନ୍ତରଠାରେ ବୁଧବାର ବିକ୍ଷୋଭ ପ୍ରଦର୍ଶନ କରିଥିବା ବେଳେ ଆଜି ତାମିଲନାଡୁ ଓ କେରଳର ସାଂସଦମାନେ ମଧ୍ୟ ଦିଲ୍ଲୀରେ ବିରୋଧ ପ୍ରଦର୍ଶନ କରିବେ। ଏହି ତିନି ଦକ୍ଷିଣ ରାଜ୍ୟର ସରକାର ଗତ କିଛି ବର୍ଷ ମଧ୍ୟରେ ଟ୍ରାନ୍ସଫର ଓ ଅନୁଦାନ-ସହାୟତା କ୍ଷେତ୍ରରେ [...]

Admin•February 8, 2024
Share Article:

ନୂଆଦିଲ୍ଲୀ: ଅନୁଦାନ ଆବଣ୍ଟନରେ କେନ୍ଦ୍ର ସରକାର ପାତର ଅନ୍ତର କରୁଛନ୍ତି ବୋଲି ତିନି ଦକ୍ଷିଣ ରାଜ୍ୟ କର୍ଣ୍ଣାଟକ, କେରଳ ଓ ତାମିଲନାଡୁ ଅଭିଯୋଗ କରିଛନ୍ତି । ଏହାର ପ୍ରତିବାଦରେ କର୍ଣ୍ଣାଟକର କଂଗ୍ରେସ ନେତାମାନେ ଦିଲ୍ଲୀର ଜନ୍ତର ମନ୍ତରଠାରେ ବୁଧବାର ବିକ୍ଷୋଭ ପ୍ରଦର୍ଶନ କରିଥିବା ବେଳେ ଆଜି ତାମିଲନାଡୁ ଓ କେରଳର ସାଂସଦମାନେ ମଧ୍ୟ ଦିଲ୍ଲୀରେ ବିରୋଧ ପ୍ରଦର୍ଶନ କରିବେ। ଏହି ତିନି ଦକ୍ଷିଣ ରାଜ୍ୟର ସରକାର ଗତ କିଛି ବର୍ଷ ମଧ୍ୟରେ ଟ୍ରାନ୍ସଫର ଓ ଅନୁଦାନ-ସହାୟତା କ୍ଷେତ୍ରରେ ସେମାନଙ୍କ ପ୍ରତି ଅନ୍ୟାୟ ହେଉଥିବା ଅଭିଯୋଗ କରି ଆସୁଛନ୍ତି। ଦିଲ୍ଲୀରେ ବିରୋଧ ମାଧ୍ୟମରେ ସେମାନେ କେନ୍ଦ୍ରର ଦୃଷ୍ଟି ଆକର୍ଷଣ କରିବାକୁ ଚାହୁଁଛନ୍ତି।

ତାମିଲନାଡୁର ଶାସକ ଡିଏମକେର ଓ ଏହାର ସହଯୋଗୀ ସାଂସଦ ପାର୍ଲାମେଣ୍ଟ ପରିସର ସ୍ଥିତ ମହାତ୍ମା ଗାନ୍ଧୀଙ୍କ ପ୍ରତିମୂର୍ତ୍ତି ନିକଟରେ କେନ୍ଦ୍ରର ପାତର ଅନ୍ତର ନୀତି ବିରୋଧରେ ଆଜି ବିକ୍ଷୋଭ ପ୍ରଦର୍ଶନ କରିବେ। ସେହିପରି କେରଳର ମୁଖ୍ୟମନ୍ତ୍ରୀ ପିନାରାଇ ବିଜୟନ ଓ ତାଙ୍କ ବାମପନ୍ଥୀ ସରକାରର ସଦସ୍ୟମାନେ ଏହି ବିକ୍ଷୋଭରେ ସାମିଲ ହେବେ ।

ଟିକସ ରାଜସ୍ୱ ବଣ୍ଟନରେ ରାଜ୍ୟ ପ୍ରତି ହୋଇଥିବା ଅବହେଳା ଅଭିଯୋଗରେ ବୁଧବାର ଜନ୍ତର ମନ୍ତର ଠାରେ କର୍ଣ୍ଣାଟକ ମୁଖ୍ୟମନ୍ତ୍ରୀ ସିଦ୍ଧରମୈୟାଙ୍କ ନେତୃତ୍ୱରେ ରାଜ୍ୟ କଂଗ୍ରେସର ବହୁ ନେତା ପ୍ରଦର୍ଶନ କରିଥିଲେ। ତୁରନ୍ତ ରାଜ୍ୟର ରାଜସ୍ଵ ଭାଗ ପ୍ରଦାନ କରିବାକୁ ସେମାନେ ଦାବି କରିଥିଲେ । ଏହି ପ୍ରତିବାଦରେ ଉପମୁଖ୍ୟମନ୍ତ୍ରୀ ତଥା କର୍ଣ୍ଣାଟକ ପ୍ରଦେଶ କଂଗ୍ରେସ କମିଟି ସଭାପତି ଡିକେ ଶିବକୁମାରଙ୍କ ସହ ରାଜ୍ୟର ବହୁ ସାଂସଦ, ମନ୍ତ୍ରୀ ଏବଂ ବିଧାୟକ ଭାଗ ନେଇଥିଲେ। ଟିକସ ରାଜସ୍ୱରେ ରାଜ୍ୟର ଭାଗ ଜାଣିଶୁଣି ହ୍ରାସ କରାଯାଇଛି ବୋଲି ସେମାନେ ଅଭିଯୋଗ କରିଥିଲେ।

#Odia#Odisha#News
Share Article:

Related Articles