News Room Odisha
BREAKING
Odia

ରାମେଶ୍ୱରମ କାଫେ ବିସ୍ଫୋରଣ ମାମଲାର ମୁଖ୍ୟ ଷଡ଼ଯନ୍ତ୍ରକାରୀ ଗିରଫ

ବେଙ୍ଗାଲୁରୁ: ବେଙ୍ଗାଲୁରୁର ରାମେଶ୍ୱରମ୍ କାଫେ ବିସ୍ଫୋରଣ ମାମଲାର ମୁଖ୍ୟ ଷଡ଼ଯନ୍ତ୍ରକାରୀକୁ ଗିରଫ କରିଛି ଏନଆଇଏ । ଗିରଫ ବ୍ୟକ୍ତିର ନାଁ ମୁଜାମିଲ ସରିଫ । ଏନ୍ଆଇଏ ସୂଚନା ଅନୁଯାୟୀ, ମୁଜାମିଲ ଅନ୍ୟ ଦୁଇ ଅଭିଯୁକ୍ତ ମୁସାଭିର ହୁସେନ୍ ସାଜିବ ଓ ଅବଦୁଲ ମାତିନ ତାହାକୁ ବିସ୍ଫୋରଣ ପାଇଁ ସାମଗ୍ରୀ ଯୋଗାଇଥିଲା । ଏହି ଦୁଇ ଅଭିଯୁକ୍ତ ଏପର୍ଯ୍ୟନ୍ତ ଧରାପଡ଼ି ନାହାଁନ୍ତି। କର୍ଣ୍ଣାଟକ, ତାମିଲନାଡୁ ଓ ଉତ୍ତର ପ୍ରଦେଶରେ ୧୮ଟି ସ୍ଥାନରେ ଚଢ଼ାଉ କରିବା ପରେ ମୁଜାମିଲଙ୍କୁ ଗିରଫ [...]

Admin•March 28, 2024
Share Article:

ବେଙ୍ଗାଲୁରୁ: ବେଙ୍ଗାଲୁରୁର ରାମେଶ୍ୱରମ୍ କାଫେ ବିସ୍ଫୋରଣ ମାମଲାର ମୁଖ୍ୟ ଷଡ଼ଯନ୍ତ୍ରକାରୀକୁ ଗିରଫ କରିଛି ଏନଆଇଏ । ଗିରଫ ବ୍ୟକ୍ତିର ନାଁ ମୁଜାମିଲ ସରିଫ । ଏନ୍ଆଇଏ ସୂଚନା ଅନୁଯାୟୀ, ମୁଜାମିଲ ଅନ୍ୟ ଦୁଇ ଅଭିଯୁକ୍ତ ମୁସାଭିର ହୁସେନ୍ ସାଜିବ ଓ ଅବଦୁଲ ମାତିନ ତାହାକୁ ବିସ୍ଫୋରଣ ପାଇଁ ସାମଗ୍ରୀ ଯୋଗାଇଥିଲା । ଏହି ଦୁଇ ଅଭିଯୁକ୍ତ ଏପର୍ଯ୍ୟନ୍ତ ଧରାପଡ଼ି ନାହାଁନ୍ତି।

କର୍ଣ୍ଣାଟକ, ତାମିଲନାଡୁ ଓ ଉତ୍ତର ପ୍ରଦେଶରେ ୧୮ଟି ସ୍ଥାନରେ ଚଢ଼ାଉ କରିବା ପରେ ମୁଜାମିଲଙ୍କୁ ଗିରଫ କରିଛି ଏନ୍ଆଇଏ । ଚଢ଼ାଉରେ କିଛି ନଗଦ ଟଙ୍କା ସହ ଅନେକ ଡିଜିଟାଲ ଉପକରଣ ମଧ୍ୟ ଜବତ କରାଯାଇଛି।

ଏହା ପୂର୍ବରୁ ତଦନ୍ତକାରୀ ସଂସ୍ଥା ମାର୍ଚ୍ଚ ୨୩ରେ ଦୁଇଜଣ ସନ୍ଦିଗ୍ଧଙ୍କୁ ଚିହ୍ନଟ କରିଥିଲା। ମୁସାଭିର କର୍ଣ୍ଣାଟକର ତିର୍ଥହାଲ୍ଲୀ ଜିଲ୍ଲାର ଶିବାମୋଗା ବାସିନ୍ଦା। ଅନ୍ୟପକ୍ଷରେ ଅବଦୁଲ ମାତିନ ତାହା ତାମିଲନାଡୁ ପୋଲିସ ଅଧିକାରୀ କେ.ୱିଲସନଙ୍କ ହତ୍ୟା ମାମଲାରେ ଓ୍ବାଣ୍ଟେଡ୍ ଥିଲା । ସେ ଚେନ୍ନାଇରେ ମୁଖ୍ୟ ସନ୍ଦିଗ୍ଧ ସହ ରହୁଥିଲା । ଉଭୟ ସାଜିବ ଓ ତାହା ଆଇଏସ୍ଆଇଏସ୍ ମଡ୍ୟୁଲର ଅଂଶବିଶେଷ ବୋଲି ଏନଆଇଏ କହିଛି ।

ମାର୍ଚ୍ଚ ୧ରେ ବେଙ୍ଗାଲୁରୁ ବ୍ରୁକଫିଲ୍ଡ ଅଞ୍ଚଳରେ ଥିବା ରାମେଶ୍ବରମ କାଫେରେ ଆଇଇଡି ବିସ୍ଫୋରଣରେ ୧୦ ଜଣ ଆହତ ହୋଇଥିଲେ । ଏନଆଇଏ ମାର୍ଚ୍ଚ ୩ରେ ଏହି ମାମଲାର ତଦନ୍ତ ହାତକୁ ନେଇଥିଲା।

#Odia#Odisha#News
Share Article:

Related Articles