କେକେଆର୍ ବିଜୟର ହିରୋ ହର୍ଷିତ ରାଣାଙ୍କୁ ଜୋରିମାନା, ଏହି କାରଣରୁ କଟିଲା ୬୦ ପ୍ରତିଶତ ମ୍ୟାଚ୍ ଫି
କୋଲକାତା: ସନରାଇଜର୍ସ ହାଇଦ୍ରାବାଦ ବିପକ୍ଷ ମ୍ୟାଚରେ କୋଲକାତା ନାଇଟ୍ ରାଇଡର୍ସକୁ ଶେଷ ଓଭରରେ ରୋମାଞ୍ଚକ ବିଜୟ ଦେଇଥିବା ଯୁବ ଖେଳାଳି ହର୍ଷିତ ରାଣାଙ୍କୁ ହୋଇଛି ଜୋରିମାନା । ଆଇପିଏଲ୍ ଆଚରଣ ସଂହିତା ଉଲ୍ଲଂଘନ ପାଇଁ ରାଣା ଦୋଷୀ ସାବ୍ୟସ୍ତ ହୋଇଛନ୍ତି । ଏଥିପାଇଁ ତାଙ୍କ ୬୦ ପ୍ରତିଶତ ମ୍ୟାଚ୍ ଫି କଟିଛି । ସନରାଇଜର୍ସ ମୟଙ୍କ ଅଗ୍ରୱାଲ ଏବଂ ହେନରିକ୍ କ୍ଲାସେନଙ୍କ ୱିକେଟ୍ ନେବା ପରେ ହର୍ଷିତ ରାଣା ଅତି ଆକ୍ରମଣାତ୍ମକ ଢ଼ଙ୍ଗରେ ସେଲିବ୍ରେସନ୍ କରିଥିଲେ । [...]
କୋଲକାତା: ସନରାଇଜର୍ସ ହାଇଦ୍ରାବାଦ ବିପକ୍ଷ ମ୍ୟାଚରେ କୋଲକାତା ନାଇଟ୍ ରାଇଡର୍ସକୁ ଶେଷ ଓଭରରେ ରୋମାଞ୍ଚକ ବିଜୟ ଦେଇଥିବା ଯୁବ ଖେଳାଳି ହର୍ଷିତ ରାଣାଙ୍କୁ ହୋଇଛି ଜୋରିମାନା । ଆଇପିଏଲ୍ ଆଚରଣ ସଂହିତା ଉଲ୍ଲଂଘନ ପାଇଁ ରାଣା ଦୋଷୀ ସାବ୍ୟସ୍ତ ହୋଇଛନ୍ତି । ଏଥିପାଇଁ ତାଙ୍କ ୬୦ ପ୍ରତିଶତ ମ୍ୟାଚ୍ ଫି କଟିଛି । ସନରାଇଜର୍ସ ମୟଙ୍କ ଅଗ୍ରୱାଲ ଏବଂ ହେନରିକ୍ କ୍ଲାସେନଙ୍କ ୱିକେଟ୍ ନେବା ପରେ ହର୍ଷିତ ରାଣା ଅତି ଆକ୍ରମଣାତ୍ମକ ଢ଼ଙ୍ଗରେ ସେଲିବ୍ରେସନ୍ କରିଥିଲେ । ଅଗ୍ରୱାଲଙ୍କୁ ଆଉଟ୍ କରିବା ପରେ ସେ ତାଙ୍କୁ ଫ୍ଲାଇଙ୍ଗ କିସ୍ ଦେଇଥିବା ଅଭିଯୋଗ ହୋଇଥିଲା ।
ଏହି ଯୁବ ଫାଷ୍ଟ ବୋଲର ଶନିବାର ଆଇପିଏଲ୍ ୨୦୨୪ର ତୃତୀୟ ମ୍ୟାଚରେ କେକେଆର୍ ବିଜୟରେ ହିରୋ ସାଜିଥିଲେ । ସନରାଇଜର୍ସକୁ ଶେଷ ଓଭରରେ ବିଜୟ ପାଇଁ ୧୨ ରନ୍ ଆବଶ୍ୟକ ହେଉଥିଲା । ତେବେ ହର୍ଷିତ ଶେଷ ଓଭରରେ ବିପଜ୍ଜନକ କ୍ଲାସେନଙ୍କୁ ଆଉଟ୍ କରିବା ସହ ସହ ଦୁଇଟି ଓ୍ବିକେଟ୍ ନେଇଥିଲେ ଓ ମାତ୍ର ୮ ରନ୍ ବ୍ୟୟ କରି କେକେଆରକୁ ୪ ରନର ରୋମାଞ୍ଚକର ବିଜୟ ଦେଇଥିଲେ । ତେବେ ଏହି ମ୍ୟାଚରେ ତାଙ୍କ ଆଚରଣ ରାଣାଙ୍କ ମ୍ୟାଚ୍ ବିଜୟୀ ପ୍ରଦର୍ଶନକୁ ଫିକା କରିଦେଇଛି।
ଆଇପିଏଲ ତରଫରୁ ଏକ ବିବୃତ୍ତିରେ କୁହାଯାଇଛି ଯେ ହର୍ଷିତ ରାଣା ଆଇପିଏଲ ଆଚରଣ ସଂହିତାର ଧାରା ୨.୫ ଅନୁଯାୟୀ ଦୁଇଟି ଲେବଲ-୧ ଅପରାଧ କରିଛନ୍ତି । ଏଥିପାଇଁ ତାଙ୍କୁ ଯଥାକ୍ରମେ ୧୦ ଓ ୫୦ ପ୍ରତିଶତ ଜରିମାନା କରାଯାଇଛି। ରାଣା ମ୍ୟାଚ୍ ରେଫରିଙ୍କ ଦଣ୍ଡାଦେଶ ଗ୍ରହଣ କରିଛନ୍ତିି ବୋଲି କୁହାଯାଇଛି ।
ଅଧିକାଂଶ ଅଞ୍ଚଳରେ ଦିନ ତାପମାତ୍ରା ବୃଦ୍ଧି, ଚଳିତ ମାସ ଶେଷବେଳକୁ ପାରଦ ୪୦ ଛୁଇଁବା ସମ୍ଭାବନା
Next Articleନିର୍ବାଚନ ପ୍ରସ୍ତୁତି: ଆଜି ସମ୍ବଲପୁର ଓ ସୁନ୍ଦରଗଡ଼ ସଂସଦୀୟ କ୍ଷେତ୍ରରେ ଦଳର ସ୍ଥିତି ନେଇ ବିଜେଡିର ସମୀକ୍ଷା
Related Articles
ପରିଚାଳନା କର୍ତ୍ତୃପକ୍ଷ ଓ ୟୁନିଅନ ମଧ୍ୟରେ ଆଲୋଚନା ବିଫଳ: ମୁଖ୍ୟ କାର୍ଯ୍ୟାଳୟ, ଆଞ୍ଚଳିକ କାର୍ଯ୍ୟାଳୟ ଓ ସମସ୍ତ ବ୍ଲକ ମୁଖ୍ୟାଳୟରେ ଘେରାଉ ଓ ବିକ୍ଷୋଭ
ବ୍ରହ୍ମପୁର: ଆସୋସିଏସନ୍ ଅଫ୍ ଓଡ଼ିଶା ଗ୍ରାମୀଣ ବ୍ୟାଙ୍କ ଅଫିସର୍ସ ଏବଂ ଓଡ଼ିଶା ଗ୍ରାମୀଣ ବ୍ୟାଙ୍କ ଏମ୍ପ୍ଲୟୀଜ୍ ଆସୋସିଏସନ୍ ର ମିଳିତ ଆନ୍ଦୋଳନ କାର୍ଯ୍ୟକ୍ରମ ଅନୁଯାୟୀ ଆଜି ସମଗ୍ର ଓଡ଼ିଶାରେ ବ୍ୟାଙ୍କର ମୁଖ୍ୟ କାର୍ଯ୍ୟାଳୟ, ସମସ୍ତ ଆଞ୍ଚଳିକ କାର୍ଯ୍ୟାଳୟ ଏବଂ ସମସ୍ତ ବ୍ଲକ ମୁଖ୍ୟାଳୟ ଶାଖା ସମ୍ମୁଖରେ ଅଧିକାରୀ ଓ କର୍ମଚାରୀମାନେ ଶାନ୍ତିପୂର୍ଣ୍ଣ ଘେରାଉ ଓ ବିକ୍ଷୋଭ ପ୍ରଦର୍ଶନ କରିଥିଲେ। ଗତ ୨୯ ଜୁଲାଇରେ ବ୍ୟାଙ୍କ ପରିଚାଳନା କର୍ତ୍ତୃପକ୍ଷ ଓ ପ୍ରତିନିଧି ୟୁନିଅନମାନଙ୍କ ମଧ୍ୟରେ ୨୦ ଦଫା ଦାବିପତ୍ର [...]
ଓଡ଼ିଶା ଗ୍ରାମୀଣ ବ୍ୟାଙ୍କ ପକ୍ଷରୁ ରକ୍ତଦାନ ଓ ସ୍ୱାସ୍ଥ୍ୟ ପରୀକ୍ଷା ଶିବିର ଅନୁଷ୍ଠିତ
ବ୍ରହ୍ମପୁର: ଓଡ଼ିଶା ଗ୍ରାମୀଣ ବ୍ୟାଙ୍କର ପ୍ରତିଷ୍ଠା ଦିବସ ଅବସରରେ ବ୍ରହ୍ମପୁର ଆଞ୍ଚଳିକ କାର୍ଯ୍ୟାଳୟ ପକ୍ଷରୁ ବ୍ରହ୍ମପୁର ମ୍ୟୁନିସିପାଲିଟି ଶାଖା ପରିସରରେ ଏକ ବିଶାଳ ରକ୍ତଦାନ ଏବଂ ସ୍ୱାସ୍ଥ୍ୟ ପରୀକ୍ଷା ଶିବିର ଅନୁଷ୍ଠିତ ହୋଇଯାଇଛି। ଏହି ଶିବିରରୁ ମୋଟ ୨୦ ୟୁନିଟ୍ ରକ୍ତ ସଂଗ୍ରହ କରାଯାଇଥିବା ବେଳେ ପ୍ରାୟ ୬୦ ଜଣ ବ୍ୟକ୍ତିଙ୍କର ସ୍ୱାସ୍ଥ୍ୟ ପରୀକ୍ଷା କରାଯାଇଛି। ଏହି କାର୍ଯ୍ୟକ୍ରମରେ ବ୍ରହ୍ମପୁର ଆଞ୍ଚଳିକ ପ୍ରବନ୍ଧକ ଚନ୍ଦନ କୁମାର ମହାନ୍ତି ମୁଖ୍ୟ ଅତିଥି ଭାବେ ଯୋଗଦେଇ ରକ୍ତଦାତାମାନଙ୍କୁ ଉତ୍ସାହିତ କରିବା [...]
ନ୍ୟାୟ ସଂହିତା ପ୍ରଦର୍ଶନୀରେ ଓଡ଼ିଶା ପୋଲିସର ଐତିହାସିକ କପୋତ ସେବା ପ୍ରଦର୍ଶିତ
ଭୁବନେଶ୍ୱର: ଭୁବନେଶ୍ୱରସ୍ଥିତ ୟୁନିଟ୍–୩, IDCO ପ୍ରଦର୍ଶନୀ ପଡିଆରେ ଆୟୋଜିତ ‘ନ୍ୟାୟ ସଂହିତା ପ୍ରଦର୍ଶନୀ’ରେ ଆଜି ବିଶ୍ୱର ଏକମାତ୍ର କାର୍ଯ୍ୟକ୍ଷମ ଓଡ଼ିଶା ପୋଲିସ କପୋତ ସେବାର ପ୍ରଦର୍ଶନ କରାଯାଇଛି। ଏହି ଅବସରରେ ଭୁବନେଶ୍ୱରରୁ କଟକ ଅଭିମୁଖେ ଦୁଇଟି ଦଳରେ ୧୮ଟି ବେଲଜିୟମ ହୋମର ପାରାଙ୍କୁ ପଠାଯାଇଛି। ଏହି ପାରାମାନେ ନିଜ ଗୋଡ଼ରେ ବନ୍ଧାଯାଇଥିବା ଛୋଟ କ୍ୟାପସୁଲ ମାଧ୍ୟମରେ ଗୁରୁତ୍ୱପୂର୍ଣ୍ଣ ବାର୍ତ୍ତା ନେଇ ଆକାଶ ମାର୍ଗରେ ଗତି କରି ପୁରାତନ ‘ପିଜନ ପୋଷ୍ଟ’ର ସ୍ମୃତି ଚାରଣ କରିଛନ୍ତି। ଏହି ବେଲଜିୟମ [...]
