ତୃତୀୟ ଓ ଚତୁର୍ଥ ଟେଷ୍ଟ ବି ଖେଳିବେନି କୋହଲି
ନୂଆଦିଲ୍ଲୀ: ଟିମ୍ ଇଣ୍ଡିଆ ସୁପରଷ୍ଟାର ବିରାଟ କୋହଲି ଇଂଲଣ୍ଡ ବିପକ୍ଷ ତୃତୀୟ ଓ ଚତୁର୍ଥ ଟେଷ୍ଟ ପାଇଁ ମଧ୍ୟ ଉପଲବ୍ଧ ହୋଇ ନପାରନ୍ତି। ବିସିସିଆଇ ସୂତ୍ରରୁ ଏହି ସୂଚନା ମିଳିଛି। ବ୍ୟକ୍ତିଗତ କାରଣରୁ କୋହଲି ପ୍ରଥମ ଦୁଇ ଟେଷ୍ଟ ଖେଳି ପାରିନଥିଲେ। ମାର୍ଚ୍ଚ ୭ରୁ ୧୧ ପର୍ଯ୍ୟନ୍ତ ଧର୍ମଶାଳାରେ ଖେଳାଯିବାକୁ ଥିବା ପଞ୍ଚମ ତଥା ଅନ୍ତିମ ଟେଷ୍ଟ ମ୍ୟାଚରେ ମଧ୍ୟ ସେ ଖେଳିବେ କି ନାହିଁ ସନ୍ଦେହ । ତେବେ ବିସିସିଆଇ ଏନେଇ ଚିନ୍ତା କରୁନି କାରଣ [...]
ନୂଆଦିଲ୍ଲୀ: ଟିମ୍ ଇଣ୍ଡିଆ ସୁପରଷ୍ଟାର ବିରାଟ କୋହଲି ଇଂଲଣ୍ଡ ବିପକ୍ଷ ତୃତୀୟ ଓ ଚତୁର୍ଥ ଟେଷ୍ଟ ପାଇଁ ମଧ୍ୟ ଉପଲବ୍ଧ ହୋଇ ନପାରନ୍ତି। ବିସିସିଆଇ ସୂତ୍ରରୁ ଏହି ସୂଚନା ମିଳିଛି।
ବ୍ୟକ୍ତିଗତ କାରଣରୁ କୋହଲି ପ୍ରଥମ ଦୁଇ ଟେଷ୍ଟ ଖେଳି ପାରିନଥିଲେ। ମାର୍ଚ୍ଚ ୭ରୁ ୧୧ ପର୍ଯ୍ୟନ୍ତ ଧର୍ମଶାଳାରେ ଖେଳାଯିବାକୁ ଥିବା ପଞ୍ଚମ ତଥା ଅନ୍ତିମ ଟେଷ୍ଟ ମ୍ୟାଚରେ ମଧ୍ୟ ସେ ଖେଳିବେ କି ନାହିଁ ସନ୍ଦେହ । ତେବେ ବିସିସିଆଇ ଏନେଇ ଚିନ୍ତା କରୁନି କାରଣ ଏହି ମ୍ୟାଚକୁ ଆହୁରି ମାସେ ସମୟ ଅଛି।
ଭାରତ ଓ ଇଂଲଣ୍ଡ ମଧ୍ୟରେ ତୃତୀୟ ଟେଷ୍ଟ ମ୍ୟାଚ୍ ରାଜକୋଟରେ ଫେବୃଆରୀ ୧୫ ରୁ ୧୯ ପର୍ଯ୍ୟନ୍ତ ଖେଳାଯିବାକୁ ଥିବାବେଳେ ଚତୁର୍ଥ ଟେଷ୍ଟ ଫେବୃଆରୀ ୨୪ ରୁ ୨୭ ଯାଏଁ ରାଞ୍ଚିରେ ଖେଳାଯିବ ।
କୋହଲିଙ୍କ ବନ୍ଧୁ ତଥା ଦକ୍ଷିଣ ଆଫ୍ରିକାର ପୂର୍ବତନ ଅଧିନାୟକ ଏବି ଡି ଭିଲିୟର୍ସ ତାଙ୍କ ୟୁଟ୍ୟୁବ ଚ୍ୟାନେଲରେ କହିଥିଲେ ଯେ କୋହଲି ଦ୍ୱିତୀୟ ଥର ବାପା ହେବାକୁ ଯାଉଛନ୍ତି । ତେଣୁ ସେ ଇଂଲଣ୍ଡ ବିପକ୍ଷରେ ଖେଳୁ ନାହାଁନ୍ତି।
ନାମ ଗୋପନ ରଖିବା ସର୍ତ୍ତରେ ବିସିସିଆଇ ଜଣେ ଅଧିକାରୀ କହିଛନ୍ତି, ବିସିସିଆଇ ଦୋହରାଇବାକୁ ଚାହୁଁଛି ଯେ ପାରିବାରିକ ପ୍ରସଙ୍ଗରେ ବୋର୍ଡ ଖେଳାଳିଙ୍କୁ ସର୍ବଦା ସମର୍ଥନ କରିଥାଏ । ସେ କେବେ ପ୍ରତ୍ୟାବର୍ତ୍ତନ କରିବାକୁ ଚାହୁଁଛନ୍ତି ତାହା ବିରାଟ ନିଷ୍ପତ୍ତି ନେବେ। ବର୍ତ୍ତମାନ ସେ ଚଳିତ ସିରିଜରେ ଖେଳିବାର କୌଣସି ସମ୍ଭାବନା ନାହିଁ।
ଦ୍ୱିତୀୟ ବଡ଼ ପ୍ରଶ୍ନ ହେଉଛି ଜସପ୍ରୀତ ବୁମରାଙ୍କ କାର୍ଯ୍ୟଭାର ପରିଚାଳନା | ଦ୍ୱିତୀୟ ଟେଷ୍ଟ ମ୍ୟାଚରେ ସେ ୩୩ ଓଭର ବୋଲିଂ କରି ୯ ୱିକେଟ୍ ନେଇ ଭାରତର ବିଜୟରେ ପ୍ରମୁଖ ଭୂମିକା ଗ୍ରହଣ କରିଥିଲେ।
ତୃତୀୟ ଟେଷ୍ଟ ମ୍ୟାଚର ଫଳାଫଳ ଏହି ସିରିଜ୍ ପାଇଁ ଗୁରୁତ୍ୱପୂର୍ଣ୍ଣ ସାବ୍ୟସ୍ତ ହେବ। ତେଣୁ ରାଜକୋଟରେ ଖେଳାଯିବାକୁ ଥିବା ତୃତୀୟ ଟେଷ୍ଟରୁ ବୁମରାଙ୍କୁ ବିଶ୍ରାମ ଦେବା ଭାରତ ପକ୍ଷେ ସହଜ ହେବ ନାହିଁ । ତେବେ ରାଞ୍ଚି ଟେଷ୍ଟ ପାଇଁ ତାଙ୍କୁ ବିଶ୍ରାମ ଦିଆଯାଇପାରେ।
ଆଘାତ କାରଣରୁ ବିଶାଖାପଟନମ୍ ଟେଷ୍ଟ ଖେଳିନଥିବା କେଏଲ୍ ରାହୁଲ ତୃତୀୟ ମ୍ୟାଚ୍ ପାଇଁ ଫେରିବା ନିଶ୍ଚିତ । ଏଭଳି ସ୍ଥିତିରେ ରଜତ ପାଟିଦାରଙ୍କୁ ବାହାରେ ବସିବାକୁ ପଡ଼ିବ। ତେବେ ପ୍ରଥମ ଦୁଇ ଟେଷ୍ଟରେ କିଛି ଖାସ୍ କରିପାରିନଥିବା ଶ୍ରେୟସ ଆୟରଙ୍କୁ ଆଉ ଏକ ସୁଯୋଗ ମିଳିପାରେ । ରବୀନ୍ଦ୍ର ଜାଡେଜା ମଧ୍ୟ ହାମଷ୍ଟ୍ରିଂ ସମସ୍ୟାରୁ ସୁସ୍ଥ ହେଉଛନ୍ତି। କିନ୍ତୁ ସେ ତାଙ୍କ ହୋମ୍ ଗ୍ରାଉଣ୍ଡ ରାଜକୋଟରେ ଖେଳିବା ସମ୍ଭାବନା କମ୍।
କାର୍ଯ୍ୟଭାର ପରିଚାଳନା ନୀତି ଅନୁସାରେ ଭାରତୀୟ ଟିମ୍ ମ୍ୟାନେଜମେଣ୍ଟ ଦ୍ୱିତୀୟ ଟେଷ୍ଟ ମ୍ୟାଚରୁ ଦ୍ରୁତ ବୋଲର ମହମ୍ମଦ ସିରାଜଙ୍କୁ ବିଶ୍ରାମ ଦେଇଥିଲା । ସେ ତୃତୀୟ ଟେଷ୍ଟ ପାଇଁ ଭାରତୀୟ ଏକାଦଶରେ ମୁକେଶ କୁମାରଙ୍କ ସ୍ଥାନ ନେବେ।
କ୍ରମାଗତ ଷଷ୍ଠ ଥର ରେପୋ ରେଟ୍ ଅପରିବର୍ତ୍ତିତ ରଖିଲା ରିଜର୍ଭ ବ୍ୟାଙ୍କ
Next Articleବିଜେପି ସରକାର ବିରୋଧରେ କଂଗ୍ରେସ ଜାରି କଲା ‘ବ୍ଲାକ୍ ପେପର’
Related Articles
ପରିଚାଳନା କର୍ତ୍ତୃପକ୍ଷ ଓ ୟୁନିଅନ ମଧ୍ୟରେ ଆଲୋଚନା ବିଫଳ: ମୁଖ୍ୟ କାର୍ଯ୍ୟାଳୟ, ଆଞ୍ଚଳିକ କାର୍ଯ୍ୟାଳୟ ଓ ସମସ୍ତ ବ୍ଲକ ମୁଖ୍ୟାଳୟରେ ଘେରାଉ ଓ ବିକ୍ଷୋଭ
ବ୍ରହ୍ମପୁର: ଆସୋସିଏସନ୍ ଅଫ୍ ଓଡ଼ିଶା ଗ୍ରାମୀଣ ବ୍ୟାଙ୍କ ଅଫିସର୍ସ ଏବଂ ଓଡ଼ିଶା ଗ୍ରାମୀଣ ବ୍ୟାଙ୍କ ଏମ୍ପ୍ଲୟୀଜ୍ ଆସୋସିଏସନ୍ ର ମିଳିତ ଆନ୍ଦୋଳନ କାର୍ଯ୍ୟକ୍ରମ ଅନୁଯାୟୀ ଆଜି ସମଗ୍ର ଓଡ଼ିଶାରେ ବ୍ୟାଙ୍କର ମୁଖ୍ୟ କାର୍ଯ୍ୟାଳୟ, ସମସ୍ତ ଆଞ୍ଚଳିକ କାର୍ଯ୍ୟାଳୟ ଏବଂ ସମସ୍ତ ବ୍ଲକ ମୁଖ୍ୟାଳୟ ଶାଖା ସମ୍ମୁଖରେ ଅଧିକାରୀ ଓ କର୍ମଚାରୀମାନେ ଶାନ୍ତିପୂର୍ଣ୍ଣ ଘେରାଉ ଓ ବିକ୍ଷୋଭ ପ୍ରଦର୍ଶନ କରିଥିଲେ। ଗତ ୨୯ ଜୁଲାଇରେ ବ୍ୟାଙ୍କ ପରିଚାଳନା କର୍ତ୍ତୃପକ୍ଷ ଓ ପ୍ରତିନିଧି ୟୁନିଅନମାନଙ୍କ ମଧ୍ୟରେ ୨୦ ଦଫା ଦାବିପତ୍ର [...]
ଓଡ଼ିଶା ଗ୍ରାମୀଣ ବ୍ୟାଙ୍କ ପକ୍ଷରୁ ରକ୍ତଦାନ ଓ ସ୍ୱାସ୍ଥ୍ୟ ପରୀକ୍ଷା ଶିବିର ଅନୁଷ୍ଠିତ
ବ୍ରହ୍ମପୁର: ଓଡ଼ିଶା ଗ୍ରାମୀଣ ବ୍ୟାଙ୍କର ପ୍ରତିଷ୍ଠା ଦିବସ ଅବସରରେ ବ୍ରହ୍ମପୁର ଆଞ୍ଚଳିକ କାର୍ଯ୍ୟାଳୟ ପକ୍ଷରୁ ବ୍ରହ୍ମପୁର ମ୍ୟୁନିସିପାଲିଟି ଶାଖା ପରିସରରେ ଏକ ବିଶାଳ ରକ୍ତଦାନ ଏବଂ ସ୍ୱାସ୍ଥ୍ୟ ପରୀକ୍ଷା ଶିବିର ଅନୁଷ୍ଠିତ ହୋଇଯାଇଛି। ଏହି ଶିବିରରୁ ମୋଟ ୨୦ ୟୁନିଟ୍ ରକ୍ତ ସଂଗ୍ରହ କରାଯାଇଥିବା ବେଳେ ପ୍ରାୟ ୬୦ ଜଣ ବ୍ୟକ୍ତିଙ୍କର ସ୍ୱାସ୍ଥ୍ୟ ପରୀକ୍ଷା କରାଯାଇଛି। ଏହି କାର୍ଯ୍ୟକ୍ରମରେ ବ୍ରହ୍ମପୁର ଆଞ୍ଚଳିକ ପ୍ରବନ୍ଧକ ଚନ୍ଦନ କୁମାର ମହାନ୍ତି ମୁଖ୍ୟ ଅତିଥି ଭାବେ ଯୋଗଦେଇ ରକ୍ତଦାତାମାନଙ୍କୁ ଉତ୍ସାହିତ କରିବା [...]
ନ୍ୟାୟ ସଂହିତା ପ୍ରଦର୍ଶନୀରେ ଓଡ଼ିଶା ପୋଲିସର ଐତିହାସିକ କପୋତ ସେବା ପ୍ରଦର୍ଶିତ
ଭୁବନେଶ୍ୱର: ଭୁବନେଶ୍ୱରସ୍ଥିତ ୟୁନିଟ୍–୩, IDCO ପ୍ରଦର୍ଶନୀ ପଡିଆରେ ଆୟୋଜିତ ‘ନ୍ୟାୟ ସଂହିତା ପ୍ରଦର୍ଶନୀ’ରେ ଆଜି ବିଶ୍ୱର ଏକମାତ୍ର କାର୍ଯ୍ୟକ୍ଷମ ଓଡ଼ିଶା ପୋଲିସ କପୋତ ସେବାର ପ୍ରଦର୍ଶନ କରାଯାଇଛି। ଏହି ଅବସରରେ ଭୁବନେଶ୍ୱରରୁ କଟକ ଅଭିମୁଖେ ଦୁଇଟି ଦଳରେ ୧୮ଟି ବେଲଜିୟମ ହୋମର ପାରାଙ୍କୁ ପଠାଯାଇଛି। ଏହି ପାରାମାନେ ନିଜ ଗୋଡ଼ରେ ବନ୍ଧାଯାଇଥିବା ଛୋଟ କ୍ୟାପସୁଲ ମାଧ୍ୟମରେ ଗୁରୁତ୍ୱପୂର୍ଣ୍ଣ ବାର୍ତ୍ତା ନେଇ ଆକାଶ ମାର୍ଗରେ ଗତି କରି ପୁରାତନ ‘ପିଜନ ପୋଷ୍ଟ’ର ସ୍ମୃତି ଚାରଣ କରିଛନ୍ତି। ଏହି ବେଲଜିୟମ [...]
