News Room Odisha
BREAKING
Odia

ଚତୁର୍ଥ ଥର ପାଇଁ ଶ୍ରେଷ୍ଠ ଦିନିକିଆ ଖେଳାଳି ଭାବେ ଆଇସିସି ପୁରସ୍କାର ଜିତିଲେ କୋହଲି

ଦୁବାଇ: ଭାରତର ଷ୍ଟାର ବ୍ୟାଟ୍ସମ୍ୟାନ୍ ବିରାଟ କୋହଲି ୨୦୨୩ର ଶ୍ରେଷ୍ଠ ଦିନିକିଆ ଖେଳାଳି ଭାବେ ଆଇସିସି ପୁରସ୍କାର ଜିତିଛନ୍ତି | କୋହଲିଙ୍କ ସହ ଭାରତର ଶୁଭମାନ ଗିଲ୍, ମହମ୍ମଦ ସାମି ଏବଂ ନ୍ୟୁଜିଲ୍ୟାଣ୍ଡର ଡାରିଲ ମିଚେଲ ମଧ୍ୟ ଏହି ପୁରସ୍କାର ଦୌଡ଼ରେ ଥିଲେ। କୋହଲି ଚତୁର୍ଥ ଥର ପାଇଁ ଏହି ପୁରସ୍କାର ଜିତିଛନ୍ତି । ଏହା ପୂର୍ବରୁ ସେ ୨୦୧୨, ୨୦୧୭ ଓ ୨୦୧୮ରେ ଶ୍ରେଷ୍ଠ ଦିନିକିଆ କ୍ରିକେଟର ବିବେଚିତ ହୋଇଥିଲେ। ବିଶ୍ୱ ଚାମ୍ପିୟନ୍ ଅଷ୍ଟ୍ରେଲିଆର ଅଧିନାୟକ [...]

Admin•January 25, 2024
Share Article:

ଦୁବାଇ: ଭାରତର ଷ୍ଟାର ବ୍ୟାଟ୍ସମ୍ୟାନ୍ ବିରାଟ କୋହଲି ୨୦୨୩ର ଶ୍ରେଷ୍ଠ ଦିନିକିଆ ଖେଳାଳି ଭାବେ ଆଇସିସି ପୁରସ୍କାର ଜିତିଛନ୍ତି | କୋହଲିଙ୍କ ସହ ଭାରତର ଶୁଭମାନ ଗିଲ୍, ମହମ୍ମଦ ସାମି ଏବଂ ନ୍ୟୁଜିଲ୍ୟାଣ୍ଡର ଡାରିଲ ମିଚେଲ ମଧ୍ୟ ଏହି ପୁରସ୍କାର ଦୌଡ଼ରେ ଥିଲେ। କୋହଲି ଚତୁର୍ଥ ଥର ପାଇଁ ଏହି ପୁରସ୍କାର ଜିତିଛନ୍ତି । ଏହା ପୂର୍ବରୁ ସେ ୨୦୧୨, ୨୦୧୭ ଓ ୨୦୧୮ରେ ଶ୍ରେଷ୍ଠ ଦିନିକିଆ କ୍ରିକେଟର ବିବେଚିତ ହୋଇଥିଲେ।

ବିଶ୍ୱ ଚାମ୍ପିୟନ୍ ଅଷ୍ଟ୍ରେଲିଆର ଅଧିନାୟକ ପ୍ୟାଟ୍ କମିନ୍ସ କ୍ରିକେଟର ଅଫ୍ ଦି ଇୟର ପୁରସ୍କାର ଜିତିଛନ୍ତି।

କୋହଲିଙ୍କ ପାଇଁ ୨୦୨୩ ବେଶ୍ ସଫଳ ବର୍ଷ ସାବ୍ୟସ୍ତ ହୋଇଥିଲା । ସେ ଗତବର୍ଷ ୨୭ଟି ଦିନିକିଆ ମ୍ୟାଚ୍ ଖେଳିଥିବା ବେଳେ ୧୩୭୭ ରନ୍ କରିଥିଲେ। ଏଥିରେ ୬ ଶତକ ଏବଂ ୮ ଅର୍ଦ୍ଧ ଶତାବ୍ଦୀ ରହିଥିଲା | ଏହାଛଡ଼ା ସେ ଗୋଟିଏ ୱିକେଟ୍ ନେବା ସହ ୧୨ଟି କ୍ୟାଚ୍ ଧରିଥିଲେ।

ଭାରତରେ ଗତବର୍ଷ ଅନୁଷ୍ଠିତ ଦିନିକିଆ ବିଶ୍ୱକପ୍‌ରେ ମଧ୍ୟ କୋହଲିଙ୍କ ବ୍ଯାଟରୁ ରନ୍ ବର୍ଷା ହୋଇଥିଲା। ସେ ବିଶ୍ୱକପରେ ୧୧ ଇନିଂସରେ ୭୬୫ ରନ୍ ସଂଗ୍ରହ କରିଥିଲେ। ଏଥିପାଇଁ କୋହଲି ପ୍ଲେୟାର ଅଫ୍ ଦି ଟୁର୍ଣ୍ଣାମେଣ୍ଟ ମଧ୍ୟ ବିବେଚିତ ହୋଇଥିଲେ ।

#Odia#Odisha#News
Share Article:

Related Articles