News Room Odisha
BREAKING
Odia

ଏକ ଦେଶ, ଏକ ନିର୍ବାଚନ’ ପ୍ରସ୍ତାବକୁ ମମତାଙ୍କ ବିରୋଧ

କୋଲକାତା: ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ତଥା ତୃଣମୂଳ କଂଗ୍ରେସ ମୁଖ୍ୟ ମମତା ବାନାର୍ଜୀ ‘ଏକ ଦେଶ, ଏକ ନିର୍ବାଚନ’ ନେଇ କେନ୍ଦ୍ର ସରକାରଙ୍କ ପ୍ରସ୍ତାବରେ ସହମତ ନୁହଁନ୍ତି । ସେ ଆଇନ ସଚିବଙ୍କୁ ଚିଠି ଲେଖି ନିଜ ବିରୋଧ ଜଣାଇଛନ୍ତି । ମମତା କହିଛନ୍ତି, ଦେଶରେ ଏକକାଳୀନ ନିର୍ବାଚନ ଗ୍ରହଣୀୟ ନୁହେଁ। ଏହା ସମ୍ବିଧାନ ବିରୁଦ୍ଧ। ମୋଦୀ ସରକାର ‘ଏକ ଦେଶ-ଏକ ନିର୍ବାଚନ’ ନେଇ ପୂର୍ବତନ ରାଷ୍ଟ୍ରପତି ରାମନାଥ କୋବିନ୍ଦଙ୍କ ଅଧ୍ୟକ୍ଷତାରେ ଏକ ୮ ଜଣିଆ କମିଟି ଗଠନ [...]

Admin•January 12, 2024
Share Article:

କୋଲକାତା: ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ତଥା ତୃଣମୂଳ କଂଗ୍ରେସ ମୁଖ୍ୟ ମମତା ବାନାର୍ଜୀ ‘ଏକ ଦେଶ, ଏକ ନିର୍ବାଚନ’ ନେଇ କେନ୍ଦ୍ର ସରକାରଙ୍କ ପ୍ରସ୍ତାବରେ ସହମତ ନୁହଁନ୍ତି । ସେ ଆଇନ ସଚିବଙ୍କୁ ଚିଠି ଲେଖି ନିଜ ବିରୋଧ ଜଣାଇଛନ୍ତି । ମମତା କହିଛନ୍ତି, ଦେଶରେ ଏକକାଳୀନ ନିର୍ବାଚନ ଗ୍ରହଣୀୟ ନୁହେଁ। ଏହା ସମ୍ବିଧାନ ବିରୁଦ୍ଧ।

ମୋଦୀ ସରକାର ‘ଏକ ଦେଶ-ଏକ ନିର୍ବାଚନ’ ନେଇ ପୂର୍ବତନ ରାଷ୍ଟ୍ରପତି ରାମନାଥ କୋବିନ୍ଦଙ୍କ ଅଧ୍ୟକ୍ଷତାରେ ଏକ ୮ ଜଣିଆ କମିଟି ଗଠନ କରିଛନ୍ତି। କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହଙ୍କ ସହ ଅଧୀର ରଞ୍ଜନ ଚୌଧୁରୀ, ଗୁଲାମ ନବୀ ଆଜାଦ, ଏନ.କେ ସିଂହ, ସୁଭାଷ କାଶ୍ୟପ, ହରିଶ ସାଲଭେ ଏବଂ ସଞ୍ଜୟ କୋଠାରୀଙ୍କୁ କମିଟିର ସଦସ୍ୟ ଭାବେ ନିଯୁକ୍ତି ଦିଆଯାଇଥିଲା। ତେବେ ଲୋକସଭାରେ କଂଗ୍ରେସ ନେତା ଅଧୀର ରଞ୍ଜନ ଚୌଧୁରୀ ଏହି କମିଟିର ସଦସ୍ୟ ହେବାକୁ ମନା କରିଦେଇଥିଲେ ।

ଭାରତରେ ‘ଏକ ଦେଶ, ଏକ ନିର୍ବାଚନ’ ପ୍ରସଙ୍ଗ ନୂଆ ନୁହେଁ। ସ୍ବାଧିନତା ପରେ ଭାରତରେ ୧୯୬୭ ପର୍ଯ୍ୟନ୍ତ ଏକକାଳୀନ ନିର୍ବାଚନ ଅନୁଷ୍ଠିତ ହୋଇଥିଲା। କିନ୍ତୁ ୧୯୬୮ ଏବଂ ୧୯୬୯ ମସିହାରେ କିଛି ବିଧାନସଭା ଏବଂ ଡିସେମ୍ବର ୧୯୭୦ରେ ଲୋକସଭା ଭଙ୍ଗ ପରେ ପୃଥକ ଭାବେ ନିର୍ବାଚନ ହେଉଛି। ତେବେ ୧୯୮୩ରେ ନିର୍ବାଚନ କମିଶନଙ୍କ ବାର୍ଷିକ ରିପୋର୍ଟରେ ପୁଣି ଏକକାଳୀନ ନିର୍ବାଚନ କଥା କୁହାଯାଇଥିଲା ।

#Odia#Odisha#News
Share Article:

Related Articles